Charitable Organization ମାନ୍ୟତା ହରାଇଲା PFI; କାର୍ଯ୍ୟକଳାପ ଉପରେ ରହିବ ସତର୍କ ନଜର
Advertisement
Article Detail0/zeeodisha/odisha926370

Charitable Organization ମାନ୍ୟତା ହରାଇଲା PFI; କାର୍ଯ୍ୟକଳାପ ଉପରେ ରହିବ ସତର୍କ ନଜର

ଏହି ସଂସ୍ଥା ଗଠନ ହେବା ପର ଠାରୁ ବିଭିନ୍ନ ବେଆଇନ କାର୍ଯ୍ୟକାଳପ ଏବଂ ଦେଶ ବିରୋଧି କାର୍ଯ୍ୟରେ ଜଡିତ ରହୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସିଛି।

Charitable Organization ମାନ୍ୟତା ହରାଇଲା PFI; କାର୍ଯ୍ୟକଳାପ ଉପରେ ରହିବ ସତର୍କ ନଜର

ନୂଆଦିଲ୍ଲୀ: ସିଏଏ-ଏନଆରସି ବିରୋଧି ଆନ୍ଦୋଳନ କିମ୍ବା ଗତବର୍ଷ ଘଟିଯାଇଥିବା ବହୁଚର୍ଚ୍ଚିତ କଥିତ ହାଥରସ ଗଣଦୁଷ୍କର୍ମ ଘଟଣାରେ ସନ୍ଦେହଜନକ ଭୂମିକା ଏବଂ ଏଭଳି ମାମଲାରେ ବେଆଇନ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲା ଚରମପନ୍ଥୀ ଇସଲାମିକ ସଙ୍ଗଠନ ପିଏଫଆଇ। ସଦ୍ୟ ଏହା ବିରୁଦ୍ଧରେ ଗ୍ରହଣ କରାଯାଇଛି କାର୍ଯ୍ୟାନୁଷ୍ଠାନ।

ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ଅଭିଯୋଗରେ ଚରମପନ୍ଥୀ ଇସଲାମିକ ସଙ୍ଗଠନ (Extremist Islamic Organization) ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ-ପିଏଫଆଇ (Popular Front of India-PFI) ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆୟକର ବିଭାଗ-ଆଇଟି (Income Tax Department)। ପିଏଫଆଇ ଭଳି ସଂସ୍ଥାକୁ ମିଳିଥିବା ଚ୍ୟାରିଟେବୁଲ ଅର୍ଗାନାଇଜେସନ (Charitable Organization) ମାନ୍ୟତାକୁ ହଟାଇ ଦିଆଯାଇଛି।

Also Read: ଦିଲ୍ଲୀ ଦଙ୍ଗା ଘଟଣାରେ ଆସିଲା ଭୀମ ଆର୍ମୀ-ପିଏଫଆଇ ଲିଙ୍କ୍!

ଆୟକର ନିୟମ ୧୯୬୧ (IT Act 1961) ଧାରା ଏଏ (୩) ଅନୁସାରେ ଏଭଳି ସଂସ୍ଥାକୁ ମିଳିଥିବା ପଞ୍ଜୀକରଣ ମାନ୍ୟତାକୁ ହଟାଯାଇଛି। ଗତ ୨୦୧୨ ଅଗଷ୍ଟ ମାସରେ ପଞ୍ଜୀକୃତ ହୋଇଥିଲା ପିଏଫଆଇ। ଏନେଇ ଜାରି ହୋଇଥିବା ଆଦେଶରେ କୁହାଯାଇଛି ପିଏଫଆଇ ସଂସ୍ଥାକୁ ଦିଆଯାଇଥିବା ଟିକସ ସୁବିଧା ୨୦୧୬-୧୭ ମୂଲ୍ୟାଙ୍କନ ବର୍ଷରୁ ପ୍ରତ୍ୟାହାର କରାଯାଉଛି। ଯାହାର ଅର୍ଥ ହେଉଛି ବର୍ତ୍ତମାନ ଠାରୁ ଆୟକର ଦେବ ପିଏଫଆଇ। ଏହା ସହିତ ଯେଉଁମାନେ ଏଭଳି ସଂସ୍ଥାକୁ ଦାନ କରୁଛନ୍ତି ସେମାନେ ମଧ୍ୟ କୌଣସି ଟିକସ ଛାଡ ପାଇବେ ନାହିଁ। 

Also Read: Sakshi Maharaj Life in Risk: ହତ୍ୟା କରିବାକୁ ପାକିସ୍ତାନରୁ ମିଳୁଛି ଧମକପୂର୍ଣ୍ଣ ଫୋନ କଲ

