ମହିଳାଙ୍କୁ ଝାଡୁରେ ପିଟିଲେ ପେଟ୍ରୋଲ ପମ୍ପ କର୍ମଚାରୀ
Advertisement
Article Detail0/zeeodisha/odisha1165488

ମହିଳାଙ୍କୁ ଝାଡୁରେ ପିଟିଲେ ପେଟ୍ରୋଲ ପମ୍ପ କର୍ମଚାରୀ

ମହିଳାଙ୍କୁ ମାଡ଼ ମରା ଯାଇଥିବାର ଭିଡି଼ଓ ସୋସିଆଲ ମଡ଼ିଆ ଯୋଗେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। 

ମହିଳାଙ୍କୁ ଝାଡୁରେ ପିଟିଲେ ପେଟ୍ରୋଲ ପମ୍ପ କର୍ମଚାରୀ

ଲକ୍ଷ୍ନୌ: ମହିଳାଙ୍କୁ ଝାଡୁର ପିଟିଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ। ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ବିଜୟ ନଗର ସ୍ଥିତ ଜୟ ପେଟ୍ରୋଲ ପମ୍ପ ଠାରେ ଘଟିଯାଇଛି ଏଭଳି ଘଟଣା। ମହିଳାଙ୍କୁ ମାଡ଼ ମରା ଯାଇଥିବାର ଭିଡି଼ଓ ସୋସିଆଲ ମଡ଼ିଆ ଯୋଗେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଗତ ସୋମବାର ଏଠାରେ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଗ୍ରାହକଙ୍କ ମଧ୍ୟରେ ମାଡପିଟ୍ ହୋଇଥିଲା।  

ଏହି ଘଟଣାରେ ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି ଜଣେ ମହିଳାଙ୍କୁ ଧକ୍କା ମରାଯିବା ସହ ଅନ୍ୟ କେତେକ ଲୋକ ତାଙ୍କୁ ଝାଡୁରେ ପିଟୁଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ କୁହାଯାଇଛି ଗତ ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।     

ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଗାଜିଆବାଦ ଜିଲ୍ଲାର ବିଜୟ ନଗର ଠାରେ  ଅବସ୍ଥିତ ଜୟ ପେଟ୍ରୋଲ ପମ୍ପରେ ଏକ ସିଏନଜି ମେସିନ ଲଗାଯାଇଥିଲା। ସେଠାରେ ସିଏନଜି ଭରିବା ପାଇଁ ଗୋଟିଏ କାର ଏହି ପେଟ୍ରୋଲ ପମ୍ପକୁ ଆସିଥିଲା। ଏଠାରେ ଗୋଟିଏ ପଟେ ଅଟୋ ଏବଂ ଅନ୍ୟ ପଟରେ କାର ତଥା ଅନ୍ୟ ଗାଡ଼ି ସିଏନଜି ଭରିଥାନ୍ତି। ମାତ୍ର ଜଣେ କାର ଭୁଲବଶତଃ ଅଟୋ ରହିଥିବା ଧାଡିରେ ଆସିଯାଇଥିଲା।    

ଯାହାକୁ ନେଇ କାର ଆରୋହୀ ଏବଂ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ଯୁକ୍ତି ତର୍କ ବଢିବା ସହ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା।  

Also Read: ଦ୍ୱିତୀୟ ବିବାହ କରି ହଟହଟା ଯୁବକ

 

ଏହି ମାଡ଼ପିଟ୍ ହେବା ବେଳେ ସେଠାରେ ଅବସ୍ଥିତ ଅନ୍ୟ ଜଣେ ଗ୍ରାହକ ଏହି ଘଟଣାର ଭିଡିଓ ରେକର୍ଡିଂ କରି ନେଇଥିଲେ ଯାହା ପରେ ସୋସିଆଲ ମଡ଼ିଆ ଯୋଗେ ଖୁବ ଜୋରସୋରରେ ଭାଇରାଲ ହୋଇଥିଲା। ପେଟ୍ରୋଲ ପମ୍ପରେ ମାଡପିଟ୍ ହୋଇଥିବା ନେଇ ପୋଲିସ ଖବର ପାଇଥିଲା। ଏହି ଘଟଣା ବାବଦରେ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଜାଣିବାକୁ ପାଇଥିଲା ଯେ ସିଏନଜି ଭରିବାକୁ ଆସିଥିବା ଜଣେ ଗ୍ରାହକ ଏବଂ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଏହି ଘଟଣାକୁ ନେଇ ଉଭୟ ପକ୍ଷ ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ। ଅଭିଯୋଗ ମିଳିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।