UP Police Head Constable: ପ୍ରଶିକ୍ଷଣ ବେଳେ ଜଣେ ପୋଲିସ ହେଡ କନେଷ୍ଟବଳ ଦେଇଥିବା ସ୍ପଷ୍ଟୀକରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହା ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଉତ୍ତର ପ୍ରଦେଶ ସୁଲାନପୁର ଜିଲ୍ଲାରେ ଅବସ୍ଥିତ ପୋଲିସ ଟ୍ରେନିଂ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ ଟ୍ରେନିଂ ନେଉଥିବା ଜଣେ ହେଡ୍ କନଷ୍ଟେବଳ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି କନଷ୍ଟେବଳ ଜଣଙ୍କ ଟ୍ରେନିଂ କ୍ଲାସ ସମୟରେ ଶୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାରେ ତାଙ୍କ ପାଖରୁ ସ୍ପଷ୍ଟୀକରଣ ମଗା ଯାଇଥିଲା। ହେଲେ କନଷ୍ଟେବଳ ଯେଉଁ ଜବାବ ଦେଇଥିଲେ ତାହାକୁ ପଢିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯାହା ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।


COMMERCIAL BREAK
SCROLL TO CONTINUE READING

ଗତ ସୋମବାର ଘଟିଯାଇଥିଲା ଏହି ଘଟଣା। ଯେତେବେଳେ ହେଡ କନଷ୍ଟେବଳ (Uttar Pradesh Police Head Constable) ରାମ ଶରିଫ ଯାଦବଙ୍କୁ ଟ୍ରେନିଂ କ୍ଲାସ (UP Polie Training Class) ସମୟରେ ଶୋଇଥିବାର ଦେଖିବାକୁ ମିଳିଥିଲା। ପିଟିସି ଟିମ୍ କମାଣ୍ଡର (UP Police PTC Team Commander) ଏହାକୁ ପ୍ରଶିକ୍ଷଣ ବେଳେ ଚରମ ଅବହେଳା ବୋଲି ମାନିଥିଲେ। ଏହି ଘଟଣାରେ କମାଣ୍ଡର କନେଷ୍ଟବଳଙ୍କ ଠାରୁ ଜବାବ ମାଗିଥିଲେ। 


Also Read: ରାଜରାସ୍ତାରେ ଟ୍ରାଫିକ ପୋଲିସ ସହ ଦୁର୍ବ୍ୟବହାର; ଭିଡିଓ ଭାଇରାଲ


ହେଲେ ଏହାର ଜବାବ ରଖି ହେଡ କନଷ୍ଟେବଳ ରାମ ଶରିଫ ଯାଦବ ଉତ୍ତରରେ ଯାହା ଲେଖିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ କନଷ୍ଟେବଳ କହିଛନ୍ତି ସେ ଲକ୍ଷ୍ନୌରୁ ପୋଲିସ ଟ୍ରେନିଂ ସ୍କୁଲକୁ (UP Polie Training School) ତାଲିମ ନେବା ପାଇଁ ଆସିଛନ୍ତି। ତାଙ୍କୁ ଏଠାରେ ପହଞ୍ଚିବାରେ ବହୁତ ଅସୁବିଧା ହୋଇଥିଲା।


ସନ୍ଧ୍ୟାରେ ଥକି ଯାଇଥିବା ଅବସ୍ଥାରେ ସେ ଟ୍ରେନିଂ ସ୍କୁଲରେ ପହଞ୍ଚିଥିଲେ। ସନ୍ଧ୍ୟାରେ ଉପଯୁକ୍ତ ଖାଦ୍ୟ ନ ପାଇବାରୁ ପେଟ ପୂର୍ଣ୍ଣ ନଥିଲା। ସେଥିପାଇଁ ସକାଳେ ୨୫ ରୁଟି, ଗୋଟିଏ ଥାଳି ଭାତ, ଦୁଇ ତାଟିଆ ଡାଲି ଏବଂ ଗୋଟିଏ ତାଟିଆ ତରକାରୀ ଖାଇ ଦେଇଥିଲି। ପେଟଭରି ଖାଇବା କାରଣରୁ ମୋତେ ନିଦ ଆସି ଯାଇଥିଲା। ଟ୍ରେନିଂ ବେଳେ ଶୋଇ ପଡୁଥିବାରୁ କ୍ଷମା ପ୍ରାର୍ଥନ କରିଛନ୍ତି କନଷ୍ଟେବଳ। ଭବିଷ୍ୟତରେ ଅଧିକ ମାତ୍ରାରେ ଖାଇବେ ନାହିଁ ବୋଲି କହିଛନ୍ତି ସେ। 


Also Read: ଉତ୍ତର ପ୍ରଦେଶ ପୋଲିସ କୁ ରାସ୍ତାରେ ଗୋଇଠା ମାରି ବନ୍ଧା ହେଲେ ଫୈଜାନ-ମହମ୍ମଦ-ବସିମ୍


କନଷ୍ଚେବଳଙ୍କ ଦ୍ୱାରା ଦିଆ ଯାଇଥିବା ଜବାବ ଏବେ ଭାଇରାଲ ହେବାରେ ଲାଗିଛି। ଲୋକେ ସୋସିଆଲ ମିଡିଆରେ ଏହା ଉପରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ହେଲେ ଏପରି କୌଣସି ଚିଠି ଭାଇରାଲ ହେଉଥିବା କଥାକୁ ବରିଷ୍ଠ ପୋଲିସ ଅଧିକାରୀ ଅସ୍ୱୀକାର କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅମହଟ ପୋଲିସ୍ ଟ୍ରେନିଂ ସ୍କୁଲ ଡେପୁଟି ପ୍ରିନ୍ସିପାଲ୍ ଅଭିନବ ଯାଦବ କହିଛନ୍ତି ଯେ ତାଙ୍କ ସ୍କୁଲରୁ କୌଣସି ଚିଠି ଭାଇରାଲ ହୋଇନାହିଁ। ଯେଉଁ ପ୍ରଶିକ୍ଷଣକାରୀଙ୍କ ନାମ ଚିଠିରେ ଉଲ୍ଲେଖ କରାଯାଇଛି  ତାଙ୍କ ସହ ଏ  ବାବଦରେ ମଧ୍ୟ କୌଣସି ଆଲୋଚନା କରାଯାଇନାହିଁ।ତାଙ୍କ ଠାରୁ କୌଣସି ପ୍ରକାରର ଜବାବ ମଗା ଯାଇନାହିଁ କିମ୍ବା ସେ ଲିଖିତ ଆକାରରେ କୌଣସି ଜବାବ ଦେଇନାହାଁନ୍ତି। ଉତ୍ତର ପ୍ରଦେଶ ପୋଲିସ ହେଡକନେଷ୍ଟବଳଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।