ନୂଆଦିଲ୍ଲୀ: ଦେଶରେ ଶୀତ ଲହରି (Winter Wave) ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତର ଭାରତରେ (North India) ଦିନକୁ ଦିନ ତୁଷାରପାତ (Snowfall) ବୃଦ୍ଧି ପାଇବାରେ ଲାଗିଛି । ପ୍ରବଳ ତୁଷାରପାତ (Snowfall) କାରଣରୁ ଅଧିକାଂଶ ରାସ୍ତା ମଧ୍ୟ ବନ୍ଦ ହୋଇଯିବା ଅବସ୍ଥାରେ ରହିଛି । ଶୀତ ଦିନେ ଶୀତ ଏବଂ ଶୀତଲହରୀ (Sitalahari) କାରଣରୁ ଉତ୍ତର ଭାରତରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ସେହିପରି ଦେଶର କିଛି ଅଞ୍ଚଳର ଆକାଶରେ କଳାବାଦଲ ଢାଙ୍କି ରହିଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ କିଛି ଅଞ୍ଚଳରେ ବର୍ଷା ମଧ୍ୟ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ମୋଦିଙ୍କ ପରିବାରରେ ବିଷ ଭରିଦେଲା ବିଜେପି!


ଗୁରୁବାର ପଞ୍ଜାବ ଏବଂ ହରିୟାଣାରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଉଭୟ ପଞ୍ଜାବ ଓ ହରିଆଣାରେ ତାପମାତ୍ରା ହ୍ରାସ ପାଇଥିଲା। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଣ୍ଡିଗଡ଼ରେ ବର୍ଷା ହୋଇଥିଲା। ଏହା ବ୍ୟତୀତ ମୋହାଲି, ଲୁଧିଆନା, ପଞ୍ଚକୁଲା, ଅମ୍ବାଲା ଏବଂ ଯମୁନାନଗରରେ ବର୍ଷା ହୋଇଥିଲା। ଗତ କିଛି ଦିନ ମଧ୍ୟରେ ଉଭୟ ରାଜ୍ୟ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରେକର୍ଡ କରିଥିଲେ।


ଅଧିକ ପଢନ୍ତୁ: ବୈଜ୍ଞାନିକ ଫେଲ୍, ଶହ ଶହ ଲୋକଙ୍କ ମଧ୍ୟରୁ କୋରୋନା ସଂକ୍ରମିତକୁ ଚିହ୍ନଟ କଲା କୁକୁର


ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଗୋରଖପୁର, ଅଯୋଧ୍ୟା, ଓ ବରେଲି ଅଞ୍ଚଳରେ ତାପମାତ୍ରା ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି । ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଯୋଧ୍ୟା, କାନପୁର, ଲକ୍ଷ୍ନୌ, ଆଗ୍ରା ଓ ବରେଲି ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । 


ଅଧିକ ପଢନ୍ତୁ: Delhi Police Action: ବର୍ତ୍ତିଗଲେ Greta, ଫସିଗଲେ Toolkit ଲେଖକ


ଅଯୋଧ୍ୟା, ଲକ୍ଷ୍ନୌ, ବରେଲୀ, ମୁରାଦାବାଦ, ଝାନ୍ସୀ ଓ ମିରଠ ଅଞ୍ଚଳରେ ରାତିରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ରିପୋର୍ଟ ମୁତାବକ ଉତ୍ତରପ୍ରଦେଶର ବସ୍ତି ଅଞ୍ଚଳର ସବୁଠାରୁ ଶୀତଳ ସହର ଭାବେ ପରିଗଣିତ ହୋଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରହିଥିଲା । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ ଓ ପୂର୍ବାଞ୍ଚଳରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।