ଆମେରିକାର ଗୁଆମ ଏୟାରବେସରେ ଚୀନର ଆକ୍ରମଣ! ଭିଡିଓ ଜାରି...
Advertisement

ଆମେରିକାର ଗୁଆମ ଏୟାରବେସରେ ଚୀନର ଆକ୍ରମଣ! ଭିଡିଓ ଜାରି...

ଚୀନ ଲଗାତାର ଭାବେ ନିଜର ସାମରିକ ସାମର୍ଥ୍ୟ ବାବଦରେ ବିଶ୍ୱ ସମୁଦାୟକୁ ଜଣାଇବା ଲାଗି ଏବେ ପ୍ରଚାରଧର୍ମୀ ଭିଡିଓ ଏବେ ପ୍ରସାର କରାଇବାରେ ଲାଗିପଡିଛି ।

ଆମେରିକାର ଗୁଆମ ଏୟାରବେସରେ ଚୀନର ଆକ୍ରମଣ! ଭିଡିଓ ଜାରି...

ୱାଶିଂଟନ: ସାମରିକ ଶକ୍ତି ଦୃଷ୍ଟିକୋଣରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (USA-United states of America) ଅଧିନସ୍ଥ କ୍ଷେତ୍ର ଗୁଆମ ଦ୍ୱୀପ (Guam Island) ଉପରେ ଆକ୍ରମଣ କରିଛି ନିଜର ବିସ୍ତାରାବାଦୀ ନୀତିକୁ ନେଇ ଚର୍ଚ୍ଚାରେ ରହୁଥିବା ଚୀନ (China)। ଯାହାର ଭିଡିଓ ମଧ୍ୟ ଜାରି କରାଯାଇଛି ।

ଚୀନ ଲଗାତାର ଭାବେ ନିଜର ସାମରିକ ସାମର୍ଥ୍ୟ ବାବଦରେ ବିଶ୍ୱ ସମୁଦାୟକୁ ଜଣାଇବା ଲାଗି ଏବେ ପ୍ରଚାରଧର୍ମୀ ଭିଡିଓ (Propaganda Video) ଏବେ ପ୍ରସାର କରାଇବାରେ ଲାଗିପଡିଛି । ଏହି କ୍ରମରେ ଚୀନ ଏଥର ସିଧାସଳଖ ୟୁଏସଏକୁ ଟାର୍ଗେଟ କରିଛି । ସେପ୍ଟମ୍ବର ୧୯ ତାରିଖରେ ଚୀନ ବାୟୁସେନା (Chinese Air Force) ସେପ୍ଟମ୍ବର ୧୯ ତାରିଖ ଶନିବାର ଗୁଆମଦ୍ୱୀପ ସ୍ଥିତ ଆମେରିକୀୟ ବାୟୁସେନା (American Air Force) ଆଡ୍ଡା ଉପରେ ଆକ୍ରମଣ କରିଛି । ଯାହାର ଭିଡିଓ ମଧ୍ୟ ଜାରି କରିଛି ଚୀନର ପିପୁଲ୍ସ ଲିବରେସନ ଆର୍ମୀ-ପିଏଲଏ (PLA-Peoples Liberation Army) ।

ପିଏଲଏ ପକ୍ଷରୁ ଚୀନୀ ଭିତ୍ତିକ ସୋସିଆଲ ମିଡିଆ ପ୍ଲାଟଫର୍ମ (Chinese Social Media Platform) ୱିବୋ (Weibo) ରେ ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଏଚ-୬ ବୋମାବର୍ଷୀ ବିମାନ (H-6 Bomber Plane) ଚୀନର ମରୁଭୂମିରେ ଅବସ୍ଥିତ ଥିବା ଏକ ବାୟୁସେନା ଘାଟି (Air Base) ରୁ ବାହାରି ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି । ଏହା ପରେ ଗୁଆମ ଦ୍ୱୀପରେ ଅବସ୍ଥିତ ଥିବା ଆଣ୍ଡରସନ ଏୟାର ଫୋର୍ସ ବେସ (Anderson Air Force Base) କୁ ଭିଡିଓରେ ଦେଖାଉଛି ଚୀନ।

