Mumbai Police: ଭୂତ ପ୍ରେତଙ୍କ ଦ୍ୱାରା ସୁନା ଚୋରି କରାଯିବା ଘଟଣାର ପର୍ଦ୍ଦଫାଶ କରିଛି ମୁମ୍ବାଇ ପୋଲିସ।
Trending Photos
Gold Theft Case: ଏକ ଆଶ୍ଚର୍ଯ୍ୟଜନକ ମାମଲାର ପର୍ଦ୍ଦଫାଶ କରିଛି ମୁମ୍ବାଇ ପୋଲିସ। ଭୂତ ପ୍ରେତ ଉପରେ ବିଶ୍ୱାସ କରୁଥିବା ଜଣେ ବ୍ୟବସାୟୀ ପ୍ରଥମେ ବୁଝାଇ ଦିଆ ଯାଇଥିଲା ତାଙ୍କ ଦୋକାନରୁ ସୁନା ଏବଂ ନଗଦ ଟଙ୍କା ଏକ ପ୍ରେତ ଚୋରି କରୁଛି। ଭୂତ ପ୍ରେତ ଉପରେ ବିଶ୍ୱାସ କରୁଥିବା ଚୋରି ଘଟଣାରେ ପୋଲିସ ପାଖରେ କୌଣସି ଅଭିଯୋଗ କରି ନଥିଲେ ବ୍ୟବସାୀୟ। ହେଲେ ଯେତେବେଳେ ଏହି ଚୋରି ଘଟଣାର ପର୍ଦ୍ଦଫାଶ ହେଲା ସେତେବେଳେ ସମସ୍ତେ ଚମକି ପଡ଼ିଥିଲେ।
ଲଗାତାର ଭାବେ ଦୋକାନରେ ହେଉଥିବା ସୁନା ଚୋରିକୁ (Gold Theft) ନେଇ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଜଣେ ମୁମ୍ବାଇ ବ୍ୟବସାୟୀ (Mumbai based Business)। ଦୀର୍ଘ ସମୟ ଧରି ସେ ଏହି ଘଟଣା ବାବଦରେ କାହାକୁ କିଛି ଜଣାଇ ନଥିଲେ। କାରଣ ବ୍ୟବସାୟୀ ଜଣଙ୍କ ବିଶ୍ୱାସ କରୁଥିଲେ ଯେ ଏହା ପଛରେ ଭୂତ ପ୍ରେତ (Ghost) ଜଡ଼ିତ ରହିଛନ୍ତି। ଅଲୌକିକ ଶକ୍ତିରେ (Supernatural Power) ବିଶ୍ୱାସ କରୁଥିବା ବ୍ୟବସାୟୀ ପୋଲିସ ପାଖକୁ ଯିବାକୁ ପ୍ରସ୍ତୁତ ନଥିଲେ। ହେଲେ ଯେତେବେଳେ ବ୍ୟବସାୟୀଙ୍କ ଭଣଜା ସତ କଥା କହିଲା, ସେତେବେଳେ ତାଙ୍କ ହୋସ ଉଡ଼ି ଯାଇଥିଲା।
ଏଭଳି ଆଶ୍ଚର୍ଯ୍ୟଜନକ ଚୋରି ମାମଲା ଦକ୍ଷିଣ ମୁମ୍ବାଇ (South Mumbai) ଅଞ୍ଚଳରେ ଦେଖିବାକୁ ମିଳିଛି। ପୌରାଣିକ ଭୂତ ପ୍ରେତ (Mythical Jinn) ସୁନା (Gold) ଭଳି ଦୁର୍ମୂଲ୍ୟ ପଦାର୍ଥକୁ ଭଲ ପାଆନ୍ତି ବୋଲି ବିଶ୍ୱାସ କରାଯାଏ। ହେଲେ ଯେତେବେଳେ ବ୍ୟବସାୟୀ ସତ କ'ଣ ଜାଣିବାକୁ ପାଇଲେ, ସେତେବେଳେ ସେ ପୋଲିସକୁ ଘଟଣା ବିଷୟରେ ବିଷୟରେ ଜଣାଇଥିଲେ। ବ୍ୟବସାୟୀ ଜଣଙ୍କ ପୋଲିସକୁ କହିଛନ୍ତି ଯେ ତାଙ୍କ ଘରୁ ନଗଦ ୧୦ ଲକ୍ଷ ଟଙ୍କା ନଗଦ ଟଙ୍କା ଏବଂ ୪ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଛି। ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କଲା, ସେତବେଳେ ବ୍ୟବସାୟୀଙ୍କ ୧୩ ବର୍ଷର ଭଣଜାଙ୍କ ଆଚରଣ ତାକୁ ଜେରା କରିବାକୁ ବାଧ୍ୟ କରିଥିଲା।
Also Read: ମୂଷା ପାଖରୁ ୧୦ ତୋଳା ସୁନା ଜବତ କଲା ପୋଲିସ
ଏହି ଚୋରି କୌଣସି ଭୂତ ପ୍ରେତ କରିନଥିବା କହିଥିଲା ବ୍ୟବସାୟୀଙ୍କ ଭଣଜା। ଭଣଜା କହିଛି ଯେ ସେ ସୁନା ଓ ନଗଦ ଟଙ୍କା ଚୋରି କରି ସୁରଟରେ ରହୁଥିବା ସମ୍ପର୍କୀୟ ହୁସେନ୍ ପାତ୍ରିୱାଲାଙ୍କୁ ଦେଇଦେଇଛି। ପରେ ପୋଲିସ ପାତ୍ରିୱାଲା ଏବଂ ତାହାର ଦୁଇ ସୁରଟ ଭିତ୍ତିକ ବନ୍ଧୁଙ୍କୁ ଗିରଫ କରିଛି।
ପୂ୍ର୍ବରୁ ମୁମ୍ବାଇରେ ସୁନା ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ମାୟାନଗରୀରୁ ମୂଷା ପାଖରୁ ୧୦ ତୋଳା ସୁନା ଜବତ କରିଥିଲା ପୋଲିସ। ଶୁଣିବାକୁ ହୁଏତ ଏକଥା ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ। ହେଲେ ସତରେ ଏପରି କିଛି ଘଟଣା ଘଟିଥିଲା।
Also Read: Chhatisgarh: ପାରସ ପଥର ପାଇଁ ଗୁଣିଆକୁ ହତ୍ୟା, ୧୦ ଗିରଫ
ଯେତେବେଳେ ଏହି ମାମଲା ଥାନାରେ ପହଞ୍ଚିଲା ସେତେବେଳେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା କେତେକ ମୂଷା ଅଳିଆ ଗଦାରେ ପଡ଼ିଥିବା ଅଳିଆରୁ ସୁନା ରହିଥିବା ସେହି ବ୍ୟାଗକୁ ସେଠାରେ ରହିଥିବା ଏକ ଗଟର ମଧ୍ୟକୁ ନେଇ ଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁନା ରହିଥିବା ବ୍ୟାଗ ଜବତ କରିବା ପରେ ଏହାକୁ ସେହି ମହିଳାଙ୍କୁ ପ୍ରଦାନ କରିଥିଲା।