ୱାଶିଂଟନ: ଦେଶର ଶାସନଭାର ହାତକୁ ନେବା ପରେ ପ୍ରତିଦ୍ୱନ୍ଦୀ ଇରାନ ବିରୁଦ୍ଧରେ ବଦଲା ନେଇଛନ୍ତି ଆମେରିକ ରାଷ୍ଟ୍ରପତି ଜୋ ବାଇଡେନ। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଗୁରୁବାର ସିରିଆ ଠାରେ ଇରାନ  ସମର୍ଥିତ ବିଦ୍ରୋହୀଙ୍କ ଉପରେ ବିମାନ ଆକ୍ରମଣ କରିଛି ଆମେରିକା ବାୟୁସେନା।


COMMERCIAL BREAK
SCROLL TO CONTINUE READING

ଏନେଇ ଆମେରିକୀୟ ସେନା ମୁଖ୍ୟାଳୟ (American Army Headquarter) ପେଣ୍ଟାଗନ (Pentagon) ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଫେବୃଆରୀ ମାସ ଆରମ୍ଭରେ ଇରାନ ସମର୍ଥିତ ବିଦ୍ରୋହୀ (Iranian Backed Militia) ଇରାକ (Iraq) ଠାରେ ଅବସ୍ଥାପିତ ଦେଶର ସୈନ୍ୟ ବାହିନୀକୁ (USA Troops) ଟାର୍ଗେଟ କରି ଆକ୍ରମଣ କରିଥିଲେ। ଏହାର ଜବାବ ଦେବାକୁ ଯାଇ ଆମେରିକା ବାୟୁସନା (USA Air Force) ପକ୍ଷରୁ ବିମାନ ଆକ୍ରମଣ (Air Strike) କରାଯାଇଛି।          


Also Read: ନାଇଜେରିଆରେ ଆମେରିକାର ସର୍ଜିକାଲ ଷ୍ଟ୍ରାଇକ ସଫଳ, ଟ୍ୱିଟ କରି ଜଣାଇଲେ ରାଷ୍ଟ୍ରପତି ଟ୍ରମ୍ପ


 


ଏହି ଆକ୍ରମଣ ବାବଦରେ ପ୍ରତିକ୍ରିୟା ରଖି ପେଣ୍ଟାଗନ ପ୍ରବକ୍ତା (Pentagon Spoke Person) ପକ୍ଷରୁ କୁହାଯାଇଛି ଇରାକସ୍ଥିତ ବର୍ଡର କଣ୍ଟ୍ରୋଲ ପଏଣ୍ଟ (Border Control Point) ଠାରେ ଇରାନ ସମର୍ଥିତ କାତାବ ହିଜିବୁଲ୍ଲା (Kataeb Hezbollah), କାତାବ ସୟୈଦ ଅଲ ସୁହାଦା (Kataeb Sayyid al-Shuhada) ବିଦ୍ରୋହୀ ଗୋଷ୍ଠୀ ଉପରେ ଏହି ଜବାବୀ ଆକ୍ରମଣ କରିଛି ଆମେରିକା।  ଯଦି ଭବିଷ୍ୟତରେ ଆବଶ୍ୟକ ପଡେ ତାହେଲେ ଏପରି କାର୍ଯ୍ୟାନୁଷ୍ଠାନ ଜାରି ରଖାଯିବ।  


Also Read: ଆକ୍ରମଣର ବଦଲା ନେଲା ଫ୍ରାନ୍ସ, ସେନା କାର୍ଯ୍ୟାନୁଷ୍ଠାନରେ ଗଡିଲା ୫୦ ଆତଙ୍କୀ ମୁଣ୍ଡ


 


ଦେଶର ପୂର୍ବତନ ରାଷ୍ଟ୍ରମୁଖ୍ୟଙ୍କ ରାସ୍ତାରେ ଏବେ ଚାଲିବା ଆରମ୍ଭ କରିଛନ୍ତି ବର୍ତ୍ତମାନର ଆମେରିକୀୟ ରାଷ୍ଟ୍ରପତି ବାଇଡେନ। ଅର୍ଥାତ ଦେଶର ଶତ୍ରୁ ପକ୍ଷଙ୍କ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସେମାନଙ୍କ ଭାଷାରେ ଜବାବ ଦେଇଛନ୍ତି ସେ। ଗୁରୁବାର ସିରିଆ ଠାରେ ହୋଇଥିବା ବିମାନ ଆକ୍ରମଣ ପରେ  ଆମେରିକା ରାଷ୍ଟ୍ରପତି ବାଇଡେନ ପ୍ରତିଦ୍ୱନ୍ଦ୍ୱୀ ବିରୁଦ୍ଧରେ ଚେତାବନୀ ଦେଇ କହିଛନ୍ତି ଯଦି କାତାବ ହିଜିବୁଲ୍ଲା କିମ୍ବା କାତାବ ସୟୈଦ ଅଲ ସୁହାଦା ଭଳି ବିଦ୍ରୋହୀ ଗୋଷ୍ଠୀକୁ ଇରାନ ସମର୍ଥନ ପ୍ରଦାନ କରିବା ଜାରି ରଖେ ତାହେଲେ ଏଥିପାଇଁ ବୂହୁମୂଲ୍ୟ ଦେବାକୁ ହେବ। ଆବଶ୍ୟକ ପଡିଲେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 


