ଶିଶୁପୁତ୍ରଟି ଇରାକର ମୋସୁଲ ସହରରେ ଜନ୍ମ ହୋଇଥିଲା। ଜନ୍ମ ପରେ, ଶିଶୁର ଯୌନାଙ୍ଗ ଫୁଲିଥିବାର ଅଭିଯୋଗ ନେଇ ମାତାପିତା ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଆଉ ସେତେବେଳେ ଏହି ଘଟଣା ବିଷୟରେ ଜଣାପଡିଥିଲା।
Trending Photos
ନୂଆଦିଲ୍ଲୀ: ଇରାକରେ ଜନ୍ମ ହୋଇଥିବା ଏକ ଶିଶୁ ସମସ୍ତଙ୍କୁ ଚକିତ କରି ଦେଇଛି। ଏହା ମାନବ ଇତିହାସର ପ୍ରଥମ Triphalia ମାମଲା ବୋଲି ବିଶ୍ୱାସ କରାଯାଉଛି। ଶିଶୁପୁତ୍ରଟି ଇରାକର ମୋସୁଲ ସହରରେ ଜନ୍ମ ହୋଇଥିଲା। ଜନ୍ମ ପରେ, ଶିଶୁର ଯୌନାଙ୍ଗ ଫୁଲିଥିବାର ଅଭିଯୋଗ ନେଇ ମାତାପିତା ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଆଉ ସେତେବେଳେ ଏହି ଘଟଣା ବିଷୟରେ ଜଣାପଡିଥିଲା।
ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ସର୍ଜରୀ କେସ୍ ରିପୋର୍ଟରେ ଡକ୍ଟର ଶାକିର ସଲିମ ଜବାଲି ଲେଖିଛନ୍ତି ଯେ, ଆମେ ଜାଣୁ ଯେ ଏହା Triphaliaର ପ୍ରଥମ ମାମଲା। ଏହା ଶିଶୁର ଜେନେଟିକ ଇତିହାସ ସହିତ ଜଡିତ ନାହିଁ। ଗର୍ଭାବସ୍ଥାରେ ସଠିକ୍ ଔଷଧର ସେବନର ଅଭାବରୁ ପିଲାଙ୍କଠାରେ ଏପରି ଗୁଣ ବିକଶିତ ହୋଇଥିଲା ବୋଲି ଡକ୍ଟର ଶାକିର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
Also Read: Fact Check : 'ବିହାରରେ ବିଶ୍ୱର ଦାମୀ ପରିବା' ଖବର ମିଛ
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜନ୍ମର ତିନି ମାସ ପରେ ଶିଶୁର ଅଣ୍ଡକୋଷ ଫୁଲୁଥିବା ଅଭିଭାବକ ଅନୁଭବ କରିଥିଲେ। ଆଉ ସନ୍ଦେହରେ ସେମାନେ ଡାକ୍ତରଙ୍କ ପରାମର୍ଶନ ନେଇ ଶିଶୁର ପରୀକ୍ଷା କଲେ। ସେଥିରୁ ଜଣାପଡିଲା ଯେ ପିଲାଟିର ଗୋଟିଏ ନୁହେଁ, ତିନୋଟି ଯୌନାଙ୍ଗ ଅଛି। ମୁଖ୍ୟ ଯୌନାଙ୍ଗର ମୂଳ ସହିତ ସଂଲଗ୍ନ ହୋଇଥିବା ବେଳେ ସେଥିରେ ଆଉ ଦୁଇଟି ଯୌନାଙ୍ଗ (private parts) ଥିଲା। ଗୋଟିଏର ଲମ୍ବ ଦୁଇ ସେଣ୍ଟିମିଟର ଏବଂ ତୃତୀୟ ଯୌନାଙ୍ଗର ଲମ୍ବ ଏକ ସେଣ୍ଟିମିଟର ଥିଲା।
ଶିଶୁର ତିନୋଟି ଯୌନାଙ୍ଗ ମଧ୍ୟରୁ କେବଳ ଗୋଟିଏ କାମ କରୁଥିବାବେଳେ ଅନ୍ୟ ଦୁଇଟିର ମୂତ୍ର ନଳୀ ନଥିଲା। ଅର୍ଥାତ୍ ଅସ୍ତ୍ରୋପଚାର କରି ଉଭୟ ଅତିରିକ୍ତ ଯୌନାଙ୍ଗକୁ ବାହାର କରାଯାଇଛି। ଅପରେସନ ସଫଳ ହୋଇଥିବା ବେଳେ ବର୍ତ୍ତମାନ ଶୁଶୁଟି ସୁସ୍ଥ ଅଛି। କିନ୍ତୁ ପ୍ରଥମ ଥର ଜଣେ ଶୁଶୁଙ୍କ ଠାରେ ତିନୋଟି ଯୌନାଙ୍ଗ ଦେଖାଯିବାକୁ ନେଇ ଡାକ୍ତରମାନେ ବି ବିସ୍ମୟ ହୋଇଯାଇଥିଲେ।
Also Read: ମଇଁଷି ଖାଉଛି Special Sandwich
ଠିକ ଏହିଭଳି ଏକ ମାମଲା ୨୦୧୫ରେ ଭାରତରେ ଦେଖାଦେଇଥିଲା। ଗୋଟିଏ ଶିଶୁ ୨ଟି ଯୌନାଙ୍ଗ ସହ ଜନ୍ମ ନେଇଥିଲା। ଡାକ୍ତରମାନେ ତାହା ଉପରେ ଗବେଷଣା ମଧ୍ୟ ଚଳାଇଥିଲେ। କିନ୍ତୁ ପ୍ରାୟ ବର୍ଷେ ପରେ ଶିଶୁର ଅତିରିକ୍ତ ଯୌନାଙ୍ଗ ଆପେ ଉଭେଇ ଗଲା। ଏହି ମାମଲା କେଉଁଠି ମଧ୍ୟ ରିପୋର୍ଟ ହୋଇନଥିଲା।