ହିଂସାକାଣ୍ଡରେ ଥରହର ଅମରାବତୀ, BJP କର୍ମକର୍ତ୍ତାଙ୍କ ଉପରେ ଲାଠିଚାର୍ଜ, ସରଗରମ ରାଜନୀତି
ବନ୍ଦ ପାଳନ ସମୟରେ ଭଙ୍ଗାରୁଜା ହେବାରୁ ପୋଲିସ ଲାଠି ଚାର୍ଜ କରିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ୧୪୪ ଧାରା ଜାରି କରାଯାଇଛି।
ଅମରାବତୀ: ତ୍ରିପୁରା ଠାରେ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା କଥିତ ସାମ୍ପ୍ରଦାୟିକ ହିଂସାର ପ୍ରଭାବ ମହାରାଷ୍ଟ୍ର ଅମରାବତୀ ଠାରେ ଅନୁଭୂତ ହୋଇଛି। ଗତ ଶୁକ୍ରବାର ଏହି ଘଚଣାର ପ୍ରତିବାଦରେ ମହାରାଷ୍ଟ୍ରର ଅମରାବତୀ, ନାନ୍ଦେଡ, ମାଲେଗାଓଁ ଠାରେ ହୋଇଥିବା ବିରୋଧି ପ୍ରଦର୍ଶନ ବେଳେ ବ୍ୟାପକ ହିଂସାତ୍ମକ ଘଟଣା ଘଟିଛି। ଏହାର ବିରୋଧରେ ଶନିବାର ବିଜେପି ପକ୍ଷରୁ ଅମରାବତୀ ବନ୍ଦ ଡାକରା ଦିଆଯାଇଥିଲା।
ବନ୍ଦ ପାଳନ ସମୟରେ ଦୋକାନ ଖୋଲାଥିବାର ଦେଖିବା ପରେ ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ ବିଜେପି କର୍ମକର୍ତ୍ତା। ଏହା ପରେ ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ସେଠାରେ ୧୪୪ ଧାରା ଜାରି କରାଯାଇଛି।
ଏ ଘଟଣାରେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର (BJP Spokesperson Sambit Patra) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ (Congress Leader Rahul Gandhi) ଟାର୍ଗେଟ କରି କହିଛନ୍ତି ତାଙ୍କର ତାଲିମ ପରେ ମହାରାଷ୍ଟ୍ରରେ ଏଭଳି ହିଂସାତ୍ମକ ଘଟଣା (Violence in Maharashtra) ଘଟିଛି। ରାହୁଲ ଗାନ୍ଧୀଙ୍କ ସମ୍ବୋଧନ ପରେ ଏଭଳି ହିଂସା ହୋଇଥିଲା। ତ୍ରିପୁରା ଠାର ହୋଇଥିବା ନକଲି ହିଂସାକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଭିଆଯାଇଛି।
Also Read: ବିରୋଧ ପ୍ରଦର୍ଶନ ସମୟରେ ପଥର ମାଡ; ଅମରାବତୀ ଠାରେ ୧୪୪ ଧାରା ଜାରି
ଅନ୍ୟପଟେ ବ୍ୟତୀତ ବିଜେପି (BJP) ଏହି ହିଂସା ପାଇଁ ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଆଗାଡି ସରକାରକୁ (Maharashtra Maha Vikas Aghadi Govt) ଟାର୍ଗେଟ କରିଛି। ଏନେଇ ବିଜେପି ନେତା ରାମ କାଦାମ (BJP Leader Ram Kadam) ପ୍ରଶ୍ନ ଉଠାଇ କହିଛନ୍ତି ଯେ ଅନୁସନ୍ଧାନକାରୀ ସଂସ୍ଥା କ’ଣ କରୁଥିଲା। ଅନ୍ୟପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ (Maharashtra Home Minister) ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ହିଂସାକାଣ୍ଡରେ ଜଡିତ ଲୋକଙ୍କ ବିରୁଦ୍ଧଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
Also Read: ଦିଲ୍ଲୀ ଦଙ୍ଗା ଘଟଣାରେ ଆସିଲା ଭୀମ ଆର୍ମୀ-ପିଏଫଆଇ ଲିଙ୍କ୍!
ଏହା ସହିତ ମହାରାଷ୍ଟ୍ର ସରକାରଙ୍କଲ ଅନ୍ୟତମ ମନ୍ତ୍ରୀ ନବାବ ମଲ୍ଲିକ (Maharashtra Minister Nawab Malik) କହିଛନ୍ତି ରାଜ୍ୟରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। ପୋଲିସ ଏହାର ତଦନ୍ତ କରିବ। ଯିଏ ଦୋଷୀ ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତଙ୍କର ବିରୋଧ କରିବାର ଅଧିକାର ଅଛି ହେଲେ ଆନ୍ଦୋଳନ ନାଁରେ ହିଂସାକାଣ୍ଡ କରିବା ଠିକ୍ ନୁହେଁ। ଶାନ୍ତି ବଜାୟ ରଖିବାକୁ ଆମେ ଲୋକଙ୍କୁ ନିବେଦନ କରୁଛୁ। କେତେକ ଅରାଜକ ତତ୍ତ୍ୱ ଏଭଳି ହିଂସା ବିସ୍ତାର କରିବାକୁ କାର୍ଯ୍ୟ କରୁଛନ୍ତି।
Also Read: Charitable Organization ମାନ୍ୟତା ହରାଇଲା PFI; କାର୍ଯ୍ୟକଳାପ ଉପରେ ରହିବ ସତର୍କ ନଜର
ରାଜ୍ୟରେ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା କଥିତ ସାମ୍ପ୍ରଦାୟିକ ହିଂସା (Tripura Anti Muslin Violence) ଘଟଣାରେ ଅଭିଯୋଗ ଆଣି ତ୍ରିପୁରା ସରକାରଙ୍କ (Tripura Govt) ପକ୍ଷରୁ କୁହାଯାଇଥିଲା କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀର ଲୋକ ଗତ ଅକ୍ଟୋବର ୨୬ ତାରିଖରେ ଘଟିଥିବା ଘଟଣା ପରେ ସାମାଜିକ ଗଣମାଧ୍ୟମରେ ଜଳୁଥିବା ମସଜିଦର ନକଲି ଚିତ୍ର ଅପଲୋଡ୍ କରି ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପ୍ରଶାସନ ବିରୋଧରେ ଷଡଯନ୍ତ୍ର କରିଥିଲେ। ଚଳିତ ବର୍ଷ ବାଂଲାଦେଶ ଠାର ଦୁର୍ଗା ପୂଜା ସମୟରେ ସଂଖ୍ୟାଲଘୁ ହିନ୍ଦୁ (Violence Against Bangladeshi Hindu) ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ହିଂସା ଘଟଣା ଖବର ସାମ୍ନାକୁ ଆସିବା ପରେ ଏହି ପୂର୍ବୋତ୍ତର ରାଜ୍ୟରେ ଅଗ୍ନିକାଣ୍ଡ, ଲୁଟ୍, ହିଂସାତ୍ମକ ଭଳି ଘଟଣା ଘଟିଥିଲା।