ନୂଆଦିଲ୍ଲୀ: Armenia-Azerbaijan war: ୨୯ ଦିନ ଧରି ଚାଲୁ ଥିବା ଆର୍ମେନିଆ (Armenia) ଓ ଆଜେରବାଇଜାନ (Azerbaijan) ମଧ୍ୟରେ ଯୁଦ୍ଧ ଶେଷ ହୋଇଯାଇଛି । ଅକ୍ଟୋବର ୨୬ ମଧ୍ୟରାତ୍ରିରୁ ଅସ୍ତ୍ରବିରତି ଲାଗୁ କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି । ଆମେରିକା (America) ର ମଧ୍ୟସ୍ଥତା ପରେ ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ସଂଘର୍ଷ ବିରାମ ହୋଇଛି । ଏହାର ଘୋଷଣା ସ୍ୱୟଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଟ୍ୱିଟ୍ କରି କହିଛନ୍ତି ଯେ ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲାସ୍ ପାସିନାନ୍ ଏବଂ ଆଜେରବାଇଜାନର ରାଷ୍ଟ୍ରପତି ଇଲହାମ ଆଲିୟେଭଙ୍କୁ ଅଭିନନ୍ଦନ, ଯେଉଁମାନେ ମଧ୍ୟରାତ୍ରିରେ ସଂଘର୍ଷ ବିରାମ କରିବାକୁ ସହମତ ହୋଇଛନ୍ତି । ଏହା ଦ୍ୱାରା ଅନେକ ଜୀବନ ରକ୍ଷା ପାଇବ । ଏହାପୂର୍ବରୁ ମାଇକ ପୋମ୍ପିଓ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅସ୍ତ୍ରବିରତି ଘୋଷଣା କରିଥିଲେ ।


ଉଲ୍ଲେଖନୀୟ କଥା ହେଉଛି, ଆର୍ମେନିଆ ଓ ଆଜେରବାଇଜାନ ବିଶ୍ୱ ମାନଚିତ୍ରରେ ଦୁଇଟି ଛୋଟ ଦେଶ, କିନ୍ତୁ ସେମାନଙ୍କ ମଧ୍ୟରେ ନାଗୋର୍ଣ୍ଣୋ-କରାବାଖକୁ ନେଇ ପ୍ରାୟ ଏକ ମାସ ଧରି ଏପରି ଭୟଙ୍କର ଯୁଦ୍ଧ ଚାଲିଛି । ଦାବି କରାଯାଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ଉଭୟ ପକ୍ଷରୁ ପ୍ରାୟ ୫୦୦୦ ଲୋକ ପ୍ରାଣ ହରାଇଛନ୍ତି । ଏହି କାରଣରୁ ସମସ୍ତଙ୍କ ନଜର ଏହି ଦୁଇ ଦେଶ ଉପରେ ରହିଛି ।


ଅଧିକ ପଢ଼ନ୍ତୁ:-ପୁଣି କୋରୋନା ଭୂତାଣୁକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO


ଏହାପୂର୍ବରୁ ଆର୍ମେନିଆ ଓ ଆଜେରବାଇଜାନ ପରସ୍ପର ଉପରେ ଶାନ୍ତିପୂର୍ଣ୍ଣ ସମାଧାନରେ ବାଧା ସୃଷ୍ଟି କରୁଥିବାର ଅଭିଯୋଗ ଆଣିଥିଲେ । ଆର୍ମେନିଆ ଆଜେରୀୟ ସେନା ବିରୋଧରେ ବସତି ଅଞ୍ଚଳରେ ବୋମା ମାଡ଼ କରିଥିବାର ଅଭିଯୋଗ ଆଣିଥିଲେ । ଅନ୍ୟପକ୍ଷେ ଆଜେରବାଇଜାନ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛି ଯେ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ପ୍ରସ୍ତୁତ, କିନ୍ତୁ ପ୍ରଥମେ ଆର୍ମେନିଆ ସୈନ୍ୟଙ୍କୁ ଯୁଦ୍ଧକ୍ଷେତ୍ର ଛାଡିବାକୁ ପଡିବ ।


ଅଧିକ ପଢ଼ନ୍ତୁ:-ଗୋଟିଏ ଦିନର କୋରୋନା ମାମଲାରେ ନୂଆ ବିଶ୍ୱ ରେକର୍ଡ କଲେ ଆମେରିକା-ଫ୍ରାନ୍ସ, ବ୍ରିଟେନରେ ପୁଣି ଲାଗିଲା ଲକଡାଉନ୍


ଏହି ଯୁଦ୍ଧରେ ଦୁଇ ଥର ଋଷର ମଧ୍ୟସ୍ଥତା ମାଧ୍ୟମରେ ସଂଘର୍ଷ ବିରାମ ଉଦ୍ୟମ ହୋଇଛି, କିନ୍ତୁ ଉଭୟ ସଂଘର୍ଷ ବିରାମ ବେଶି ସମୟ ପାଇଁ ରହି ନଥିଲା । ପୁନର୍ବାର ଯୁଦ୍ଧ ଆରମ୍ଭ ହୋଇଥିଲା । ଏବେ ଏହା ଦେଖିବାକୁ ପଡ଼ିବ ଯେ ଆମେରିକା ଦ୍ୱାରା କରାଯାଇଥିବା ଅସ୍ତ୍ରବିରତିର ଅବଧି କେତେ ଦିନ ରହୁଛି । ଆର୍ମେନିଆ ଏବଂ ଆଜେରବାଇଜାନ ଶାନ୍ତି ପଥକୁ ଫେରିବ ନା କିଛି ଦିନ ପରେ ଦୁଇ ଦେଶ ମୁହାଁମୁହିଁ ହେବେ, ତାହା ଦେଖିବାକୁ ରହିଯାଇଛି ।


ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ବିଧାୟକ


ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ବିବାଦ ସେପ୍ଟେମ୍ବର ୨୭ରେ ଆଜେରବାଇଜାନ ଅଧୀନରେ ଥିବା ନାଗୋର୍ଣ୍ଣୋ-କରାବାଖ ଅଞ୍ଚଳରେ ଆରମ୍ଭ ହୋଇଥିଲା । କିନ୍ତୁ ଏହା ଉପରେ ସ୍ଥାନୀୟ ଆର୍ମେନିଆ ସୈନ୍ୟର ନିୟନ୍ତ୍ରଣ ରହିଛି । ଏହା ହେଉଛି ୧୯୯୪ରେ ଯୁଦ୍ଧ ଶେଷ ହେବା ପରେ ଏହି ଅଞ୍ଚଳର ସବୁଠାରୁ ଗୁରୁତର ସଂଘର୍ଷ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂଘର୍ଷରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ।