Ujjain: ମହାକାଳ କରିଡର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି, ଶିବଙ୍କ ଜୟ ଜୟକାର ଗୁଞ୍ଜିଉଠିଲା ଆକାଶ
Advertisement
Article Detail0/zeeodisha/odisha1390820

Ujjain: ମହାକାଳ କରିଡର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି, ଶିବଙ୍କ ଜୟ ଜୟକାର ଗୁଞ୍ଜିଉଠିଲା ଆକାଶ

Mahakal Lok Corridor Inauguration: ଅକ୍ଟୋବର ୧୦ ତାରିଖ ମଙ୍ଗଳବାର ମହାକାଳ ଲୋକ କରିଡର ଲୋକର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  

Ujjain: ମହାକାଳ କରିଡର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି, ଶିବଙ୍କ ଜୟ ଜୟକାର ଗୁଞ୍ଜିଉଠିଲା ଆକାଶ

Mahakal Lok Inauguration: ଦେଶର ପ୍ରମୁଖ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ବାବା ମହାକାଳ ହେଉଛନ୍ତି ଅନ୍ୟତମ। ମଧ୍ୟ ପ୍ରଦେଶ ଉଜ୍ୱୈନ ଜିଲ୍ଲାରେ ଅବସ୍ଥିତ ବାବାଙ୍କ ମନ୍ଦିର ଦେଶ ବିଦେଶରେ ମହାକାଳେଶ୍ୱର ମନ୍ଦିର ନାମରେ ଜଣାଶୁଣା। ଅକ୍ଟୋବର ୧୦ ତାରିଖ ମଙ୍ଗଳବାର ଏଠାରେ ମହାକାଳ ଲୋକ କରିଡରର ପ୍ରଥମ ଲୋକାର୍ପିତ ହୋଇଛି। ଯାହାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  

ମହାକାଳ ଲୋକ କରିଡର ଲୋକାର୍ପଣ (Mahakal Lok Corridor Inauguration) କରିବା ପୂର୍ବରୁ ବାବା ମହାକାଳଙ୍କ (Baba Mahakal) ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ (Prime Minister Narendra Modi)। ପୂଜାର୍ଚ୍ଚନ ସହିତ ମନ୍ଦିର ଗର୍ଭଗୃହରେ ଉପାସନ କରିଥିଲେ ସେ।   

ପ୍ରଥମ ପର୍ଯ୍ୟାୟ କରିଡର (Mahakal Lok Corridor) ନିର୍ମାଣରେ ୩୧୬ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି କରିଡର ନିର୍ମାଣ କାର୍ଯ୍ୟରେ ମୋଟ ୮୫୬ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରାୟ ୯୦୦ ମିଟର ଲମ୍ବା କରିଡର ପୁରୁଣା ରୁଦ୍ର ସାଗର (Rudra Sagar) ହ୍ରଦ ଚାରିପଟରେ ବ୍ୟାପିଛି। ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରର (Mahakaleshwar Temple) ପୁନଃ ନିର୍ମାଣ ପ୍ରକଳ୍ପର ଏକ ଅଂଶ ଭାବେ ରୁଦ୍ର ସାଗର ହ୍ରଦର ପୁନରୁଦ୍ଧାର କରାଯାଇଛି।

ଦେଶର ପ୍ରମୁଖ ୧୨ ଜ୍ୟୋତିର୍ଲିଙ୍ଗ (Jyotirlinga of India) ମଧ୍ୟରୁ ଗୋଟିଏ ବାବା ମହାକାଳଙ୍କ ମନ୍ଦିରରେ ସ୍ଥାପିତ ହୋଇଛି। ପ୍ରତି ଦିନ ଦେଶ ବିଦେଶରୁ ବହୁ ଭକ୍ତ ବାବାଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ଏହି କରିଡର ପାଇଁ ଦୁଇଟି ଭବ୍ୟ ପ୍ରବେଶ ଦ୍ୱାର କରାଯାଇଛି। ଯାହାର ନାଁ ହେଉଛି ନନ୍ଦୀ ଦ୍ୱାର ଏବଂ ପିନାକୀ ଦ୍ୱାର। ଏହି କରିଡର ମନ୍ଦିର ପ୍ରବେଶ ପଥ ପର୍ଯ୍ୟନ୍ତ ଯାଇଛି। କରିଡର ରାସ୍ତାରେ ଅନେକ ମନୋରମ କାରୁକାର୍ଯ୍ୟ କରାଯାଇଛି। 

ନବନିର୍ମିତ ମହାକାଳ କରିଡରରେ ୧୦୮ ସ୍ତମ୍ଭ ନିର୍ମାଣ କରାଯାଇଛି। ୯୧୦ ମିଟର ଲମ୍ବା ସମଗ୍ର ମହାକାଳ ମନ୍ଦିର ଏହି ସ୍ତମ୍ଭ ଉପରେ ରହିବ। ମହା କବି କାଳିଦାସଙ୍କ (Kavi Kali Das) ମହାକାବ୍ୟ ମେଘଦୂତରେ (Kali Dass Epic Meghdoot) ମହାକାଳ ବନର ପରିକଳ୍ପନା କରାଯାଇଛି। ଯାହାକୁ ଶହ ଶହ ବର୍ଷ ପରେ ବାସ୍ତବ ରୂପ ଦିଆଯାଇଛି।