ବୈଜ୍ଞାନିକ ଫେଲ୍, ଶହ ଶହ ଲୋକଙ୍କ ମଧ୍ୟରୁ କୋରୋନା ସଂକ୍ରମିତକୁ ଚିହ୍ନଟ କଲା କୁକୁର
Advertisement
Article Detail0/zeeodisha/odisha842186

ବୈଜ୍ଞାନିକ ଫେଲ୍, ଶହ ଶହ ଲୋକଙ୍କ ମଧ୍ୟରୁ କୋରୋନା ସଂକ୍ରମିତକୁ ଚିହ୍ନଟ କଲା କୁକୁର

କୋରୋନା ଭାଇରସକୁ ଚିହ୍ନଟ କରିବା ଓ ତାହାର ବଦଳୁଥିବା ରୂପକୁ ଜାଣିବାକୁ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ ମାନେ ନାକେଦମ ହୋଇଥିଲେ ମଧ୍ୟ ସାମାନ୍ୟ ଗୋଟିଏ କୁକୁର ଏହି ପ୍ରାଣଘାତୀ ମହାମାରୀକୁ ଚିହ୍ନଟ କରିପାରିଛି ।

ବୈଜ୍ଞାନିକ ଫେଲ୍, ଶହ ଶହ ଲୋକଙ୍କ ମଧ୍ୟରୁ କୋରୋନା ସଂକ୍ରମିତକୁ ଚିହ୍ନଟ କଲା କୁକୁର

ବର୍ଲିନ: ନୋଭେଲ କୋରୋନା ଭାଇରସ ସମଗ୍ର ବିଶ୍ୱକୁ ଛଟପଟ କରିଦେଇଛି । ଏକ ବର୍ଷକାଳ ଧରି ବିଶ୍ୱକୁ କଲବଲ କରିଥିବା ଏହି ଭାଇରସର ମୂଳୋତ୍ପାଟନ ସିନା ହୋଇପାରିନାହିଁ କିନ୍ତୁ ଭାଇରସ ବ୍ୟାପିବାରେ ରୋକ ଲଗାଇବାକୁ ଆସିଛି ଭ୍ୟାକସିନ ସଞ୍ଜୀବନି । ହେଲେ କୋରୋନା ଭାଇରସକୁ ଚିହ୍ନଟ କରିବା ଓ ତାହାର ବଦଳୁଥିବା ରୂପକୁ ଜାଣିବାକୁ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ ମାନେ ନାକେଦମ ହୋଇଥିଲେ ମଧ୍ୟ ସାମାନ୍ୟ ଗୋଟିଏ କୁକୁର ଏହି ପ୍ରାଣଘାତୀ ମହାମାରୀକୁ ଚିହ୍ନଟ କରିପାରିଛି ।

ଆପଣ କେବେ ଚିନ୍ତା କରିଛନ୍ତି, କି କେବେ ଗୋଟିଏ ସ୍ନିଫର୍ କୁକୁର (Sniffer Dog) ଶହ ଶହ ଲୋକଙ୍କ ମଧ୍ୟରୁ ଜଣେ କୋରୋନା ଆକ୍ରାନ୍ତ (Corona Infected) କୁ ଖୋଜି ବାହାର କରିବାରେ ସଫଳ ହୋଇପାରିବ । କିନ୍ତୁ ଏ ଘଟଣା ସତ, ଜର୍ମାନୀ (Germany) ର ପ୍ରାଣୀ ଚିକିତ୍ସାଳୟରେ ତାଲିମ ପ୍ରାପ୍ତ ସ୍ନିଫର୍ କୁକୁର କୋରୋନା ଭୂତାଣୁ ଥିବା ଆକ୍ରାନ୍ତଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି । ତେବେ ବୈଜ୍ଞାନିକଙ୍କ କହିବା କଥା, ଯେ କୋରୋନା ଭୂତାଣୁ ଚିହ୍ନଟ କରିବାର କ୍ଷମତା ପ୍ରାୟ ୯୪ ପ୍ରତିଶତ ସଠିକ୍ ଥିଲା ।

Also Read: ଏ କେମିତିକା ଦଣ୍ଡ, ମାତ୍ର ଗୋଟିଏ ଶବ୍ଦ ପାଇଁ ଦୁଇବର୍ଷ ଜେଲ୍...

ଜର୍ମାନୀର ଅର୍ମିଡ୍ ଫୋର୍ସ ସ୍କୁଲ୍ ଫର୍ ସର୍ଭିସ୍ ଡଗ୍ସର ଜଣେ ବରିଷ୍ଠ ଅଧିକାରୀ ଏଷ୍ଟର୍ ଶାଲକେ କହିଛନ୍ତି ଯେ, ସେମାନଙ୍କୁ ତାଲିମ ଦେଇଥିବା କୁକୁର ପ୍ରଥମେ କୋରୋନା ଥିବା ଲକ୍ଷଣର ଗନ୍ଧ ଅନୁଭବ କରିଥିଲା, ଯାହା କୋରୋନା ପ୍ରଭାବିତ ରୋଗୀଙ୍କ ଠାରେ ଦେଖାଦେଇଥିଲା। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଆମେ ପ୍ରଥମେ ଏକ ଅଧ୍ୟୟନ ପାଇଁ ସ୍ନିଫର୍ କୁକୁର (Sniffer Dog)ଚୟନ କରିଥିଲୁ ଏବଂ ସେ ଚିହ୍ନଟ କରିଥିବା କୋରୋନା ଭାଇରସ ସଠିକତା ୯୪ ପ୍ରତିଶତ ରହିଥିଲା।

Also Read: Delhi Police Action: ବର୍ତ୍ତିଗଲେ Greta, ଫସିଗଲେ Toolkit ଲେଖକ

ଅଧିକାରୀଙ୍କ ଅନୁଯାୟୀ, ତାଲିମପ୍ରାପ୍ତ କୁକୁରମାନେ ଉଭୟ କୋରୋନା ଲକ୍ଷଣ ଥିବା ବ୍ୟକ୍ତି ଓ ଅଣ କୋଭିଡ (Non Covid) ବ୍ୟକ୍ତିଙ୍କ ସହିତ ଅସାମାଜିକ ରୋଗୀଙ୍କୁ ଚିହ୍ନଟ କରିପାରିବେ । ଏହି ସନ୍ଧାନ ପାଇଁ ଦୁଇଟି ସ୍ୱତନ୍ତ୍ର କୁକୁର, ଫିଲୋ ଏବଂ ଜୋ କୋକରଙ୍କୁ ମଧ୍ୟ ତାଲିମ ଦିଆଯାଇଥିଲା । ତେବେ ତିନି ବର୍ଷୀୟ ବେଲଜିୟମ ଶେଖର ଫିଲୋ ଏବଂ ଜୋ କକର୍ ହେଉଛନ୍ତି ଦୁଇଟି ସ୍ୱତନ୍ତ୍ର କୁକୁର, ଯେଉଁମାନେ କୋରୋନା ଭୂତାଣୁ ଚିହ୍ନଟ କରିବା ପାଇଁ ହାନୋଭର ୟୁନିଭରସିଟି ଅଫ୍ ଭେଟେରିନାରୀ ମେଡିସିନରେ ସ୍ୱତନ୍ତ୍ର ତାଲିମ ପାଇଥିଲେ।