ନୂଆଦିଲ୍ଲୀ: ଧର୍ମଗ୍ରନ୍ଥରେ ସୁଧାର ଆଣିବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ୟୁପି ସିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭିଙ୍କୁ ମିଳିଛି ହତ୍ୟା ଧମକ।  ଏନେଇ ସେ କହିଛନ୍ତି ଇସଲାମିକ ଧର୍ମଗ୍ରନ୍ଥ କୋରୋନାର ୨୬ ନମ୍ବର ଆୟତରେ ଲେଖାଯାଇଥିବା ବାଣୀକୁ ସୁଧାରିବା ଆବେଦନ କରିଛନ୍ତି ସେ।   


COMMERCIAL BREAK
SCROLL TO CONTINUE READING

ଧର୍ମଗ୍ରନ୍ଥ କୋରୋନାରେ ସୁଧାର ଆଣିବା ଲାଗି ଆବେଦନ କରିବା ପରେ ୟୁପି ସିଆ ୱାକଫ ବୋର୍ଡର (Uttar Pradesh Shia Waqf Board) ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭିଙ୍କ (Waseem Rizvi) ପଛରେ ପଡିଯାଇଛନ୍ତି ଇସଲାମିକ ଧର୍ମଗୁରୁ। ଏପରିକି ତାଙ୍କୁ ଧର୍ମରୁ ବରଖାସ୍ତ କରିବା ଲାଗି ଧମକ ମିଳୁଛି। 


Also Read: ବିବାଦୀୟ କାର୍ଯ୍ୟକ୍ରମ ପ୍ରସାରଣ ମାମଲା: ଜୋରିମାନା ଗଣିବ ଜାକିର ନାଏକ


ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ପୂର୍ବତନ ଚେୟାରମ୍ୟାନ ରିଜଭି ଦର୍ଶାଇଛନ୍ତି କୋରୋନାର ୨୬ ନମ୍ବର ଆୟତ ଧାର୍ମିକ କଟ୍ଟରତା ସହ ମାରପିଟ କରିବା ଭଳି ଘଟଣାକୁ ପ୍ରଶୟ ଦେଉଛି। ଯେଉଁଥିରେ ଇସଲାମ ଅନୁଗାମୀଙ୍କୁ ଏହା କୁହାଯାଉଛି ଆପଣ ଅନ୍ୟ ଧର୍ମ ଠାରୁ ଭିନ୍ନ। ତୁମକୁ ହତ୍ୟା କରିବା ଲାଗି ମୁକ୍ତି ମିଳିଛି। ଇସଲାମକୁ ସ୍ୱୀକାର କରୁନଥିବା ଲୋକ ଯାହାକୁ କାଫିର କୁହାଯାଏ ତାକୁ ହତ୍ୟା କରିବା ଲାଗି ତୁମକୁ ହତ୍ୟା କରିବା ଲାଗି ଅନୁମତି ମିଳିଛି।    


Also Read: ଅଯୋଧ୍ୟା ମସଜିଦରେ ନମାଜ ପଢିବା ହାରାମ: ଅସାଦୁଦ୍ଦିନ ଓୱେସୀ


 


ୱାସିମ ରିଜଭି ଆହୁରି ମଧ୍ୟ କହିଛନ୍ତି ମଦ୍ରାସାରେ ଦିଆଯାଉଥିବା ଧାର୍ମିକ ଶିକ୍ଷା କୁରାନ ମଜିଦ ଉପରେ ଆଧାରିତ। ଏଠାରେ ପଢୁଥିବା ଛାତ୍ରଙ୍କୁ କୋରାନର ଅନ୍ୟ ଆୟତ ସହ ୨୬ ବାବଦରେ ପଢାଯାଉଛି। ଯେତେବେଳେ ସେମାନେ ଏହାକୁ ପଢିବେ ସେମାନେ ଭବିଷ୍ୟତରେ ସେମାନେ ଧାର୍ମିକ କଟ୍ଟରତା ମାନସିକତାର ଶିକାର ହୋଇପାରନ୍ତି।