Also Read: ଇସ୍ରାଏଲ ଆକ୍ରମଣରେ ଥରହର ଇରାନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ପରମାଣୁ କେନ୍ଦ୍ର ଏବଂ ମିସାଇଲ ବେସ


 


ଆମେରିକା ସୈନ୍ୟବାହିନୀ ପକ୍ଷରୁ ପୂର୍ବ ସିରିଆ ଠାରେ ଇରାନ ସମର୍ଥିତ ମିଲିସିଆ ଉପରେ କରାଯାଇଥିବା ବିମାନ ଆକ୍ରମଣ କରିଛି। ଇରାକ ଠାରେ ଅବସ୍ଥିତ ସୈନ୍ୟ ଶିବିର ଉପରେ ହୋଇଥିବା ରକେଟ୍ ଆକ୍ରମଣ ଘଟଣାରେ ଜବାବ ଦେବାକୁ ଯାଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା। ଏହି କାର୍ଯ୍ୟାନୁଷ୍ଠାନରେ ଇରାନ ସମର୍ଥିତ ୧୭ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି। ଆମେରିକୀୟ ଯୁଦ୍ଧ ବିମାନ ବିଦ୍ରୋହୀ ଗୋଷ୍ଠୀଙ୍କ ୭ଟି ଟାର୍ଗେଟକୁ ଲକ୍ଷ୍ୟ କରି 7 500-lb ବୋମା ମାଡ କରିଛି। ଇରାନ-ସିରିଆ ସୀମା ଠାରେ ଏହି ଆକ୍ରମଣ କରାଯାଇଛି। ଦୁଇ ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଇରାନ ସମର୍ଥିତ ସନ୍ତ୍ରାସବାଦୀ ଗୋଷ୍ଠୀ ଅସ୍ତ୍ରଶସ୍ତ୍ର କାରବାର କରିବା ପାଇଁ ବ୍ୟବହାର କରିଥାନ୍ତି।


Also Read: ବଦଲା ନେଲା ଇସ୍ରାଏଲ; ଏୟାରଷ୍ଟ୍ରାଇକରେ ଥରହର ହୋଇଉଠିଲା ହମାସ ଆତଙ୍କବାଦୀ କ୍ୟାମ୍ପ


 


ଗତ ଫେବୃଆରୀ ୧୫ ତାରିଖରେ ଇରାକସ୍ଥିତ କୁର୍ଦ୍ଦ କ୍ଷେତ୍ର ରାଜଧାନୀ (Kurdistan Region) ଆର୍ବିଲ (Erbil) ଠାରେ  ଅବସ୍ଥିତ ଏକ ସେନା ଶିବିର ଉପରେ ରକେଟ ଆକ୍ରମଣ (Rocket Strike) ହୋଇଥିଲା। ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆମେରିକୀୟ ସୈନ୍ୟ ଆହତ ହୋଇଥିଲେ। 


Also Read: ଇସ୍ରାଏଲ ଆକ୍ରମଣରେ ଥରହର ପାଲେଷ୍ଟାଇନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ହମାସ ବେସ


 


ଏ ସମ୍ପର୍କରେ ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଇରାନ ସମର୍ଥିତ ବିଦ୍ରୋହୀଙ୍କ ଉପରେ କରାଯାଇଥିବା ଆକ୍ରମଣ ପଛରେ ଏକ କାରଣ ରହିଛି। ତାହା ହେଉଛି ଆମେରିକା ନେତୃତ୍ୱାଧିନ ସାମରିକ ଗଠବନ୍ଧରେ କାର୍ଯ୍ୟରତ ସୈନିକଙ୍କ ସୁରକ୍ଷା ଲାଗି ଆମେରିକୀୟ ରାଷ୍ଟ୍ରପତି ବାଇଡେନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। 


Also Read: ଆମେରିକାର ଗୁଆମ ଏୟାରବେସରେ ଚୀନର ଆକ୍ରମଣ! ଭିଡିଓ ଜାରି...


 


ଦେଶର ଶାସନଭାର ଗ୍ରହଣ କରିବା ପରେ ଏହା ହେଉଛି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଶତ୍ରୁ ପକ୍ଷ ବିରୁଦ୍ଧରେ ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ ଯାହା ବିଦେଶରେ ଗ୍ରହଣ କରାଯାଇଛି। ପେଣ୍ଟାଗନ ପ୍ରବକ୍ତାଙ୍କ ପକ୍ଷରୁ ଆହୁରି କୁହାଯାଇଛି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଏହି ସାମରିକ ଗଠବନ୍ଧନରେ ସାମିଲ ଥିବା ସହଯୋଗ ରାଷ୍ଟ୍ରଙ୍କ ସହ ଚର୍ଚ୍ଚା କରାଯାଇଥିଲା। ଯେଉଁସ୍ଥାନରେ ଆକ୍ରମଣ କରାଯାଇଥିଲା ସେଠାକାର ସ୍ଥିତି ବାବଦରେ ଖବର ଆମେରିକା ସେନା ପାଖରେ ଥିଲା।