Wedding Pavilion turned into Battlefield:ରଣକ୍ଷେତ୍ର ପାଲଟିଛି ବିବାହ ମଣ୍ଡପ। ଯାହାର ଭିଡ଼ିଓ ହୋଇଛି ଭାଇରାଲ। ବର୍ତ୍ତମାନ ବିବାହ ଋତୁ ଜାରି ରହିଥିବା ବେଳେ ବିବାହ ସମ୍ପର୍କିତ ଭିଡ଼ିଓ ସୋସିଆଲ ମିଡ଼ିଆ ଯୋଗେ ଭାଇରାଲ ହେବାରେ ଲାଗିଛି। 


COMMERCIAL BREAK
SCROLL TO CONTINUE READING

ରଣକ୍ଷେତ୍ର ପାଲଟିଥିବା ବିବାହ ମଣ୍ଡପରେ ଘଟିଯାଇଥିବା ଘଟଣାର ଭିଡ଼ିଓ ସେୟାର କରିଛନ୍ତି ପ୍ରସିଦ୍ଧ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର। ଯେଉଁଥିରେ ଦେଖିବାକୁ ମିଳିଛି ଏକ ବିବାହ କାର୍ଯ୍ୟକ୍ରମରେ ବର କନ୍ୟା ପରସ୍ପରକୁ ମାଡ଼ ମାରୁଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ଭିଡ଼ିଓ ଭାଇରାଲ ହେଉଛି।   


ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଏକ ବିବାହ ମଣ୍ଡପରେ ବର କନ୍ୟା ଛିଡା଼ ହୋଇଛନ୍ତି। ଯେଉଁଠି କନ୍ୟା ବରକୁ ମିଠା ଖୁଆଇବାକୁ ଚେଷ୍ଟା କରୁଛି। ମାତ୍ର ବର ମିଠା ଉପରେ ଧ୍ୟାନ ଦେଇନାହିଁ। ଏାହାକୁ ଦେଖି ତାତି ଉଠିଥିବା କନ୍ୟା ବର ମୁହଁରେ ମିଠା ମାଡ଼ି ଦେଉଛି। ଏହାକୁ ନେଇ ତାତି ଉଠିଥିବା ବର କନ୍ୟାକୁ ବିବାହ ମଣ୍ଡପରେ ଏକ ଥାପଡ଼ ମାରି ଦେଇଥିଲା। ଥାପଡ଼ ବାଜିବା ପରେ ବରକୁ ପାଲଟା ଜବାବ ଦେଇଥିଲା କନ୍ୟା। ବିବାହ କାର୍ଯ୍ୟକ୍ରମରେ ମିଠା ଖୁଆଇବାକୁ ନେଇ ବର କନ୍ୟାଙ୍କ ମଧ୍ୟରେ ହୋଇଥିବା ବିବାଦ ଶେଷରେ ଥାପଡ ଯୁଦ୍ଧରେ ପରିଣତ ହୋଇଥିଲା। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ଯୋଗେ ଖୁବ ଭାଇରାଲ ହେବାରେ ଲାଗିଛି। 