ଏ ପ୍ରସଙ୍ଗରେ ମତ ରଖି ମୁସଲିମ ଧର୍ମଗୁରୁ ମୌଲନା ଖାଲିଦ ଫିରଙ୍ଗୀ କହିଛନ୍ତି ୧୫-୧୬ ନମ୍ବର ଆୟତ୍ତ ଦୂରର କଥା କେହି କୁବ୍ବତ କୋରାନାରେ କୌଣସି ପ୍ରକାର ପରିବର୍ତ୍ତନ କରିପାରିବେ ନାହିଁ। ଅନ୍ୟପଟେ ସିଆ ଧର୍ମଗୁରୁ ମୌଲନା କଲବେ ଜବ୍ବାଦ କହିଛନ୍ତି ଯିଏ ଏପରି କରିବାକୁ କହୁଛନ୍ତି ସେ ଭୁଲ କହୁଛନ୍ତି। ସେ ଇସଲାମର ଶତ୍ରୁ ଏବଂ ତାଙ୍କର ଏଜେଣ୍ଟ ହୋଇପାରନ୍ତି।     


Also Read: ମହଙ୍ଗା ପଡିଲା ଇସଲାମିକ ମୌଳବାଦକୁ ସମର୍ଥନ, ମାଟିରେ ଘର ମିଶାଇଦେଲା ପ୍ରଶାସନ


ଅନ୍ୟପଟେ ମୌଲନା କାରୀ ଇସହାକ ଗୋରା କ୍ରୋଧ ପୂର୍ବକ ଭାବେ ପୂର୍ବତନ ୟୁପି ସିଆ ୱାକଫ ବୋର୍ଡ ଚେୟାରମ୍ୟାନଙ୍କ ଉଦ୍ଦେଶ୍ୟରେ  କୋଟି କୋଟି ଲଜ୍ଜା ପଠାଉଛି। ସେହିପରି ବିହାର ସିଆ ୱାକଫ ବୋର୍ଡ  ଚେୟାରମ୍ୟାନ ଅଫଜଲ ଆବ୍ବାସ କହିଛନ୍ତି ଏ ମାମଲାରେ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ସେ କହିଛନ୍ତି ତାଙ୍କ ବିରୁଦ୍ଧରେ ଫତୱା ଜାରି ତାଙ୍କୁ ଇସଲାମରୁ ବହିଷ୍କାର କରିବା ଆବଶ୍ୟକ। ଏପରି ଲୋକ ଘୃଣା ଆଧାରରେ ରାଜନୀତି କରିବାକୁ ଚାହୁଁଛନ୍ତି। ଏହା ଦ୍ୱାରା ଦେଶରେ ରହିଥିବା ଭାଇଚାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ହେଲେ ଆମକୁ ଏହି ସମ୍ପର୍କକୁ ଆଗକୁ ବଢାଇବାକୁ ହେବ। 


Also Read: ମୌଲନା ଆନ୍ଦୋଳନକୁ ନେଇ ଅସ୍ତବ୍ୟସ୍ତ ପାକିସ୍ତାନ


 



ଅନ୍ୟପଟେ ମାଲେସିୟା ଭଳି ଏକ ଦେଶର ଅଦାଲତ ଗତ ବୁଧବାର ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଏନେଇ ଅଦାଲତ ରାୟ ଶୁଣାଇ କହିଛନ୍ତି ଅଣ ମୁସଲିମ ଧର୍ମାବଲମ୍ବୀ ଭଗବାନଙ୍କୁ ସମ୍ବୋଧନ କରିବା ଲାଗି  ଇସଲାମ ଧର୍ମରେ ଇଶ୍ୱର ମାନ୍ୟତା ପାଇଥିବା 'ଆଲ୍ଲା' ଶବ୍ଦକୁ ବ୍ୟବହାର କରିପାରିବେ। କୋର୍ଟଙ୍କ ଏପରି ନିଷ୍ପତ୍ତି ମାଲେସିୟା ଭଳି ଏକ ଇସଲାମିକ ଦେଶରେ ଧାର୍ମିକ ସ୍ୱାଧୀନତାର ବିଭାଜନ ପ୍ରସଙ୍ଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। 


