ଉତ୍ତର ପ୍ରଦେଶ ପୋଲିସ କୁ ରାସ୍ତାରେ ଗୋଇଠା ମାରି ବନ୍ଧା ହେଲେ ଫୈଜାନ-ମହମ୍ମଦ-ବସିମ୍
Advertisement
Article Detail0/zeeodisha/odisha1176221

ଉତ୍ତର ପ୍ରଦେଶ ପୋଲିସ କୁ ରାସ୍ତାରେ ଗୋଇଠା ମାରି ବନ୍ଧା ହେଲେ ଫୈଜାନ-ମହମ୍ମଦ-ବସିମ୍

ଯୋଗୀ ସରକାର ଅମଳରେ ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶ ପୋଲିସ ବିଭାଗୀୟ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ବାବଦରେ ଖବର ପାଇବା ମାତ୍ରେ ଆକ୍ରମଣକାରୀଙ୍କ ବିରୋଧରେ ଗ୍ରହଣ କରିଥିଲା ତତ୍କାଳ କାର୍ଯ୍ୟାନୁଷ୍ଠାନ।

ଉତ୍ତର ପ୍ରଦେଶ ପୋଲିସ କୁ ରାସ୍ତାରେ ଗୋଇଠା ମାରି ବନ୍ଧା ହେଲେ ଫୈଜାନ-ମହମ୍ମଦ-ବସିମ୍

Police Arrested Attackers:ଉତ୍ତର ପ୍ରଦେଶ ପୋଲିସ କୁ ରାସ୍ତାରେ ଗୋଇଠା ମାରି ବନ୍ଧା ହୋଇଛନ୍ତି ଫୈଜାନ, ମୋହମ୍ମଦ ସାଦ ଏବଂ ବସିମ ନାମକ ୩ ଯୁବକ। ରାଜ୍ୟର ବିଜନୌର ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଯୋଗୀ ସରକାର ଅମଳରେ ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶ ପୋଲିସ ବିଭାଗୀୟ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ବାବଦରେ ଖବର ପାଇବା ମାତ୍ରେ ଆକ୍ରମଣକାରୀଙ୍କ ବିରୋଧରେ ଗ୍ରହଣ କରିଥିଲା ତତ୍କାଳ କାର୍ଯ୍ୟାନୁଷ୍ଠାନ। ଯାହାକୁ ସାରା ଜୀବନ ପାଇଁ ମନେ ରଖିବେ ଆକ୍ରମଣକାରୀ।  

ଉତ୍ତର ପୋଲିସ ମୁତାବକ ରାଜ୍ୟର ବିଜନୌର ଜିଲ୍ଲାରେ କାର୍ଯ୍ୟରତ ସିପାହୀ ସତ୍ୟେନ୍ଦ୍ର କୁମାର ଗତ ୩ ତାରିଖରେ ଇଦ ଡ୍ୟୁଟି ସାରି ନିଜ ଗାଡ଼ି ଯୋଗେ ବୁଢନପୁର ଠାରୁ ଥାନା ସ୍ୟୋହାର ଅଭିମୁଖେ ଯାଉଥିଲେ। ମାତ୍ର ଯିବା ସମୟରେ ରାସ୍ତାରେ ଅନ୍ୟ ଏକ ଗାଡ଼ିକୁ ବଞ୍ଚାଇବାକୁ ଯିବା ବେଳେ ତାଙ୍କ ବାଇକ ଅନିୟନ୍ତ୍ରିତ ହୋଇଯିବା ସହ ଅନ୍ୟ ଏକ ଗାଡ଼ିରେ ପିଟି ହୋଇଯାଇଥିଲା। ଯେଉଁ ଗାଡ଼ିରେ ଫୈଜାନ, ମହମ୍ମଦ ସାଦ ଏବଂ ବସିମ ନାମକ ୩ ଯୁବକ ଯାତ୍ରା କରୁଥିଲେ। ଏହି ଘଟଣାରେ ଫୈଜାନ ସିପାହୀ ସତ୍ୟେନ୍ଦ୍ର କୁମାରଙ୍କ ଗାଡି଼ ଅଟକାଇଥିଲା। ଏହା ପରେ ଫୈଜାନ, ମହମ୍ମଦ, ବସିମ୍ ପୋଲିସ ସିପାହୀଙ୍କ ରାସ୍ତାରେ ମାରପିଟ୍ କରିବା ସହ ତାଙ୍କୁ ଗୋଇଠା ମାରିଥିଲେ। ଆକ୍ରମଣକାରୀଙ୍କ ଆକ୍ରମଣରେ ସତ୍ୟେନ୍ଦ୍ରଙ୍କ ମୁଣ୍ଡ ଫାଟିଯିବା ସହ  ତାଙ୍ ପେଟରେ ଗମ୍ଭୀର ଆଘାତ ଲାଗିଥିଲା। ଏଭଳି କାଣ୍ଡ ଭିଆଇବା ପରେ ଆକ୍ରମଣ କରିଥିବା ୩ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।    

ବିଭାଗୀୟ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ବାବଦରେ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ।  ଆହତ ଅବସ୍ଥାରେ ସିପାହୀ ସତ୍ୟେନ୍ଦ୍ର କୁମାରଙ୍କୁ ପ୍ରଥମେ ବିଜନୌର ଜିଲ୍ଲା ଡାକ୍ତରଖାନା  ଏବା ପରେ ମୁରାଦାବାଦସ୍ଥିତ ଅନ୍ୟ ଏକ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଥିଲା। ଇଦ ଅବସରରେ ହୋଇଥିବା ଏହି ଆକ୍ରମଣ ଘଟଣା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି କରିଥିଲା।  

ଏହା ପରେ ଗାଡି଼ ନମ୍ବର ଆଧାରରେ ବିଭାଗୀୟ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ଖୋଜିଥିଲା ଉତ୍ତର ପ୍ରଦେଶ ପୋଲିସ। ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଆକ୍ରମଣକାରୀ ଫୈଜାନ ଏବଂ ବସିମ  ବିଜନୌର ଜିଲ୍ଲାର ନୂଆ ବସ୍ତି ଏବଂ ମୋହମ୍ମଦ ସାଦ ପଟବାରିୟାନ ଅଞ୍ଚଳର ବାସିନ୍ଦା। ଏହା ପରେ ପୋଲିସ ସେମାନଙ୍କୁ ଉଠାଇ ନେଇ ଜେରା କରିବା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୋଲିସ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ, ମାରପିଟ୍,  ମରଣାନ୍ତକ ଆକ୍ରମଣ, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରୁଥିଲା। ଯେତେବେଳେ ଜେରା ପରେ ପୋଲିସ ସେମାନଙ୍କୁ ଅଦାଲତରେ ହାଜର କରିବାକୁ ନେଉଥିଲା ସେତେବେଳେ ଜଣେ ଅଭିଯୁକ୍ତ  ଠିକ ସେ ଚାଲି ପାରୁନଥିଲା। ସମସ୍ତଙ୍କ ମୁହଁ ଫୁଲି ଯାଇଥିଲା। ସେମାନେ କାନ୍ଦୁଥିଲେ। 

Also Read: ଘାରିଲା ବୁଲଡୋଜର ଭୟ: ୨ ଘଣ୍ଟା ମଧ୍ୟରେ ଥାନାରେ ଆତ୍ମସମର୍ପଣ କଲା ଦୁଷ୍କର୍ମ ଅଭିଯୁକ୍ତ