Also Read: ମହିଳାଙ୍କୁ ଝାଡୁରେ ପିଟିଲେ ପେଟ୍ରୋଲ ପମ୍ପ କର୍ମଚାରୀ


ବିବାହ ବେଳେ କୌଣସି କଥାକୁ ନେଇ ବିଭିନ୍ନ ସମୟରେ ବିବାଦ ସୃଷ୍ଟି ହୋଇଛି। ଯାହାର ଉଦହାରଣ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରି ହଟହଟା ହୋଇଥିଲେ ଜଣେ ଯୁବକ। ଏହି ଘଟଣାକୁ ନେଇ ତାଙ୍କୁ ରାସ୍ତାରେ ନିର୍ଘାତ ମାଡ଼ ମରାଯାଇଥିଲା। ଯାହାର ଭିଡ଼ିଓ ସୋସିଆଲ ମଡି଼ଆ ଯୋଗେ ଭାଇରାଲ ହୋଇଥିଲା।  ଉତ୍ତରାଖଣ୍ଡର ଉଦ୍ଧାମ ସିଂହ ନଗର ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା। ଜିଲ୍ଲାର ଗଦରପୁର ଅଞ୍ଚଳରେ ହୋଇଥିବା ଏକ ବାହାଘରରେ ଜବରଦସ୍ତ ହଙ୍ଗମା ଦେଖିବାକୁ ମିଳିଥିଲା। ଯେଉଁଠି ନିଜକୁ ବରର ପତ୍ନୀ କହୁଥିବା ଜଣେ ମହିଳା ବିବାହ କରିବାକୁ ଯାଉଥିବା ଜଣେ  ଯୁବକଙ୍କୁ ପୋଲିସ ଉପସ୍ଥିତିରେ ନିର୍ଘାତ ମାଡ଼ ମାରିଥିଲେ। ବାହାଘର ବେଳେ ଏଭଳି ଘଟଣା ଦେଖିବା ପରେ ପୋଲିସ ବରକୁ  ଥାନକୁ ଉଠାଇ ନେଇଥିଲା। 


ଗଦରପୁର ଅଞ୍ଚଳର ଅବସ୍ଥିତ କାମ୍ବୋଜ ଧର୍ମଶାଳା ଠାରେ ଏକ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ହେଲେ ଅଚାନକ ଜଣେ ମହିଳା ପୋଲିସ ସହ ସେଠାରେ ପହଞ୍ଚିଥିଲେ। ଯିଏ ଦାବି କରିଥିଲେ ବିବାଦ କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ତାଙ୍କର ସ୍ୱାମୀ ଏବଂ ସେମାନଙ୍କ ବିବାହକୁ ବର୍ଷେ ମଧ୍ୟ ପୂରଣ ହୋଇନାହିଁ। ମାଡ଼ ମାରିଥିବା ମହିଳା ଜଣଙ୍କ ଅଭିଯୋଗ ଆଣି କହିଛନ୍ତି ତାଙ୍କ ସ୍ୱାମୀ ତାଙ୍କୁ ଯୌତୁକ ମାଗୁଥିଲେ। ଯେଉଁ କାରଣକୁ ନେଇ ତାଙ୍କ ସ୍ୱାମୀ ଏବଂ ତାଙ୍କ ମଧ୍ୟରେ ବିବାଦ ହୋଇଥିଲା। କୌଣସି ସୂତ୍ରରୁ ତାଙ୍କୁ ଖବର ମିଳିଥିଲା ଯେ ତାଙ୍କ ସ୍ୱାମୀ ଗଦରପୁର ଠାରେ ଦ୍ୱିତୀୟ ବିବାହ କରୁଛନ୍ତି।  


Also Read: ଦ୍ୱିତୀୟ ବିବାହ କରି ହଟହଟା ଯୁବକ


ମାଡ଼ ମାରିଥିବା ମହିଳାଙ୍କ ଭାଇ ଅଭିଯୋଗ ଆଣି କହିଛନ୍ତି ତାଙ୍କ ଭଉଣୀକୁ ଧୋକ୍କା ଦିଆଯାଇଛି ଏବଂ ତାଙ୍କ ଭିଣୋଇ ଦ୍ୱିତୀୟ ବିବାହ କରୁଛନ୍ତି। ବିବାହ ସମୟରେ ସେହି ମହିଳା ଏବଂ ତାଙ୍କ ସାଙ୍ଗରେ ଆସିଥିବା ଲୋକେ ଦ୍ୱିତୀୟ ବିବାହ କରୁଥିବା ବ୍ୟକ୍ତିଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ଯେତେବେଳେ ଦ୍ୱିତୀୟ ପକ୍ଷ କନ୍ୟା ଘରର ଲୋକ ବରର ପ୍ରଥମ ବିବାହ ବାବଦରେ ଜାଣିବାକୁ ପାଇଲେ ସେମାନେ ମଧ୍ୟ ବରକୁ ପିଟିଥିଲେ। ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ବିବାହ ବନ୍ଦ କରିଦେବା ସହ ବରକୁ ଥାନାକୁ ଉଠାଇ ନେଇଥିଲା।