Also  Read: କଟ୍ଟରପନ୍ଥୀଙ୍କ ଆଗରେ ହାତେ ଟେକିଦେଲ ଇମରାନ ସରକାର, ଫ୍ରାନ୍ସ ବିରୁଦ୍ଧରେ ନେଲେ ଏହି ପଦକ୍ଷେପ


 


ସରକାରଙ୍କ ନିଷେଧାଦେଶକୁ ସମାଲୋଚନା କରି ସେଠାକାର ଜଣେ  ଓକିଲ କହିଛନ୍ତି ଖ୍ରୀଷ୍ଟିଆନ ପ୍ରକାଶନ ଦ୍ୱାରା 'ଆଲ୍ଲା' ଏବଂ ଆରବୀୟ ଭାଷାର ଅନ୍ୟ ତିନୋଟି ଶବ୍ଦ ବ୍ୟବହାର ଉପରେ ସୁପ୍ରିମକୋର୍ଟ ୩୫ ବର୍ଷର ପ୍ରତିବନ୍ଧକକୁ ପ୍ରତ୍ୟାହାର କରି ନେଇଛନ୍ତି। କୋର୍ଟ ଏହି ପ୍ରତିବନ୍ଧକକୁ ଅସାମ୍ବିଧାନିକ ବୋଲି ବିବେଚନା କରିଛନ୍ତି।


Also Read: ଏସପି ସାଂସଦଙ୍କ ଅଜବ ବୟାନ- କୋରୋନା ଏକ ରୋଗ ନୁହେଁ, ପାପର ଦଣ୍ଡ ଦେଉଛନ୍ତି ଆଲ୍ଲା


 



ମାଲେସିଆ ସରକାର ପୂର୍ବରୁ କହିଥିଲେ କେବଳ ମୁସଲିମ ଧର୍ମାବଲମ୍ବୀ 'ଆଲ୍ଲା' ଶବ୍ଦକୁ ବ୍ୟବହାର କରିପାରିବେ। ଯାହା ଅନ୍ୟ ଧର୍ମର ଲୋକଙ୍କୁ ଇସଲାମ କରିବା ଲାଗି ଚାଲିଥିବା ଦ୍ୱନ୍ଦ୍ୱକୁ ଏଡାଇବା  ପାଇଁ ବ୍ୟବହାର କରାଯିବ। ମାଲେସିଆ ଭଳି ମୁସଲିମ ଅଧ୍ୟୁଷିତ ଦେଶରେ ଏହା ଏକ ସ୍ୱତନ୍ତ୍ର ମାମଲା ଏବଂ ଏହି ଦେଶରେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟ ବାସବାସ କରିଥନ୍ତି। ମାଲେସିଆର ଖ୍ରୀଷ୍ଟିଆନ ନେତା କହିଛନ୍ତି 'ଆଲ୍ଲା' ଶବ୍ଦର ବ୍ୟବହାର ଉପରେ ନିଷେଧାଦେଶ ଯୁକ୍ତିଯୁକ୍ତ ନୁହେଁ। କାରଣ ଖ୍ରୀଷ୍ଟୀୟ ଧର୍ମାବଲମ୍ବୀ ବାଇବଲ ପ୍ରାର୍ଥନା ଏବଂ ଗୀତରେ ଭଗବାନଙ୍କୁ ସମ୍ବୋଧନ କରିବା ପାଇଁ 'ଆଲ୍ଲା' ଶବ୍ଦ ବ୍ୟବହାର କରିଆସୁଛନ୍ତି।