Uttarakhand Bus Accident: ଉତ୍ତରାଖଣ୍ଡସ୍ଥିତ ଯମୁନୋତ୍ରୀ ରାଜପଥରେ ଘଟିଯାଇଛି ଛାତି ଥରିଗଲା ଭଳି ଦୁର୍ଘଟଣା। ଏଠାରେ ଏକ ଖାଇ ମଧ୍ୟକୁ ଗୋଟିଏ ବସ୍ ପଡି଼ବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ତୀର୍ଥଯାତ୍ରୀ ଭର୍ତ୍ତି ବସ୍ ଅନିୟନ୍ତ୍ରିତ ହୋଇ ଏକ ଗଭୀର ଖାଇ ମଧ୍ୟରେ ଖସି ପଡ଼ିଥିଲା। ଏହି ଘଟଣାରେ ଏ ପର୍ଯ୍ୟନ୍ତ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଉତ୍ତରାଖଣ୍ଡସ୍ଥିତ ଯମୁନୋତ୍ରୀ ରାଜପଥରେ ଘଟିଯାଇଥିବା ଦୁର୍ଘଟଣା ବାବଦରେ ପ୍ରତିକ୍ରିୟା ରଖି ରାଜ୍ୟ ପୋଲିସ ଡିଜି ଅଶୋକ କୁମାର କହିଛନ୍ତି ମଧ୍ୟ ପ୍ରଦେଶ ପନ୍ନା ଜିଲ୍ଲାରୁ ୨୮ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉତ୍ତରକାଶୀ ଜିଲ୍ଲାର ଡାମଟା ନିକଟସ୍ଥ ଏକ ଖାଇ ମଧ୍ୟରେ ଗଳିପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି। ଏ ପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରୁ ୨୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟପଟେ ୬ ଜଣ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 


ଏହି ଦୁର୍ଘଟଣା ବାବଦରେ ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା ପୋଲିସ ଏବଂ ଏସଡିଆରଏଫ ଟିମ। ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଡ୍ରାଇଭର ଏବଂ କଣ୍ଡକ୍ଟର ବ୍ୟତୀତ ଏହି ଗାଡ଼ିରେ ୨୮ ଜଣ ଯାତ୍ରୀଙ୍କ ପାଇଁ ବସିବା ସିଟ୍ ଥିବା କୁହାଯାଉଛି।


ଏ ପର୍ଯ୍ୟନ୍ତ ଘଟଣାସ୍ଥଳରୁ ୧୬ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ମିଳିଥିବା ମୃତଦେହ ଚିହ୍ନଟ ହୋଇନାହିଁ। ଦୁର୍ଘଟଣାସ୍ଥଳରୁ ମିଳିଥିବା ବ୍ୟାଗ-ପର୍ସ ଏବଂ ମୋବାଇଲ ସାହାଯ୍ୟରେ ମୃତଦେହକୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି। ଏହି ଗାଡିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ସମ୍ପର୍କରେ କୁହାଯାଉଛି ଯେ ଏଥିରେ ୨୭-୨୮ ଜଣ ତୀର୍ଥଯାତ୍ରୀ ଥିଲେ। ଆହତଙ୍କୁ ଡାମଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତେ ଗୁରୁତର ଭାବେ ଆହତ ହୋଇଛନ୍ତି।


ମଧ୍ୟପ୍ରଦେଶରୁ ଯାତ୍ରା କରୁଥିବା ଏହି ତୀର୍ଥଯାତ୍ରୀ ଯାତ୍ରା ବେଳେ ଏପରି ଦୁର୍ଘଟଣା ଘଟିବ ବୋଲି କେବେ କଳ୍ପନା କରିନଥିବେ। ହଠାତ୍ ବସ୍ ଖାଇରେ ଖସିପଡିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଗୋଟିଏ ମୁହୂର୍ତ୍ତରେ ସବୁକିଛି ନଷ୍ଟ ହୋଇଗଲା। ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଦୁର୍ଘଟଣା ପରେ ଖାଲରେ କେବଳ ମୃତ ଦେହ ଦୃଶ୍ୟମାନ ହେଉଛି। ସେ ଖାତ ଆଡକୁ ଚାହିଁବା ମାତ୍ରେ ଆତ୍ମା ​​କମ୍ପି ଉଠୁଥିଲା। ବସ୍ ଖାଲରେ ଖସିଯିବା ମାତ୍ରେ କେବଳ ଲୋକଙ୍କ ଚିତ୍କାର ଶୁଣା ଯାଇଥିଲା। ଖାଲରେ ଖସିଯିବା ପରେ ବସ୍ ନଷ୍ଟ ଭ୍ରଷ୍ଟ ହୋଇଯାଇଛି।


Also Read: ବିହାର ପୂର୍ଣ୍ଣିଆ ଜିଲ୍ଲାରେ ଭୟାନକ ସଡ଼କ ଦୁର୍ଘଟଣା; ଟ୍ରକ୍ ଓଲଟି ୮ ଶ୍ରମିକ ମୃତ