ରାଜରାସ୍ତାରେ ଟ୍ରାଫିକ ପୋଲିସ ସହ ଦୁର୍ବ୍ୟବହାର; ଭିଡିଓ ଭାଇରାଲ
Advertisement
Article Detail0/zeeodisha/odisha1188997

ରାଜରାସ୍ତାରେ ଟ୍ରାଫିକ ପୋଲିସ ସହ ଦୁର୍ବ୍ୟବହାର; ଭିଡିଓ ଭାଇରାଲ

ଏହି  ମାମଲାର ଭିଡ଼ିଓ ସମାଜବାଦୀ ପାର୍ଟି ଏହାର ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ସେୟାର କରିଛି। 

ରାଜରାସ୍ତାରେ  ଟ୍ରାଫିକ  ପୋଲିସ ସହ ଦୁର୍ବ୍ୟବହାର;  ଭିଡିଓ  ଭାଇରାଲ

Misbehave  with  Traffic  Police: ସଦ୍ୟ  ସୋସିଆଲ ମିଡ଼ିଆ ଜରିଆରେ ଜଣେ ଟ୍ରାଫିକ କନେଷ୍ଟବଳ ଙ୍କ  ଭିଡ଼ିଓ ଭାଇରାଲ ହେଉଛି।  ଯେଉଁଥିରେ ତାଙ୍କୁ କାନ୍ଦୁଥିବାର ଦେଖିବାକୁ  ମିଳୁଛି। ଏନେଇ କୁହାଯାଉଛି ଯେ ଯେତେବେଳେ ଏହି ଟ୍ରାଫିକ୍  କନେଷ୍ଟବଳ ଏକ କାର  ଅଟକାଇଥିଲା ସେତେବେଳେ ଏହି ଗାଡି଼ରୁ କିଛି ଲୋକ ବାହାରକୁ ବାହାରି ତାଙ୍କୁ ଦୁର୍ବ୍ୟବହାର କରିବା ସହ ନିଜକୁ ବିଜେପି ନେତାଙ୍କ ସମର୍ଥକ ବୋଲି କହିଥିଲେ।

ଖବର ଅନୁସାରେ ଟ୍ରାଫିକ୍  ପୋଲିସ ସହ ଦୁର୍ବ୍ୟବହାର କରିଥିବା ଲୋକ  ନିଜକୁ ବିଜେପି ବିଧାୟକ  ଆଶୁତୋଷ ଶୁକ୍ଳାଙ୍କ  ସମ୍ପର୍କୀୟ ବୋଲି କହୁଛନ୍ତି।  ଅନ୍ୟପଟେ ଏହି  ମାମଲାର ଭିଡ଼ିଓ ସମାଜବାଦୀ ପାର୍ଟି ଏହାର ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ସେୟାର କରିଛି। 

କୌଣସି କାରଣରୁ  ଜଣେ ଟ୍ରାଫିକ ପୋଲିସ ଏକ  SUV  ଫଟୋ ନେଇଥିଲେ। ଯେଉଁଥିରେ ବିଜେପି ପତାକା ଲଗାଯାଇଥିଲା।  ଟ୍ରାଫିକ  ପୋଲିସ ଏପରି କରୁଥିବା ଦେଖି  କାର ଆରୋହୀ  ତାତି ଉଠିଥିଲେ। ଏହି ଘଟଣାରେ  ସେମାନେ  ଗାଳିଗୁଲଜ କରିବା ସହ ପରିଣାମ ଭୋଗିବାକୁ  ଧମକ ଦେଇଥିଲେ। ଏହା ପରେ କାର ଆରୋହୀ  ଟ୍ରାଫିକ କନେଷ୍ଟବଳ ଙ୍କୁ ଘୋଷାଡି ନେଇ ନିକଟସ୍ଥ ଥାନାରେ ପହଞ୍ଚିଥିଲେ।  ଯେଉଁଠି ଇନିସପେକ୍ଟର ଙ୍କ ସାମ୍ନାରେ କାନ୍ଦିଥିଲେ  ଟ୍ରାଫିକ କନେଷ୍ଟବଳ।

Also Read: ଉତ୍ତର ପ୍ରଦେଶ ପୋଲିସ କୁ ରାସ୍ତାରେ ଗୋଇଠା ମାରି ବନ୍ଧା ହେଲେ ଫୈଜାନ-ମହମ୍ମଦ-ବସିମ୍ଥା

ଥାନାରେ ଏଭଳି ଦୃଶ୍ୟ ଅନ୍ୟ ପୋଲିସ କର୍ମଚାରୀ ମୂକଦର୍ଶକ  ପାଲଟିଥିଲେ।  ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ହେଲେ ପୋଲିସ ବିଭାଗ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଦେବାକୁ  ପ୍ରସ୍ତୁତ ନାହିଁ।