ଏହା ପରେ, ହନି-ବଟର ଟୋଷ୍ଟ, ପ୍ରିଜେଲ୍ସ ଏବଂ କୁକି କ୍ରମ୍ବ ସହିତ ହାଫ୍ ବେକେଡ୍ ମାର୍ଶମାଲୋ କୁକି, ସଫ୍ଟ ଚିଜ୍ କେକ୍, ରାସ୍ପେବେରୀ ସୋର୍ବେଟ୍, ପଫ୍ ପେଷ୍ଟ୍ରି ଭଳି ଅନେକ ମିଠା ଖାଦ୍ୟ ସେ ଖାଇଥିଲେ।
Trending Photos
ନୂଆଦିଲ୍ଲୀ: ବଲିଉଡ ଆକ୍ଟର ରଣବୀର ସିଂ ନ୍ୟୁୟର୍କରେ ନିଜର ବ୍ୟକ୍ତିଗତ ଜୀବନ ଅତିବାହିତ କରିବାରେ ବ୍ୟସ୍ତ ଅଛନ୍ତି। ରଣବୀର ନ୍ୟୁୟର୍କରେ ସପିଂ କରିଥିଲେ ଏବଂ ଏଠାରେ ଟାକୋ, ହନି-ବଟର ଟୋଷ୍ଟ, ମାର୍ଶମେଲୋ, ପେଷ୍ଟ୍ରି ସହିତ ଅନେକ ସୁସ୍ବାଦୁ ଖାଦ୍ୟ ଖାଇଥିଲେ । ବର୍ତ୍ତମାନ ଆପଣ ଭାବନ୍ତୁ ଏତେ ସବୁ ଖାଇବା ପରେ ତାଙ୍କ ଅବସ୍ଥା କଣ ହୋଇଥିବ । ତେବେ ଏଠାରେ କହିରଖୁଛୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, ଖାଇ ସାରିବାପରେ ତାଙ୍କ ସହିତ କ’ଣ ହେଲା, ରଣଭୀର ନିଜେ ନିଜ ଇନଷ୍ଟାଗ୍ରାମ କାହାଣୀରେ ସେୟାର କରିଛନ୍ତି ।
ରଣଭୀର ସୁସ୍ବାଦୁ ଖାଦ୍ୟର ଅନେକ ଫଟୋ ସେୟାର କରିଛନ୍ତି । ପ୍ରଥମ ଚିତ୍ର ହେଉଛି ରଣଭୀର ଏକ ରେସ୍ତୋରାଁ ବାହାରେ ଠିଆ ହୋଇଛନ୍ତି ସେହିପରି ଆଉ ଏକ ଦ୍ୱିତୀୟ ଚିତ୍ରରେ ସେ ଟାକୋ ଖାଉଥିବା ନଜର ଆସିଛନ୍ତି । ଏହା ପରେ, ହନି-ବଟର ଟୋଷ୍ଟ, ପ୍ରିଜେଲ୍ସ ଏବଂ କୁକି କ୍ରମ୍ବ ସହିତ ହାଫ୍ ବେକେଡ୍ ମାର୍ଶମାଲୋ କୁକି, ସଫ୍ଟ ଚିଜ୍ କେକ୍, ରାସ୍ପେବେରୀ ସୋର୍ବେଟ୍, ପଫ୍ ପେଷ୍ଟ୍ରି ଭଳି ଅନେକ ମିଠା ଖାଦ୍ୟ ସେ ଖାଇଥିଲେ। ଏତେଗୁଡ଼ିଏ ମିଠା ଖାଇ ଫଟୋ ସେୟାର କରିଥିଲେ ରଣଭୀର। ପରେ ଫଟୋରେ ଦେଖାଯାଇଛି ଯେ, ସେ ପେଟରେ ହାତ ପକେଇ ସୋଫାରେ ପଡ଼ିଥିବାର ନଜର ଆସିଥିଲେ। ଏହି ଫଟୋ ସେୟାର କରି ଲେଖିଛନ୍ତି, ଏହା ହେଉଛି ଫଳାଫଳ ...Food Coma
Also Read: ଶସ୍ତା ସୁନା କିଣିବାର ସୁଯୋଗ, ଏହି ଦିନ ଆରମ୍ଭ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି ସ୍କିମ୍
ଏହି ନ୍ୟୁୟର୍କ ଟ୍ରିପରେ ରଣଭୀରଙ୍କ ସହ ତାଙ୍କ ପର୍ସନାଲ ଫଟୋଗ୍ରାଫର ରୋହନ ଶ୍ରେଷ୍ଠ୍ ମଧ୍ୟ ରହିଥିଲେ। ତେବେ ରଣଭୀର ଓ ରୋହନଙ୍କ ଫଟୋ ଦେଖି ଲାଗୁଛି ଏମାନେ ସେଠାରେ ଖୁବ ଏନଜୟ କରୁଛନ୍ତି। ନ୍ୟୁୟର୍କର ଚକାଚକ୍ ରୋଡରେ ଏମାନେ ଖୁବ ଏନଜୟ କରୁଛନ୍ତି।
Also Read: IND vs SL: ଆଜି ଦ୍ୱିତୀୟ T20I, ସିରିଜରୁ ଆଉଟ୍ ହେଲେ ଏହି ଖେଳାଳି
ରଣଭୀରଙ୍କୁ ବିଗତ କିଛିଦିନ ତଳେ NBA ଅଲ୍ ଷ୍ଟାର ସେଲିବ୍ରିଟି ଗେମ ସୋରେ ଦେଖିବାକୁ ମିଳିଥିଲେ। ଏହି ସମୟରେ ତାଙ୍କ ଦ୍ୱାରା ଖେଳାଯାଇଥିବା ବାସ୍କେଟ ବଲ୍ ଖେଳ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ପୁରା ବାସ୍କେଟ ବଲ୍ ଗ୍ରାଉଣ୍ଡରେ ରଣଭୀରଙ୍କ ନାଁ ଗୁଞ୍ଜରିତ ହୋଇ ଉଠୁଥିଲା। ଯଦି ରଣଭୀରଙ୍କ ପ୍ରୋଜେକ୍ଟ ବିଷୟରେ କଥା ହେବା ତେବେ ଫିଲ୍ମ 83 ରେ ଶେଷଥର ପାଇ ନଜରକୁ ଆସିଥିଲେ ଏହି ଷ୍ଟାଇଲିସ୍ ଷ୍ଟାରଷ । ତାଙ୍କର ଆଗାମୀ ଚଳଚ୍ଚିତ୍ର ରୋନି କି ପ୍ରେମ କାହାନୀ, ସର୍କସ ଓ ଜୟଶଭାଇ ପରି ଫିଲ୍ମ ମଧ୍ୟ ପ୍ରୋଜେକ୍ଟରେ ସାମିଲ ରହିଛି।