ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଅଛି। ଗତବର୍ଷ ମାର୍ଚ୍ଚରେ କୋରୋନା ମହାମାରୀ ହେତୁ ଦେଶବ୍ୟାପୀ ଟ୍ରେନର ଚକ ଅଟକି ଯାଇଥିଲା। କିଛି ସମୟ ପରେ, ରେଳ ଚଳାଚଳ ଧୀରେ ଧୀରେ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ଟ୍ରେନ୍ ଏପର୍ଯ୍ୟନ୍ତ ଟ୍ରାକକୁ ଫେରିନାହିଁ। ଦେଶରେ କୋରୋନା ସଂକ୍ରମଣର ବୃଦ୍ଧି ପାଉଥିବାରୁ ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ବହୁ ସଂଖ୍ୟକ ଅଣସଂରକ୍ଷିତ ଟ୍ରେନ୍ ବା Passinger Train ଚଳାଇବାକୁ ନିଷ୍ପତ୍ତି ନେଇଛି।  ସେଥିପାଇଁ ଉତ୍ତର ରେଳପଥ ୭୧ଟି Passinger ମେଲ ଏବଂ ଏକ୍ସପ୍ରେସ ଟ୍ରେନର ଏକ ତାଲିକା ପ୍ରକାଶ କରିଛି।


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର ରେଳ ମନ୍ତ୍ରଣାଳୟ (Indian Railways) ଟ୍ୱିଟ୍ କରି Passinger Train ବା unreserved trains ସମ୍ପର୍କରେ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ, ରେଳବାଇ ୫ ଏପ୍ରିଲରୁ ୭୧ଟି ଅଣସରଂକ୍ଷିତ ଟ୍ରେନ୍ ସେବା ଆରମ୍ଭ କରିବାକୁ ଯାଉଛି। ଏହି ଟ୍ରେନ୍ ଗୁଡିକ ଯାତ୍ରୀମାନଙ୍କ ନିରାପଦ ଏବଂ ଆରାମଦାୟକ ଯାତ୍ରା ନିଶ୍ଚିତ କରିବ।


Also Read: ମାନବ ଇତିହାସରେ ପ୍ରଥମ! ତିନୋଟି ଯୌନାଙ୍ଗ ସହ ଜନ୍ମ ହେଲା ଶିଶୁପୁତ୍ର


ତେବେ ସୋମବାରଠୁ ଚାଲୁଥିବା ଟ୍ରେନ ଗୁଡିକ ସ୍ପେସାଲ ଟ୍ରେନ୍ ନାମରେ ଟ୍ରାକରେ ଗଡିବ। ଏଥିରେ ଯାତ୍ରା କଲେ ସାଧାରଣ ଭାଡା ଠାରୁ ଅଧିକ ଦେୟ ଦେବାକୁ ପଡିବ। ଏଥିରେ ଏକ୍ସପ୍ରେସ ଓ ସୁପରଫାଷ୍ଟ ଭଳି ଭଡା ନିଆଯିବ। ଉଦାହରଣ ସ୍ୱରୂପ, Passinger Trainରେ ଯେଉଁଠି ୨୫ ଟଙ୍କା ଟିକଟ ଲାଗୁଥିଲା ସେଇଠି ଏବେ ଯାତ୍ରୀ ୬୦ ଟଙ୍କା ଦେବେ।




ନୂଆ ଟ୍ରେନର ଟିକଟ କାଉଁଣ୍ଟର କିମ୍ବା ମୋବାଇଲ ଆପରେ ବୁକିଂ ହୋଇ ପରିବ। ରେଳବାଇ କାଉଁଣ୍ଟରରେ ଭିଡ କମାଇବାକୁ ବିଭାଗ ପଦକ୍ଷେପ ନେଉଥିବା ବେଳେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦେଇଛି। ଷ୍ଟେସନରେ ସମସ୍ତ ଯାତ୍ରୀଙ୍କ ତାପମାତ୍ରା ମପା ଯିବ। ଯେଉଁମାନଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯିବ, ସେମାନଙ୍କ କୋଭିଡ୍ ଟେଷ୍ଟ ହେବ।