ଟ୍ୱିଟରରେ ସେୟାର କରାଯାଇଥିବା ଏ ସମ୍ପର୍କିତ ଏକ ଭିଡିଓରେ ଚୀନ ପାଇଲଟ ପରମାଣୁ ଚାଳିତ ଏଚ-୬ ବୋମାବର୍ଷୀ ବିମାନ ସହ ଅନ୍ୟ ଦୁଇଟି ଯୁଦ୍ଧ ବିମାନ ସହିତ ରଣନୀତିକ ବିମାନ (strategic Plane) କୁ ସୁରକ୍ଷା ଦେଇଥିବାର ଦେଖିବାକୁ ମିଳିବ । ଏହି ଭିଡିଓରେ ଜଣେ ଚୀନ ପାଇଲଟ୍ (Chinese Pilot) ଥ୍ରୀଲର ଫିଲ୍ମ (Thriller Film) ପରି ପୃଷ୍ଠଭୂମି ସଙ୍ଗୀତ ସହିତ ସମୁଦ୍ରକୂଳ ବାୟୁସେନା ରନୱେରେ ଏକ କ୍ଷେପଣାସ୍ତ୍ର ନିୟୋଜିତ କରୁଥିବାର ଦର୍ଶାଯାଇଛି । ପ୍ରଦର୍ଶିତ ରନୱେର ଉପଗ୍ରହ ଚିତ୍ର ଗୁଆମ ଦ୍ୱୀପରେ ଅବସ୍ଥିତ ଆମେରିକାର 'ଆଣ୍ଡରସନ୍ ଏୟାର ଫୋର୍ସ ବେସ୍' ଭଳି ଦେଖାଯାଉଛି । ନକଲି ଆକ୍ରମଣ ପରେ ବିମାନ ଚୀନ୍ ଆର୍ମି ବେସକୁ ଫେରି ଆସିଥିବାର ଦେଖିବାକୁ ମିଳିଛି । 

ଉତ୍ତେଜନା ସୃଷ୍ଟି କରିବାରେ ଲାଗିପଡିଛି ଚୀନ

ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ (Taiwan Defense Ministry) ର ସୂଚନା ଅନୁଯାୟୀ, ଚୀନ୍ ବାୟୁସେନାର H-6 ବିମାନ ତାଇୱାନ ଉପକୂଳର ମେଡିୟାନ ଲାଇନ (Median Line) ଉଲଂଘନ କରୁଥିବାର ଦେଖିବାକୁ ମିଳିଛି । ଯେଉଁ ଦିନ ଏହି ଘଟଣା ଘଟିଥିଲା ସେଦିନ ଆମେରିକାର ଜଣେ ବରିଷ୍ଠ ରାଜନୀତିଜ୍ଞ ତାଇୱାନ ଗସ୍ତରେ ଆସିଥିଲେ । 

ଆମେରିକା-ତାଇୱାନ ମଧ୍ୟରେ ବଢୁଥିବା ସହଭାଗୀତାକୁ ଚୀନ୍ ଦୀର୍ଘ ଦିନରୁ ବିରୋଧ କରିଆସୁଛି । ଯାହା ଏହାକୁ ଏହି ଅଞ୍ଚଳରେ ଏହାର ପ୍ରଭାବ ପ୍ରତି ବିପଦ ବୋଲି ମନେ କରୁଛି। ଚୀନ୍ ତାଇୱାନକୁ ଏହାର ଅଞ୍ଚଳ ବୋଲି ବିବେଚନା କରେ ଏବଂ ତାଇପେଇକୁ ୱାଶିଂଟନର ଅସ୍ତ୍ର ବିକ୍ରୟକୁ ବେଜିଂ 'ୱାନ୍ ଚୀନ୍' ନୀତିର ଭଙ୍ଗ ବୋଲି ବିବେଚନ କରେ । ଭାରତ-ପ୍ରଶାନ୍ତ କ୍ଷେତ୍ରରେ(Indo-Pacific Region) ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଏହା କେବଳ ତାଇୱାନର ସୈନ୍ୟବାହିନୀକୁ ସମର୍ଥନ କରୁଛି ବୋଲି ଆମେରିକା କହିଛି ।

ସାମରିକ ଦୃଷ୍ଚିକୋଣରୁ ଗୁଆମ ଦ୍ୱୀପ ଯୁକ୍ତରାଷ୍ଟ୍ର ଆମେରିକା ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ଦ୍ୱୀପକୁ ଏକ ରଣନୈତିକ କ୍ଷେତ୍ର ଭାବେ ବ୍ୟବହାର କରିବା ଏହାର ସୁରକ୍ଷାରେ ଅନେକ ଅର୍ଥ ବ୍ୟୟ କରିଥାଏ । ଗୁଆମ ଦ୍ୱୀପ ଆମେରିକା ଅଧିନସ୍ଥ ଏକ କ୍ଷେତ୍ର । ଏହାର ସୁରକ୍ଷା ଲାଗି ଆମେରିକୀୟ ସୈନ୍ୟବାହିନୀ ସଦାସର୍ବଦା ଜାଗ୍ରତ ରହିଥାନ୍ତି । ପ୍ରଶାନ୍ତ ମହାସାଗର (Pacific Ocean) ରେ ଏହି ଦ୍ୱୀପକୁ ଧ୍ୱଂସ କରିବା ଲାଗି ଉତ୍ତର କୋରିଆ (North Korea) ମଧ୍ୟ ପୂର୍ବରୁ ଧମକ ଦେଇସାରିଛି । ଏଠାରୁ ଥାଇ ଆମେରିକା ଉତ୍ତର କୋରିଆ, ଋଷ, ଚୀନ ଆଦି ଦେଶର ସାମୁଦ୍ରିକ କ୍ଷେତ୍ରରେ ହେଉଥିବା ସାମରିକ ଗତିବିଧି ଉପରେ ନଜର ରଖିଥାଏ ।