Gaurikund to Kedarnath: ଅକ୍ଟୋବର ୨୧ ତାରିଖ ଶୁ୍କ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରାଖଣ୍ଡ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କେଦାରନାଥ ଏବଂ ବଦ୍ରୀନାଥ ଠାରେ ପୂଜାର୍ଚ୍ଚନା କରିଥିଲେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରୋପୱେ ସମେତ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହି ପ୍ରକଳ୍ପ ମଧ୍ୟରୁ କେଦାରନାଥ ରୋପୱେ (Kedarnath Ropeway Project) ହେଉଛି ଅନ୍ୟତମ। କେଦାରନାଥ ରୋପୱେ (Kedarnath Ropeway) ୯.୭ କିଲୋମିଟର ଲମ୍ବ ହେବ। ଏହା ଗୌରୀକୁଣ୍ଡକୁ କେଦାରନାଥ (Gaurikund to Kedarnath) ସହିତ ସଂଯୋଗ କରିବ। ଏହା ଦ୍ୱାରା ଉଭୟ ସ୍ଥାନକୁ ଯାତ୍ରା କେବଳ ୩୦ ମିନିଟ୍ ମଧ୍ୟରେ ପୂରଣ ହେବ। ବର୍ତ୍ତମାନ ଏହି ଦୂରତାକୁ ଅତିକ୍ରମ କରିବାକୁ ଛଅରୁ ସାତ ଘଣ୍ଟା ସମୟ ଲାଗୁଛି। 


Also Read: Diwali: ଆଗକୁ ଆସୁଛି ଦିପାବଳୀ, କେଉଁଠି ଦୀପଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି?


ହେମକୁଣ୍ଡ ରୋପୱେ (Hemkund Ropeway) ଗୋବିନ୍ଦଘାଟକୁ ହେମକୁଣ୍ଡ ସାହିବ (Govind Ghat to Hemkund Sahib) ସହିତ ସଂଯୋଗ କରିବ। ଏହାର ଲମ୍ବ ପ୍ରାୟ ୧୨.୪ କିଲୋମିଟର ହେବ। ଏହା ସହିତ ଏହି ଦୂରତାକୁ ୪୫ ମିନିଟ ମଧ୍ୟରେ ଅତିକ୍ରମ କରାଯାଇ ପାରିବ। ବର୍ତ୍ତମାନ ଏହି ଦୂରତା ଅତିକ୍ରମ କରିବାକୁ ପ୍ରାୟ ଏକ ଦିନ ସମୟ ଲାଗୁଛି। ଏହି ରୋପୱେ ଘାଙ୍ଘରିଆକୁ ଫୁଲ ଘାଟି ଜାତୀୟ ଉଦ୍ୟାନ (Ghangaria to Flower Valley National Park) ସହିତ ମଧ୍ୟ ଯୋଡି଼ବ।


Also Read: Ujjain: ମହାକାଳ କରିଡର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି, ଶିବଙ୍କ ଜୟ ଜୟକାର ଗୁଞ୍ଜିଉଠିଲା ଆକାଶ


ପ୍ରାୟ ୨୪୩୦ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ ବିକଶିତ ହେବ। ଏହି ରୋପୱେ ପରିବେଶ ଅନୁକୂଳ ହେବ। ଏହା ଯୋଗେ ଯାତ୍ରା କରିବା ମଧ୍ୟ ସହଜ ଏବଂ ନିରାପଦ ହେବ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (Prime Ministers Office) ପକ୍ଷରୁ କୁହାଯାଇଛି ଯେ ଏହି ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ଉତ୍ତରାଖଣ୍ଡରେ ପର୍ଯ୍ୟଟନକୁ (Tourism in Uttarakhand) ବୃଦ୍ଧି କରିବ। ଏହା ଏହି ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାସ୍ତା ବିସ୍ତାର ପାଇଁ ୧୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ମୂଳଦୁଆ ମଧ୍ୟ ସ୍ଥାପନ କରାଯିବ।