ଦ୍ୱିତୀୟ ବିବାହ କରି ହଟହଟା ଯୁବକ
Advertisement

ଦ୍ୱିତୀୟ ବିବାହ କରି ହଟହଟା ଯୁବକ

ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରି  ହଟହଟା ହୋଇଛନ୍ତି  ଯୁବକ।  ଏହି  ଘଟଣାରେ ତାଙ୍କୁ ରାସ୍ତାରେ ନିର୍ଘାତ  ମାଡ଼ ମରାଯାଇଛି।  ଯାହାର ଭିଡ଼ିଓ ସୋସିଆଲ ମଡି଼ଆ ଯୋଗେ  ଭାଇରାଲ  ହେବାରେ ଲାଗିଛି।  ଉତ୍ତରାଖଣ୍ଡର  ଉଦ୍ଧାମ ସିଂହ  ନଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

ଦ୍ୱିତୀୟ ବିବାହ କରି ହଟହଟା ଯୁବକ

ଡେରାଡୁନ: ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରି  ହଟହଟା ହୋଇଛନ୍ତି  ଯୁବକ।  ଏହି  ଘଟଣାରେ ତାଙ୍କୁ ରାସ୍ତାରେ ନିର୍ଘାତ  ମାଡ଼ ମରାଯାଇଛି।  ଯାହାର ଭିଡ଼ିଓ ସୋସିଆଲ ମଡି଼ଆ ଯୋଗେ  ଭାଇରାଲ  ହେବାରେ ଲାଗିଛି।  ଉତ୍ତରାଖଣ୍ଡର  ଉଦ୍ଧାମ ସିଂହ  ନଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

ଏଠାରେ ଅବସ୍ଥିତ ଗଦରପୁର ଅଞ୍ଚଳରେ  ହୋଇଥିବା ବାହାଘରରେ  ଜବରଦସ୍ତ ହଙ୍ଗମା ଦେଖିବାକୁ ମିଳିଛି।  ଯେଉଁଠି ନିଜକୁ  ବରର ପତ୍ନୀ କହୁଥିବା ଜଣେ ମହିଳା  ବିବାହ କରିବାକୁ ଯାଉଥିବା ଜଣେ  ଯୁବକଙ୍କୁ ପୋଲିସ ଉପସ୍ଥିତିରେ ନିର୍ଘାତ ମାଡ଼ ମାରିଛନ୍ତି। ବାହାଘର ବେଳେ ଏଭଳି ଘଟଣା ଦେଖିବା ପରେ ପୋଲିସ  ବରକୁ  ଥାନକୁ ଉଠାଇ  ନେଇଛି। 

Also Read: ରାସ୍ତାରେ ଲଢିବାରେ ଲାଗିଲେ ଯୁବତୀ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଗଦରପୁର ଅଞ୍ଚଳର  କାମ୍ବୋଜ ଧର୍ମଶାଳା ଠାରେ ଏକ  ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା।  ହେଲେ ଅଚନାକ ଜଣେ ମହିଳା ପୋଲିସ ସହ ସେଠାରେ ପହଞ୍ଚିଥିଲେ।   ଯିଏ ଦାବି କରିଥିଲେ ବିବାଦ କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ତାଙ୍କର ସ୍ୱାମୀ ଏବଂ ସେମାନଙ୍କ ବିବାହକୁ ବର୍ଷେ ମଧ୍ୟ ପୂରଣ ହୋଇନାହିଁ। 

ମାଡ଼  ମହିଳା ଜଣଙ୍କ ଅଭିଯୋଗ ଆଣି କହିଛନ୍ତି  ତାଙ୍କ ସ୍ୱାମୀ ତାଙ୍କୁ ଯୌତୁକ  ମାଗୁଥିଲେ।  ଯେଉଁ କାରଣକୁ ନେଇ ତାଙ୍କ ସ୍ୱାମୀ ତାଙ୍କର ବିବାଦ ହୋଇଥିଲା।  କୌଣସି  ସୂତ୍ରରୁ ତାଙ୍କୁ ଖବର ମିଳିଥିଲା ଯେ  ତାଙ୍କ ସ୍ୱାମୀ ଗଦରପୁର ଠାରେ ଦ୍ୱିତୀୟ ବିବାହ କରୁଛନ୍ତି।   ମାଡ଼ ମାରିଥିବା ମହିଳାଙ୍କ ଭାଇ  ଅଭିଯୋଗ ଆଣି କହିଛନ୍ତି ତାଙ୍କ ଭଉଣୀକୁ  ଧୋକ୍କା ଦିଆଯାଇଛି ଏବଂ ତାଙ୍କ ଭିଣୋଇ ଦ୍ୱିତୀୟ ବିବାହ କରୁଛନ୍ତି।  

Also Read: ଅଟୋରିକ୍ସା ଡ୍ରାଇଭର ସହ ଫେରାର ହେଲେ କୋଟିପତି ମାଲିକାଣି; ସାଥିରେ ନେଇଗଲେ ଏତେ  ଟଙ୍କା

ଏହି  ସମୟରେ ସେହି  ମହିଳା ଏବଂ ତାଙ୍କ ସାଙ୍ଗରେ ଆସିଥିବା ଲୋକେ  ଦ୍ୱିତୀୟ ବିବାହ କରୁଥିବାା ବ୍ୟକ୍ତିଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ଯେତେବେଳେ ଦ୍ୱିତୀୟ ପକ୍ଷ କନ୍ୟା ଘରର ଲୋକ ବରର  ପ୍ରଥମ ବିବାହ ବାବଦରେ ଜାଣିବାକୁ ପାଇଲେ ସେମାନେ ମଧ୍ୟ ବରକୁ ପିଟିଥିଲେ । ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ବିବାହ ବନ୍ଦ କରିଦେଇଥିଲା।