ସେପଟେ ଘନ ଘନ ଆଟାକ୍, ଏପଟେ ମୋଦିଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି
କାରଣ ଭାରତର ବି ଅନେକ କିଛି କ୍ଷତି ହେବାକୁ ଯାଉଛି। କାରଣ ଆମ ଦେଶର ନାଗରିକ ସେଠାରେ ଅଛନ୍ତି ଏହା ସହ ଆର୍ଥିକ କ୍ଷେତ୍ରରେ ବି ଅନେକ କିଛି ବାଜିରେ ଲାଗିଛି।
Russia Ukraine War: ଋଷର ଆଖିବୁଜା ଆକ୍ରମଣରେ ଏବେ ଅଣନିଃଶ୍ୱାସୀ ୟୁକ୍ରେନ । ଶନିବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଦେଶର ଅବସ୍ଥା ବିଷୟରେ ସୂଚନା ଦେଇଛନ୍ତି। ୟୁକ୍ରେନ ପ୍ରଧାନମନ୍ତ୍ରୀ ଜେଲେନ୍କି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇ ଋଷର ମନମାନି କଥା ବି କହିଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି (Volodymyr Zelensky) ଟ୍ୱିଟ କରି ନିଜେ ଏହି ସୂଚନା ଦେଇଛନ୍ତି। ଜେଲେନସ୍କି କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲି। ତାଙ୍କୁ ଋଷର ଆକ୍ରମଣ ଯୋଗୁଁ ଉପୁଜିଥିବା ସମସ୍ୟାକୁ ନେଇ ଅବଗତ କରାଇଲି। ଏହି ସମୟରେ ଲକ୍ଷରୁ ଅଧିକ ସୈନିକ ଆମ ଇଲାକାରେ ପଶି
ବମ୍ ବ୍ଲାଷ୍ଟ କରୁଛନ୍ତି। ଲଗାତାର ଆମର ବିଭିନ୍ନ ସ୍ଥାନରେ ଆକ୍ରମଣ ଲାଗିରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହ ଦେଖାଇଛନ୍ତି ଯେ, ଏହି ଆକ୍ରମଣ ବିପକ୍ଷରେ ସୁରକ୍ଷା ପରିଷଦରେ ରାଜନୈତିକ ସମର୍ଥନ ଦେବେ। ଏହା ସହ ଏହି ଆକ୍ରମଣରେ ଆମ ସାଥୀରେ ଛିଡା ହେବାକୁ ମଧ୍ୟ ମୁଁ ନିବେଦନ କରିଛି।
ଋଷର ଆକ୍ରମଣ ହେବାର କିଛି ଘଣ୍ଟା ପୂର୍ବରୁ ଭାରତ ଠାରୁ ସାହାଯ୍ୟ ଲୋଡ଼ିଥିଲା ୟୁକ୍ରେନ୍। ୟୁକ୍ରେନର ରାଷ୍ଟ୍ରଦୂତଙ୍କ ଅପିଲ୍ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଙ୍କ ସହ କଥା ହୋଇଥିଲେ। ତେବେ ଭାରତର ରକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ କହୁଛନ୍ତି ଯେ, ଭାରତ ବି ଏହି ଯୁଦ୍ଧକୁ ନେଇ ବହୁତ ଚିନ୍ତାରେ ଅଛି। କାରଣ ଭାରତର ବି ଅନେକ କିଛି କ୍ଷତି ହେବାକୁ ଯାଉଛି। କାରଣ ଆମ ଦେଶର ନାଗରିକ ସେଠାରେ ଅଛନ୍ତି ଏହା ସହ ଆର୍ଥିକ କ୍ଷେତ୍ରରେ ବି ଅନେକ କିଛି ବାଜିରେ ଲାଗିଛି।
ସେପଟେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ସମଗ୍ର ବିଶ୍ୱରେ ବିରୋଧ କରାଯାଉଛି। ଋଷର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (President Vladimir Putin) ଙ୍କ ଏହି ପଦକ୍ଷେପକୁ ଲୋକମାନେ ସମାଲୋଚନା କରୁଛନ୍ତି।
Also Read: ଯୁଦ୍ଧର ପ୍ରଭାବ ! ପେଟ୍ରୋଲ ୨୦ ଓ ଡିଜେଲ ଲିଟର ପିଛା ୧୫ ଟଙ୍କା ବୃଦ୍ଧି
Also Read: SBI ଜାରି କଲା ଆଲର୍ଟ; ୭ ଘଣ୍ଟା ପାଇଁ ପ୍ରଭାବିତ ହେବ ଏହି ସେବା, ଜାଣନ୍ତୁ ଡିଟେଲ୍ସ
Also Read: ଫୁଡ୍ କୋମାରେ ରଣଭୀର ସିଂ, ଜାଣନ୍ତୁ କେମିତି ରହିଛି ସ୍ୱାସ୍ଥ୍ୟାବସ୍ଥା