PM Modis Diwali Celebration: ଆସନ୍ତା ୨୪ ତାରିଖରେ ସମଗ୍ର ଦେଶରେ ପାଳିତ ହେବାକୁ ଯାଉଛି ଆଲୋକର ପର୍ବ ଦିପାବଳୀ। ହେଲେ ଏହାର ଦିନକ ପୂର୍ବରୁ ୨୩ ଅକ୍ଟୋବରରେ ଅଯୋଧ୍ୟା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିପାବଳୀ ଅବସରରେ ସେଠାରେ ଆୟୋଜିତ ହେଉଥିବା ଦୀପୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏହା ବ୍ୟତୀତ ରାମଲାଲା ଦର୍ଶନ କରି ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ। ଚଳିତ ବର୍ଷ ଅଯୋଧ୍ୟାରେ ସରୟୁ ନଦୀ କୂଳରେ ଥିବା ରାମଙ୍କ ପେଢି ଘାଟରେ ଏକ ବିଶାଳ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଚଳିତ ବର୍ଷ ଦୀପାବଳିରେ ୧୭ ଲକ୍ଷ ମାଟି ଦୀପ ପ୍ରଜ୍ୱଳିତ ହେବ।


COMMERCIAL BREAK
SCROLL TO CONTINUE READING

ଦୀପାବଳି ଅବସରରେ ୨୩ ଅକ୍ଟୋବରରେ ଅଯୋଧ୍ୟା ଠାରେ ଆୟୋଜିତ ହେଉଛି ବିଶାଳ ଦୀପୋତ୍ସବ କାର୍ଯ୍ୟକ୍ରମ (Ayodhya Deepotsav 2022)। ଏହି କାର୍ଯ୍ୟକ୍ରମ ଆୟୋଜନ କିପରି ଚାଲିଛି ତାହାର ସମୀକ୍ଷା କରିବାକୁ ଆସନ୍ତକାଲି ଅଯୋଧ୍ୟା (Ayodhya) ଗସ୍ତ (CM Yogis Ayodhya Tour) କରୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥ (Yogi Adityanath)। ଦୀପୋତ୍ସବ ସ୍ଥଳ ଯାଞ୍ଚ କରିବା ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଶ୍ରୀରାମ ଜନ୍ମଭୂମି (Shri Ram Janmabhoomi) ପରିଦର୍ଶନ କରିବା ସହ ମନ୍ଦିର ନିର୍ମାଣ ସ୍ଥଳ ଯାଞ୍ଚ କରିବେ।


ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଯୋଧ୍ୟା ଗସ୍ତକୁ (PM Modis Ayodhya Tour) ଦୃଷ୍ଟିରେ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଉଛି। ଅଯୋଧ୍ୟା ଦୀପୋତ୍ସବ ଆୟୋଜକ ଦୀପୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୨୩ ତାରିଖ ରବିବାର ଅପରାହ୍ନ ପାଞ୍ଚଟାରୁ ରାତି ଆଠଟା ପର୍ଯ୍ୟନ୍ତ ଅଯୋଧ୍ୟା ଠାରେ ଅବସ୍ଥାନ କରିବେ।


Also Read: Ujjain: ମହାକାଳ କରିଡର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିବଙ୍କ ଜୟ ଜୟକାର ଗୁଞ୍ଜିଉଠିଲା ଆକାଶ


ଏଥର ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶାଳ ଦୀପୋତ୍ସବ କାର୍ଯ୍ୟକ୍ରମରେ ୧୭ ଲକ୍ଷ ମାଟି ଦୀପ ପ୍ରଜ୍ୱଳିତ କରିବାକୁ ପ୍ରସ୍ତୁତି ଚାଲିଛି। ଯାହା ଏକ ରେକର୍ଡ ହେବ। ଏହାପୂର୍ବରୁ ଗତ ବର୍ଷ ୯.୪୮ ଲକ୍ଷ ମାଟି ଦୀପ ପ୍ରଜ୍ୱଳିତ ହୋଇଥିଲା। ସେହିପରି ୨୦୨୦ ବର୍ଷରେ ୫.୮୪ ଲକ୍ଷ ଦୀପ ଜଳାଯାଇଥିଲା।


ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଯୋଧ୍ୟା ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ


  • ଅପରାହ୍ନ ପାଞ୍ଚଟାରେ ଶ୍ରୀରାମ ଜନ୍ମଭୂମିରେ ରାମ ଲାଲା ଦର୍ଶନ 

  • ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସ୍ଥଳ ପରିଦର୍ଶନ

  • ସନ୍ଧ୍ୟା ୫ଟା ୪୦ ମିନିଟରେ ଶ୍ରୀରାମ କଥା ପାର୍କ ଠାରେ ଭଗବାନ ଶ୍ରୀରାମଙ୍କ ରାଜ୍ୟଭିଷେକ ସାକ୍ଷୀ ରହିବେ

  • ସନ୍ଧ୍ୟା ୬ଟା ୩୦ ମିନିଟରେ ସରୟୁ ନୂଆ ଘାଟରେ ଆରତୀ କାର୍ଯ୍ୟକ୍ରମରେ ଯୋଗ ଦେବେ

  • ସନ୍ଧ୍ୟା ୬ଟା ୪୦ ମିନିଟରେ ରାମ କି ପୈଡି ଘାଟରେ ଦୀପୋତ୍ସବରେ ଅଂଶଗ୍ରହଣ କରିବେ

  • ସନ୍ଧ୍ୟା ୭ଟା ୩୦ ମିନିଟରେ ସବୁଜ ଏବଂ ଡିଜିଟାଲ ଆତସବାଜି କାର୍ଯ୍ୟକ୍ରମ ଉପଭୋଗ