ୟୁପି ପୋଲିସ ଆଇନ ଶୃଙ୍ଖଳା ବିଭାଗ ଏଡିଜି (UP Police Law & Order ADG) ପ୍ରଶାନ୍ତ କୁମାରଙ୍କ (Prashant Kumar) ମୁତାବକ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ପରେ ପିଏଫଆଇ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଗତ ୨୦୦୬ ମସିହାରେ କେରଳରେ ଗଠିତ ହୋଇଥିଲା ପିଏଫଆଇ। ଯାହାର ମୁଖ୍ୟାଳୟ ଦିଲ୍ଲୀ ଠାରେ ରହିଛି। ଦେଶର ବିଭିନ୍ନ ରାଜ୍ୟର ପୋଲିସ ବାହିନୀ ସହ କେନ୍ଦ୍ରୀୟ ଏଜେନ୍ସି (Central Agency), ଏପରିକି ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏ (National Investgation Agency-NIA) ପକ୍ଷରୁ ଏହି ସଙ୍ଗଠନ ଦ୍ୱାରା କରାଯାଉଥିବା ବେଆଇନ କାର୍ଯ୍ୟକଳାପ ବାବଦରେ ତଦନ୍ତ କରାଯାଉଛି। ମନି ଲଣ୍ଡ୍ରିଂ ସହ ଆତଙ୍କବାଦୀ ଗତିବିଧି ଘଟଣାରେ ସମ୍ପୃକ୍ତ ରହିଥିବା ନେଇ ପିଏଫଆଇ ବିରୁଦ୍ଧରେ ପୂର୍ବରୁ ଅଭିଯୋଗ ହୋଇଛି। 

Also Read: ଚାଞ୍ଚଲ୍ୟକର ଖୁଲାସା: ହାଥରସ ଘଟଣା ପଛରେ ପାକିସ୍ତାନର ହାତ !

ଏହି ସଂସ୍ଥା ଗଠନ ହେବା ପର ଠାରୁ ବିଭିନ୍ନ ବେଆଇନ କାର୍ଯ୍ୟକାଳପ ଏବଂ ଦେଶ ବିରୋଧି କାର୍ଯ୍ୟରେ ଜଡିତ ରହୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସିଛି। ବିଗତ ଦିନରେ ରାଷ୍ଟ୍ରୀୟ ନାଗରକିତା ପଞ୍ଜିକା-ଏନଆରସି (National Register of Citizens-NRC), ସଂଶୋଧିତ ନାଗରକିତା ଆଇନ-ସିଏଏ (Citizenship Amendment Act-CAA) ଏବଂ କଥିତ ହାଥରସ ଗଣଦୁଷ୍କର୍ମ ଘଟଣାରେ (Hathras Gang Rape Case) ସନ୍ଦେହଜନକ ଭୂମିକା କାରଣରୁ ଚର୍ଚ୍ଚାକୁ ଆସିଥିଲା ପିଏଫଆଇ।   

Also Read: ସିଏଏ ଓ ଏନପିଆର ବିରୋଧରେ ତେଜିବ ଆନ୍ଦୋଳନ, ୫ହଜାର ସ୍ଥାନରେ ହେବ ବିରୋଧ

ପୂର୍ବତନ ଉତ୍ତର ପ୍ରଦେଶ (Uttar Pradesh) ୟୁପି ପୋଲିସ ମହାନିର୍ଦ୍ଦେଶକ (UP Police Direcctor General) ଡ.ଓପି ସିଂହ (Ex UP DGP OP Singh) ନିଜର କାର୍ଯ୍ୟକାଳ ସମୟରେ ଏହି ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଗତ ବର୍ଷ ରାଜ୍ୟରେ ହୋଇଥିବା ଏନଆରସି-ସିଏଏ ବିରୋଧି ଆନ୍ଦୋଳନ ଏବଂ କଥିତ ହାଥରସ ଦୁର୍ଷ୍କମ ଘଟଣା ସମୟରେ ଦଙ୍ଗା ଭିଆଇବାକୁ ଏହି ସଙ୍ଗଠନ ଷଡ଼ଯନ୍ତ୍ର କରୁଥିବା ନେଇ ୟୁପି ପୋଲିସ ପ୍ରମାଣ ପାଇଥିଲା। ବିଭାଗୀୟ ରିପୋର୍ଟ ଆଧାରରେ ପିଏଫଆଇ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ ପୂର୍ବତନ ୟୁପି ଡିଜିପି। 

Also Read: ପିଏଫଆଇ ଉପରେ ସରକାର ଲଗାଇବେ ପ୍ରତିବନ୍ଧକ: କେଶବ ପ୍ରସାଦ

ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟର କାନପୁର ଜିଲ୍ଲାରୁ ଅନେକ ପିଏଫଆଇ ନେତାଙ୍କୁ ଗିରଫ କରିସାରିଛି ୟୁପି ପୋଲିସ (UP Police) ବାହିନୀ ଅଧିନସ୍ଥ ଆତଙ୍କବାଦ ନିରୋଧି ବଳ-ଏଟିଏସ (Anti Terrorism Squad-ATS)।  ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Poll 2022) ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଅବୈଧ ରୋହିଙ୍ଗ୍ୟା ଅନୁପ୍ରବେଶକାରୀକୁ (Illegal Rohingya Infiltrators) ବସାଇବା ଘଟଣାରେ ଏହି ସଙ୍ଗଠନର ସଦିଗ୍ଧଜନକ ସମ୍ପୃକ୍ତିକୁ ନେଇ ସତର୍କ ହୋଇଉଠିଛି ୟୁପି ଏଟିଏସ (UP ATS)। ବିଭିନ୍ନ ଘଟଣାକୁ ନେଇ ରାଜ୍ୟରେ ଦଙ୍ଗା ଭିଆଇବାକୁ ଏହି ସଙ୍ଗଠନ ଷଡଯନ୍ତ୍ରର କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି।