Bijapur Encounter: ନିଖୋଜ ଯବାନଙ୍କ ଘରକୁ ଗଲା ଅଜଣା ଫୋନ କଲ୍
ଜଣେ କୋବ୍ରା ଯବାନଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିବା କୁହାଯାଉଛି। ଏନକାଉଣ୍ଟର ପରେ CRPF କନେଷ୍ଟେବଲ ରାକେଶ୍ୱର ସିଂ ମାନହାସ ନିଖୋଜ ଅଛନ୍ତି। ସେପଟେ ତାଙ୍କ ଘରକୁ ଏକ ଅଜଣା ଫୋନ କଲ ଯାଇଛି।
ନୂଆଦିଲ୍ଲୀ: ଛତିଶଗଡ ବିଜାପୁର ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର (Bijapur Encounter) ପରେ ସାମନାକୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଜଣେ କୋବ୍ରା ଯବାନଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିବା କୁହାଯାଉଛି। ଏନକାଉଣ୍ଟର ପରେ CRPF କନେଷ୍ଟେବଲ ରାକେଶ୍ୱର ସିଂ ମାନହାସ ନିଖୋଜ ଅଛନ୍ତି। ସେପଟେ ତାଙ୍କ ଘରକୁ ଏକ ଅଜଣା ଫୋନ କଲ ଯାଇଛି।
ନିଖୋଜ CRPF କନେଷ୍ଟେବଲ ରାକେଶ୍ୱର ସିଂ ମାନହାସ (Rakeshwar Singh Manhas) ଙ୍କ ଜମ୍ମୁସ୍ଥିତ ଘରକୁ ସୋମବାର ଏକ ଅଜଣା ଫୋନ କଲ୍ ଯାଇଥିଲା। ତାଙ୍କ ପତ୍ନୀ ମୀନୁ ମାନହାସ ଫୋନ ଉଠାଇଥିଲେ। ଫୋନ କରିଥିବା ବ୍ୟକ୍ତି (Unidentified caller) ନିଜକୁ ଛତିଶଗଡର ଜଣେ ସମ୍ୱାଦିକ ବୋଲି ପରିଚୟ ଦେବା ସହ ତାଙ୍କ ସ୍ୱାମୀଙ୍କୁ ନକ୍ସଲମାନେ ଅପହରଣ କରି ନେଇଛନ୍ତି ଏବଂ ସେ ସୁରକ୍ଷିତ ଅଛନ୍ତି ବୋଲି କହିଥିଲେ।
Also Read: Bijapur Naxal Encounter: ଶହୀଦ ଯବାନଙ୍କ ସଂଖ୍ୟା ବୃଦ୍ଧି, ଅପରେସନରେ ଟଳିପଡିଲେ ୯ ନକ୍ସଲ
ଅଜଣା ବ୍ୟକ୍ତି ମୀନୁଙ୍କୁ ନିଖୋଜ ରାକେଶ୍ୱର ସିଂ ମାନହାସଙ୍କ ଏକ ଫଟୋ ଏବଂ ତାଙ୍କ ସ୍ୱାମୀ (CRPF Commando) ଙ୍କୁ ଛାଡିଦେବାକୁ ନକ୍ସଲ (Naxal) ଙ୍କୁ ଅପିଲ କରି ଏକ ଭିଡିଓ ପଠାଇବାକୁ କହିଥିଲେ। ଏହି ଫୋନ୍ କଲର ଖବର ପାଇବା ପରେ ଯବାନ ରାକେଶ୍ୱର ସିଂଙ୍କ ଘରେ CRPFର ବରିଷ୍ଠ ଅଧିକାରୀମାନେ ପହଞ୍ଚିଥିଲେ। ସେମାନେ ପରିବାର ଲୋକଙ୍କୁ ଆଶ୍ୱାସନା ଦେବା ସହ ଘଟଣା ସତ୍ୟାସତ୍ୟ ବିଷୟରେ ପତ୍ତା ଲଗାଇବେ ବୋଲି କହିଛନ୍ତି।
