ଏହି କର୍ମଚାରୀମାନଙ୍କୁ ନୂତନ ବର୍ଷର ଉପହାର! ମାସକୁ ମିଳିବ ପ୍ରାୟ ୬୦,୦୦୦ ଟଙ୍କା ଦରମା, ଭତ୍ତା-ଅନ୍ୟାନ୍ୟ ସୁବିଧା
ଆବେଦନ କରିବା ପୂର୍ବରୁ, ପ୍ରାର୍ଥୀମାନେ ନିଶ୍ଚିତ କରନ୍ତୁ ଯେ ସେମାନେ ବିଭାଗର ଦାବି ଅନୁଯାୟୀ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଛନ୍ତି । ଆସିଷ୍ଟାଣ୍ଟ ଇଞ୍ଜିନିୟର (ସିଭିଲ୍) ପାଇଁ ଆବେଦନ ଦାଖଲ କରିବାକୁ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ଆବଶ୍ୟକ ।
ନୂଆଦିଲ୍ଲୀ: UPPCL AE Recruitment 2021 Notification: ଉତ୍ତରପ୍ରଦେଶ ପାୱାର୍ କର୍ପୋରେସନ୍ ଲିମିଟେଡ୍ (UPPCL), ସହକାରୀ ଇଞ୍ଜିନିୟର (ସିଭିଲ୍) ପଦବୀ ପାଇଁ ଶକ୍ତି ବିଭାଗ ବିଜ୍ଞପ୍ତି ଜାରି କରିଛି । ଏହି ପଦବୀରେ ଚାକିରି ମିଳୁଥିବା ପ୍ରାର୍ଥୀମାନେ ସପ୍ତମ ବେତନ ଆୟୋଗ ଉପରେ ଆଧାର କରି ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ପାଇବେ । ଦୀର୍ଘ ଦିନ ଧରି ଚାକିରି ପାଇଁ ପ୍ରସ୍ତୁତ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଅନଲାଇନ୍ ଆବେଦନ ଜାନୁୟାରୀ ୫,୨୦୨୧ରୁ ଆରମ୍ଭ ହେବ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଜାନୁୟାରୀ ୨୭,୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆଗ୍ରହୀ ପ୍ରାର୍ଥୀମାନେ UPPCL www.upenergy.in ର ଅଫିସିଆଲ୍ ୱେବସାଇଟକୁ ଯାଇ ଜାନୁଆରୀ ୫ ପରେ ଆବେଦନ କରିପାରିବେ ।
ଅଧିକ ପଢ଼ନ୍ତୁ:-ଭାରତକୁ 'ମୁଦ୍ରା ମନିପୁଲେଟର' ତାଲିକାରେ ରଖିଛି ଆମେରିକା, ଜାଣନ୍ତୁ ଏହାର କ'ଣ ପଡ଼ିବ ପ୍ରଭାବ?
ଆବେଦନ କରିବା ପୂର୍ବରୁ, ପ୍ରାର୍ଥୀମାନେ ନିଶ୍ଚିତ କରନ୍ତୁ ଯେ ସେମାନେ ବିଭାଗର ଦାବି ଅନୁଯାୟୀ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଛନ୍ତି । ଆସିଷ୍ଟାଣ୍ଟ ଇଞ୍ଜିନିୟର (ସିଭିଲ୍) ପାଇଁ ଆବେଦନ ଦାଖଲ କରିବାକୁ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ଆବଶ୍ୟକ । ସେମାନଙ୍କର ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ) ର ଏକ ସେକ୍ସନ୍-ଏ ଏବଂ ବି ଆସୋସିଏଟ୍ ମେମ୍ବରସିପ୍ କିମ୍ବା ଇନଷ୍ଟିଚ୍ୟୁସନ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ (ଲଣ୍ଡନ) ର ଆସୋସିଏଟ୍ ସଦସ୍ୟ ରହିବା ଆବଶ୍ୟକ । ଏହା ବ୍ୟତୀତ ଆବେଦନକାରୀମାନେ ଦେବନାଗରୀ ସ୍କ୍ରିପ୍ଟରେ ଲିଖିତ ହିନ୍ଦୀ ବିଷୟରେ ମଧ୍ୟ ଜ୍ଞାନ ରହିବା ଆବଶ୍ୟକ ।
UPPCL ଗୁରୁତ୍ୱପୂର୍ଣ୍ଣ ତାରିଖ
ଅନଲାଇନ୍ ଆବେଦନ ଦାଖଲ ପାଇଁ ତାରିଖ ଆରମ୍ଭ- ଜାନୁୟାରୀ ୫,୨୦୨୧
ଅନଲାଇନରେ ଆବେଦନ ଦାଖଲ ପାଇଁ ଶେଷ ତାରିଖ-ଜାନୁୟାରୀ ୨୭,୨୦୨୧
ଅଫଲାଇନ୍ ଫି ଜମା କରିବାର ଶେଷ ତାରିଖ- ଜାନୁଆରୀ ୨୯,୨୦୨୧
ଟେଷ୍ଟର ଶେଷ ତାରିଖ (Tentative)- ଫେବୃଆରୀ ୨୦୨୧ର ଶେଷ ସପ୍ତାହ
ଅଧିକ ପଢ଼ନ୍ତୁ:-ବର୍ଷାଙ୍କ ସଦବୁଦ୍ଧି ପାଇଁ ପ୍ରାର୍ଥନା କଲା ଅନୁଭବ ଫ୍ୟାନ କ୍ଲବ
ବୟସ ସୀମା: ଆବେଦନ କରିବା ସମୟରେ ଆବେଦକ ଜାନୁଆରୀ ୧, ୨୦୨୦ ସୁଦ୍ଧା ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ହେବା ଆବଶ୍ୟକ । ଯେତେବେଳେ କି ସର୍ବାଧିକ ବୟସ ସୀମା ୪୦ ବର୍ଷ ପର୍ଯ୍ୟନ୍ତ ଅଟେ । CBT ଉତ୍ତରପ୍ରଦେଶର ପ୍ରମୁଖ ସହର ଯଥା ଆହ୍ଲାବାଦ, ବାରାଣାସୀ, କାନପୁର ଆଗ୍ରା ଏବଂ ଅନ୍ୟାନ୍ୟ ସହରରେ ରହିବ ।
UPPCL AE ଦରମା: ଉତ୍ତରପ୍ରଦେଶ ପାୱାର କର୍ପୋରେସନ୍ ଲିମିଟେଡରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦରେ ନିଯୁକ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ମ୍ୟାଟ୍ରିକ୍ସ ସ୍ତର ୭ ମାସିକ ବେତନ ୫୯,୫୦୦ ଟଙ୍କା, ମହଙ୍ଗା ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ ।