ଦେଶରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଫ୍ରାନ୍ସ ସରକାରଙ୍କୁ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରିଥିଲେ ଅନେକ ମୁସଲିମ ରାଷ୍ଟ୍ରଙ୍କ ସମେତ ଇସଲାମିକ ମୌଳବାଦୀ। ଯାହା ମଧ୍ୟରେ ସାମିଲ ଥିଲେ ମଧ୍ୟ ପ୍ରଦେଶ କଂଗ୍ରେସ ବିଧାୟକ ଆରିଫ ମସୁଦ।
Trending Photos
ଭୋପାଳ: ୟୁରୋପୀୟ ଦେଶ ଫ୍ରାନ୍ସ (France) ଠାରେ ଇସଲାମ ପ୍ରାୟୋଜିତ ମୌଳବାଦୀ ସଙ୍ଗଠନ ପକ୍ଷରୁ ହୋଇଥିବା ଆକ୍ରମଣକୁ ବିରୋଧ କରିଥିଲା ସମଗ୍ର ବିଶ୍ୱ। ଦେଶରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଫ୍ରାନ୍ସ ସରକାରଙ୍କୁ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରିଥିଲେ ଅନେକ ମୁସଲିମ ରାଷ୍ଟ୍ରଙ୍କ ସମେତ ଇସଲାମିକ ମୌଳବାଦୀ। ଯାହା ମଧ୍ୟରେ ସାମିଲ ଥିଲେ ମଧ୍ୟ ପ୍ରଦେଶ କଂଗ୍ରେସ ବିଧାୟକ (MP Congress MLA) ଆରିଫ ମସୁଦ (Arif Masood)।
ଏପରିକି ସେ ରାଜଧାନୀ ଭୋପାଳ ଠାରେ ଫ୍ରାନ୍ସ ରାଷ୍ଟ୍ରପତି (French President) ଇମାନୁଏଲ ମାକ୍ରୋନ (Emmanuel Macron) ବିରୁଦ୍ଧରେ ବିରୋଧ ପ୍ରଦର୍ଶନର ଆୟୋଜିତ କରିଥିଲେ। ଯାହା ଏବେ ତାଙ୍କୁ ମହଙ୍ଗା ପଡିଛି। ଏ ଘଟଣାରେ ମଧ୍ୟ ପ୍ରଦେଶରେ କ୍ଷମତାସୀନ ଶିବାରାଜ ସରକାର (Shivarj Govt) କଂଗ୍ରେସ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଏହିକ୍ରମରେ ଭୋପାଳ ମହାନଗର ନିଗମ-ବିଏମସି (BMC-Bhopal Municpal Corporation) ସ୍ଥାନୀୟ ଇନ୍ଦିରା ପ୍ରିୟଦର୍ଶନୀ କଲେଜ ଠାରେ ଥିବା ୪ଟି ଅବୈଧ ନିର୍ମାଣକୁ ଭାଙ୍ଗିଦେଇଛି। କିଛି ଦିନ ପୂର୍ବେ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଗୁରୁବାର ବିଏମସି ପକ୍ଷରୁ ଖାନୁଗାଓଁ ଠାରେ ନିର୍ମିତ ହୋଇଥିବା ବିଲ୍ଡିଂ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ବିଏମସି ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ବିଚଳିତ ହୋଇପଡିଥିବା କଂଗ୍ରେସ ବିଧାୟକ କହିଛନ୍ତି ଏହା ଅସାମ୍ବିଧାନିକ। ଆମ ଧର୍ମ ବିରୁଦ୍ଧରେ ଫ୍ରାନ୍ସ ରାଷ୍ଟ୍ରପତି ଦେଇଥିବା ମନ୍ତବ୍ୟକୁ ଆମେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିଥିଲୁ। ଏହା ଆମର ସାମ୍ବିଧାନିକ ଅଧିକାର। ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟ ପ୍ରତିଶୋଧମୂଳକ। ୨୦୦୫ରୁ ଏହି ନିର୍ମାଣକୁ ଭାଙ୍ଗିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଆମେ ଏହି ମାମଲାର ଉପଯୁକ୍ତ ମଞ୍ଚରେ ଦ୍ୱାରସ୍ଥ ହେବୁ।
खानू गांव में स्थित मेरा कॉलेज जो शिक्षा का मंदिर है उसमें तोड़फोड़ की कार्यवाही की गई जिसकी सूचना मिलने पर मैने बिहार से #भोपाल शहर की जनता से शांति बनाए रखने हेतु अपील की l@INCIndia @INCMP @RahulGandhi @priyankagandhi @OfficeOfKNath @digvijaya_28 @ShayarImran pic.twitter.com/9dI619VyXQ
— Arif Masood (@arifmasoodbpl) November 5, 2020
ଭୋପାଳସ୍ଥିତ ଇକବାଲ ମୈଦାନ ଠାରେ କଂଗ୍ରେସ ବିଧାୟକଙ୍କ ପକ୍ଷରୁ ଆୟୋଜିତ ବିରୋଧ ପ୍ରଦର୍ଶନରେ ଯୋଗ ଦେଇ ଥିବା କୋରୋନା ମୁକାବିଲା ଲାଗି ଜାରି ହୋଇଥିବା ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ପିନ୍ଧିବା ଭଳି ନିୟମର ଉଲଂଘନ କରିଥିଲେ। ଏହି ଅଭିଯୋଗରେ କଂଗ୍ରେସ ବିଧାୟକ ମସୁଦଙ୍କ ସମେତ ୨୦୦ ଲୋକଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା। ଏହା ସହିତ ୧୫୩ ଧାରା ଅନୁଯାୟୀ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଆରିଫଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଥିଲା।