Bizarre Theft Case: ଆପଣ ବିଭିନ୍ନ ଅଞ୍ଚଳରେ ହେଉଥିବା ବିଭିନ୍ନ ପ୍ରକାର ଅଜବ ଧରଣର ଚୋରି ଘଟଣା ବାବଦରେ ଜାଣିଥିବେ। ହେଲେ ଏବେ ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାରେ ଯେଉଁ ଚୋରି ଘଟଣା ଘଟିଛି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚୋରି କରିବା ପରେ କୌଣସି ଚୋର କେବେ ହେଲେ କୌଣସି ଚୋରି ସାମଗ୍ରୀ ଫେରାଇନଥାନ୍ତି। ହେଲେ ଗାଜିଆବାଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯେଉଁଠି ଚୋର ୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ସମେତ ଚୋରି କରିଥିବା ମୂଲ୍ୟବାନ ସାମଗ୍ରୀ ଫେରାଇ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଦିପାବଳୀ (Diwali) ସମୟରେ ଉତ୍ତର ପ୍ରଦେଶ (Uttar Pradesh) ଗାଜିଆବାଦ (Ghaziabad) ଜିଲ୍ଲାରେ ଘଟିଥିଲା ଏକ ଚୋରି ଘଟଣା। ଯେଉଁଠି ଚୋର ୨୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି କରି ନେଇଥିଲେ। ହେଲେ ଚୋରି କରିବା ପରେ ଚୋର ୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଫେରସ୍ତ କରି ଦେଇଛନ୍ତି। ଗତ ୨୩ ଅକ୍ଟୋବରରେ ଜଣେ ବ୍ୟକ୍ତି ନିଜ ପରିବାର ସହ କୌଣସି ଏକ ସ୍ଥାନକୁ ଯାଇଥିଲେ। ଯେତେବେଳେ ୨୭ ଅକ୍ଟୋବରରେ ସେମାନେ ଫେରିବା ପରେ ଦେଖିଲେ ଯେ ସେମାନଙ୍କ ଘରୁ ଚୋରି ହୋଇଛି। ଏହା ପରେ ଘର ମାଲିକ ପ୍ରୀତି ସିରୋହି ଚୋରି ବିଷୟରେ ଥାନକୁ ଜଣାଇଥିଲେ। ତାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ନନ୍ଦଗ୍ରାମ ଥାନାରେ ଆଇପିସି ଧାରା ୩୮୦ ଚୋରି ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା।


Also Read: Mumbai: ସୁନା ଦୋକାନରୁ ଅଭିନବ ଉପାୟରେ ହେଉଥିଲା ଚୋର, ଏପରି ହେଲା ପର୍ଦ୍ଦାଫାଶ


ଏହି ଘଟଣା ସେତେବେଳେ ରୋଚକ ମୋଡ଼ ନେଇଥିଲା ଯେତେବେଳେ ୩୧ ଅକ୍ଟୋବରରେ ପ୍ରୀତି ସିରୋହି ଏକ କୋରିୟର ପାଇଥିଲେ। ଚୋରଙ୍କ ଦ୍ୱାରା ଚୋରି ହୋଇଥିବା ସୁନା ଅଳଙ୍କାର ପାଇ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ। ଏହି ଘଟଣାରେ ପ୍ରତିକ୍ରିୟା ରଖି ତାଙ୍କ ପୁଅ ହର୍ଷ କହିଛନ୍ତି ଯେ ଅକ୍ଟୋବର ୩୧ ତାରିଖ ସନ୍ଧ୍ୟାରେ ଆମକୁ କୋରିୟର ମିଳିଥିଲା ଯେଉଁଥିରେ ପ୍ରେରକଙ୍କ ନାମ ରାଜଦୀପ ଜୁଏଲର୍ସ, ସରାଫା ବଜାର, ହାପୁଡ ଦର୍ଶାଯାଇଥିଲା। ଯେତେବେଳେ ଆମେ ସେହି କୋରିୟର ଖୋଲି ଦେଖିଲୁ ଆମକୁ ସେଥିରୁ ଏକ ବାକ୍ସ ମିଳିଥିଲା। ଯେଉଁଥିରେ ଚୋର ଚୋରି କରିଥିବା ୫ ଲକ୍ଷ ଟଙ୍କା ମୂଲ୍ୟର କିଛି ଅଳଙ୍କାର ରହିଥିଲା।


ହର୍ଷ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଆମକୁ ବାକି ଅଳଙ୍କାର ମିଳିନାହିଁ। ସୋସାଇଟି ଗେଟ ଠାରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଫୁଟେଜ ସ୍କାନ କରିବା ପରେ ପୋଲିସ ଜଣେ ୨୦ ବର୍ଷ ବୟସ୍କ ଯୁବକଙ୍କୁ କାନ୍ଧରେ ବ୍ୟାଗ ଧରି ସୋସାଇଟି ଫାଟକରୁ ବାହାରକୁ ଯାଉଥିବା ଦେଖିଥଲା। ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଛି ଯେ ବ୍ୟାଗ ପ୍ରୀତି ସିରୋହି ପୁଅର ବୋଲି ଜଣାପଡ଼ିଛି। ଫୁଟେଜ ସ୍କାନ କରିବା ପରେ ଯେଉଁ ଯୁବକଙ୍କୁ ବ୍ୟାଗ ପକାଇ ଯାଉଥିବାର ଦେଖିବାକୁ ମିଳିଛି ସେ ଏକୁଟିଆ ସୋସାଇଟି ଛାଡ଼ିଥିବାର ନଜର ଆସିଥିଲେ। ଯେତେବେଳେ କୋରିୟର ପ୍ୟାକେଟ ବିଷୟରେ ପୋଲିସ ଜାଣିବାକୁ ପାଇଲା, ସେତେବେଳେ ଏଥିରୁ ମିଳିଥିବା ସାମଗ୍ରୀ ଯାଞ୍ଚ କରିଥିଲେ। 


Also Read: ମୂଷା ପାଖରୁ ୧୦ ତୋଳା ସୁନା ଜବତ କଲା ପୋଲିସ


ସର୍କଲ ଅଫିସର ଅଂଶୁ ଜୈନଙ୍କ କହିବା ଅନୁଯାୟୀ ସେ ତଦନ୍ତ ପାଇଁ ହାପୁଡ ଅଭିମୁଖେ ଏକ ଟିମ୍ ପଠାଯାଇଥିଲା। ଯେତେବେଳେ ପୋଲିସ ଟିମ ହାପୁଡ ସରାଫା ବଜାର ଠାରେ ପହଞ୍ଚି ଯାଞ୍ଚ କରିଥିଲା ସେତେବେଳେ ଚକିତ ହୋଇଯାଇଥିଲା। କାରଣ ସେଠାରେ ରାଜଦୀପ ନାମରେ କୌଣସି ଦୋକାନ ନଥିବାର ଜାଣିବାକୁ ପାଇଥିଲା ପୋଲିସ। କୋରିୟର ପ୍ୟାକେଟ ଉପରେ ଲେଖାଯାଇଥିବା ଫୋନ୍ ନମ୍ବର ମଧ୍ୟ ନକଲି ଥିଲା। ଏହା ପରେ ପୋଲିସ କୋରିୟର କମ୍ପାନୀ ଯାଇ ସେଠାକାର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ​​ଯେଉଁଥିରେ ୨ ଜଣଙ୍କୁ ଦେଖାଯାଇଥିଲା। ସେମାନେ ହେଉଛନ୍ତି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ଅପରାଧୀଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଥିବା ପୋଲିସ କହିଛି।