Advertisement
Article Detail0/zeeodisha/odisha773050
Zee OdishaOdisha Politicsମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ବିଧାୟକ

ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ବିଧାୟକ

ବିଧାନସଭାରୁ ଇସ୍ତଫା ଦେବା ପରେ ବିଧାୟକ ରାହୁଲ ଲୋଧି ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷ ଭି.ଡି ଶର୍ମା ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । 

ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ବିଧାୟକ

ଭୋପାଳ: MP Bypolls 2020: ମଧ୍ୟପ୍ରଦେଶରେ କଂଗ୍ରେସ (Congress) ର ସମସ୍ୟା କମ୍ ହେବାର ନାଁ ନେଉନାହିଁ । ମଧ୍ୟପ୍ରଦେଶ କଂଗ୍ରେସ ଏବଂ ବରିଷ୍ଠ ନେତାମାନେ ସଂପୂର୍ଣ୍ଣ ପ୍ରସ୍ତୁତି ସହ ଉପନିର୍ବାଚନ ପାଇଁ ମୈଦାନରେ ଓହ୍ଲାଇଛନ୍ତି । ଏହା ମଧ୍ୟରେ ଦଳକୁ ଆଉ ଏକ ଝଟକା ଲାଗିଛି । ଦମୋହରୁ କଂଗ୍ରେସ ବିଧାୟକ ରାହୁଲ ଲୋଧି (Rahul Lodhi) ବିଧାନସଭାରୁ ଇସ୍ତଫା ଦେଇଛନ୍ତି । ପ୍ରୋଟେମ୍ ସ୍ପିକର ରାମେଶ୍ୱର ଶର୍ମା ରାହୁଲ ଲୋଧିଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି । ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ଚତୁର୍ଥ ବିଧାୟକ । ବର୍ତ୍ତମାନ ବିଧାନସଭାରେ କଂଗ୍ରେସ ପାଖରେ ୮୭ ଜଣ ବିଧାୟକ ରହିଛି ।

ଅଧିକ ପଢ଼ନ୍ତୁ:-ଗୋଟିଏ ଦିନର କୋରୋନା ମାମଲାରେ ନୂଆ ବିଶ୍ୱ ରେକର୍ଡ କଲେ ଆମେରିକା-ଫ୍ରାନ୍ସ, ବ୍ରିଟେନରେ ପୁଣି ଲାଗିଲା ଲକଡାଉନ୍

ବିଧାନସଭାରୁ ଇସ୍ତଫା ଦେବା ପରେ ବିଧାୟକ ରାହୁଲ ଲୋଧି ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷ ଭି.ଡି ଶର୍ମା ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ଜୁଲାଇ ମାସରେ ମନ୍ଧାତାରୁ ନାରାୟଣ ପଟେଲ, ବଡା ମଲହରାରୁ ପ୍ରଦ୍ୟୁମାନ ସିଂ ଲୋଧି ଏବଂ ନେପାନଗର ବିଧାୟକ ସୁମିତ୍ରା ଦେବୀ କାସଡେକର ବିଧାନସଭାରୁ ଇସ୍ତଫା ଦେଇଥିଲେ । ପରେ ସେମାନେ ବିଜେପିରେ ଯୋଗ ଦେଇଥିଲେ ।

Add Zee News as a Preferred Source

ଅଧିକ ପଢ଼ନ୍ତୁ:-ପୁଣି କୋରୋନା ଭୂତାଣୁକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO

ଚଳିତ ବର୍ଷ ମାର୍ଚ୍ଚରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ସମର୍ଥକ ୨୨ ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ । ଏହା ପରେ  ୧୫ ମାସର କମଲ ନାଥ (Kamal Nath) ଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗି ଯାଇଥିଲା । ଏହା ପରେ ଶିବରାଜ ସିଂ ଚୌହାନ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ବିରାଜମାନ ହୋଇଥିଲେ । ଅନ୍ୟପକ୍ଷେ ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

About the Author