Advertisement
Article Detail0/zeeodisha/odisha772824
Zee OdishaOdisha National-Internationalପୁଣି କୋରୋନା ଭୂତାଣୁକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO

ପୁଣି କୋରୋନା ଭୂତାଣୁକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO

WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡନୋମ୍ (Tedros Adhanom Ghebreyesus) ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କୋରୋନା ଭୂତାଣୁ (Coronavirus) ମହାମାରୀରେ ଆମେ ଏକ ଗୁରୁତର ଅବସ୍ଥାରେ ଅଛୁ, ବିଶେଷ କରି ଉତ୍ତର ଗୋଲାର୍ଦ୍ଧରେ ।

ପୁଣି କୋରୋନା ଭୂତାଣୁକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ, ବିଶ୍ୱ ବର୍ତ୍ତମାନ କୋଭିଡ-19 (COVID-19) ମହାମାରୀର ଏକ ଜଟିଳ ଅବସ୍ଥାରେ ରହିଛି । ଏବଂ କେତେକ ଦେଶ ବିପଦପୂର୍ଣ୍ଣ ପଥରେ ଅଛନ୍ତି, ଯେଉଁଠାରେ ସ୍ୱାସ୍ଥ୍ୟ ସେବାରେ ବଡ଼ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି । WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡନୋମ୍ (Tedros Adhanom Ghebreyesus) ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କୋରୋନା ଭୂତାଣୁ (Coronavirus) ମହାମାରୀରେ ଆମେ ଏକ ଗୁରୁତର ଅବସ୍ଥାରେ ଅଛୁ, ବିଶେଷ କରି ଉତ୍ତର ଗୋଲାର୍ଦ୍ଧରେ । ଆଗାମୀ କିଛି ମାସ ଅଧିକ କଠିନ ହେବ ଓ କିଛି ଦେଶ ବିପଦପୂର୍ଣ୍ଣ ପଥରେ ଅଛନ୍ତି ।"

ଅଧିକ ପଢ଼ନ୍ତୁ:-ଗୋଟିଏ ଦିନର କୋରୋନା ମାମଲାରେ ନୂଆ ବିଶ୍ୱ ରେକର୍ଡ କଲେ ଆମେରିକା-ଫ୍ରାନ୍ସ, ବ୍ରିଟେନରେ ପୁଣି ଲାଗିଲା ଲକଡାଉନ୍

ଟେଡ୍ରୋସ କହିଛନ୍ତି ଯେ, "ଆମେ ନେତାଙ୍କୁ ତତ୍କାଳ ପଦକ୍ଷେପ ନେବାକୁ ଅନୁରୋଧ କରୁଛୁ, ଯାହା ଦ୍ୱାରା  ଭବିଷ୍ୟତରେ ଅନାବଶ୍ୟକ ମୃତ୍ୟୁକୁ ରୋକା ଯାଇପାରିବ, ଜରୁରୀ ସ୍ୱାସ୍ଥ୍ୟ ସେବା ଯେପରି ଖରାପ ନହେବ ସେଥିରୁ ରକ୍ଷା ମିଳି ପାରିବ ଏବଂ ପୁନର୍ବାର ସ୍କୁଲ ବନ୍ଦ ନକରିବାକୁ ପଡ଼େ, ଯେପରି ମୁଁ ଫେବୃଆରୀରେ କହିଥିଲି ଏବଂ ମୁଁ ଆଜି ଏହାକୁ ପୁନରାବୃତ୍ତି କରୁଛି, ଏହା ଏକ ଡ୍ରିଲ ନୁହେଁ ।"

Add Zee News as a Preferred Source

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁ ଯୋଗୁଁ ଶେଷ ହେଉଛି ଏହି ରୋଗ ! ପ୍ରତିବର୍ଷ ହୋଇଥାଏ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ

WHO ମୁଖ୍ୟ ଟେଡ୍ରୋସ୍ କହିଛନ୍ତି ଯେ, "ବର୍ତ୍ତମାନ ଅନେକ ଦେଶରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ଘଟୁଛି । ଡାକ୍ତରଖାନା ଏବଂ ଆଇସିୟୁ ଭର୍ତ୍ତି ହେବାରେ ଲାଗିଛି କିମ୍ବା କ୍ଷମତାଠାରୁ ଅଧିକ ଚାଲୁଛି ଏବଂ ବର୍ତ୍ତମାନ ଅକ୍ଟୋବର ମାସ ଆସିଛି । ଦେଶମାନେ ଭୂତାଣୁ ବିସ୍ତାରକୁ ଶୀଘ୍ର ସୀମିତ ରଖିବା ପାଇଁ ପଦକ୍ଷେପ ନେବା ଉଚିତ୍ । ଭୂତାଣୁ ପରୀକ୍ଷଣରେ ଉନ୍ନତି ଆଣିବା, ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କକୁ ଅନୁସନ୍ଧାନ କରିବା ଏବଂ ଭୂତାଣୁ ବିସ୍ତାର ହେବାର ଆଶଙ୍କା ଥିବା ଲୋକଙ୍କୁ ଆଇସୋଲେଟ କରିବା ଦ୍ୱାରା ଦେଶଗୁଡିକ ଲକଡାଉନ୍ ଏଡାଇବାକୁ ସମର୍ଥ ହେବେ ।"

About the Author