ତେବେ ବର୍ତ୍ତମାନ ସୁଦ୍ଧା CRPF କନେଷ୍ଟେବଲ ରାକେଶ୍ୱର ସିଂ ମାନହାସ ନିଖୋଜ ନେଇ ଆଧିକାରୀକ ଭାବେ ସ୍ପଷ୍ଟ କରାଯାଇନାହିଁ। ଏପରି କି CRPF ପକ୍ଷରୁ ବିଜାପୁର ଏନକାଉଣ୍ଟର ବିଷୟରେ ରାକେଶ୍ୱରଙ୍କ ପରିବାରକୁ ସୂଚନା ଦିଆଯାଇନଥିଲା। ସେପଟେ ନକ୍ସଲଙ୍କ ଠାରୁ ମଧ୍ୟ ମୁଣ୍ଡ ଜାମିନ ବାବଦରେ କୌଣସି ଦାବି ଆସିନାହିଁ। କନେଷ୍ଟେବଲ ରାକେଶ୍ୱର କେଉଁଠି ଓ କିଭଳି ଅଛନ୍ତି ତାହାକୁ ନେଇ ବଡ ପ୍ରଶ୍ନ ଉଠୁଛି। ଯଦି ଘଟଣାଟି ସତ୍ୟ ହୋଇଥାଏ ତେବେ, ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି।
Also Read: Bijapur Encounter: ଆକ୍ରମଣର ଷଡଯନ୍ତ୍ର ରଚିଥିଲା 'ହିଡମା'!
ଅନ୍ୟପକ୍ଷରେ ନିଖୋଜ କନେଷ୍ଟେବଲ ରାକେଶ୍ୱରଙ୍କ ପତ୍ନୀ ମୀନୁ ତାଙ୍କ ସ୍ୱାମୀଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଓ ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଙ୍କୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ଯଦି ପାକିସ୍ତାନରୁ ଅଭିନନ୍ଦନ ଆସିପାରିବେ, ତେବେ ନକ୍ସଲଙ୍କ କବଳରୁ ରାକେଶ୍ୱର କାହିଁକି ଆସି ପାରିବେନାହିଁ? ମୋ ସ୍ୱାମୀ ଦେଶ ପାଇଁ ୧୦ ବର୍ଷ ଦେଇଛନ୍ତି। ତିନି ମାସ ପୂର୍ବେ ଆସାମରୁ ସେ ଛତିଶଗଡକୁ ବଦଳି ହୋଇଥିଲେ। ଯବାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ସରକାରଙ୍କ ଦାୟୀତ୍ୱ ବୋଲି ମୀନୁ କହିଛନ୍ତି।
ରାକେଶ୍ୱରଙ୍କ ଗୋଟିଏ ୫ ବର୍ଷର ଝିଅ ଅଛନ୍ତି। ଶ୍ରାଗଭି ଏବେ ବାପାଙ୍କୁ ଝୁରି ଗୁମୁରି ଗୁମୁରି କାନ୍ଦୁଛନ୍ତି। ଲୁହ ଛଳ ଛଳ ଆଖିରେ ବାପାଙ୍କୁ ଛାଡିଦେବା ପାଇଁ ନକ୍ସଲଙ୍କୁ ଅପିଲ କରିଛନ୍ତି। ସୂଚନାଯୋଗ୍ୟ, ଗତ ଶନିବାର ଛତିଶଗଡର ବିଜାପୁର ଜଙ୍ଗଲରେ କୋବ୍ରା ବାଟାଲିୟନର ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨୨ ଯବାନ ଶହୀଦ ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେହି ଏନକାଉଣ୍ଟରରେ ୯ ନକ୍ସଲ ନିହତ ହୋଇଥିବା ଦାବି କରାଯାଉଛି।