କୋରୋନା ଟିକା ପାଇଁ କାହିଁକି ବିଦେଶୀ କମ୍ପାନୀ ଆଗରେ ମୁଣ୍ଡ ନୁଆଁଇଲା ନାହିଁ ଭାରତ; ଜାଣନ୍ତୁ କାରଣ
କୋରୋନା ଟିକା ପାଇଁ କାହିଁକି ବିଦେଶୀ କମ୍ପାନୀ ସର୍ତ୍ତରେ ରାଜି ହେଲା ନାହିଁ ଭାରତ ତାହାର କାରଣ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି।
ନୂଆଦିଲ୍ଲୀ: କେଉଁ କାରଣ ପାଇଁ ଦେଶରେ ପହଞ୍ଚି ପାରିଲା ନାହିଁ ବିଦେଶୀ କୋରୋନା ଟିକା ପ୍ରଥମ ଥର ପାଇଁ ତାହାର ପର୍ଦ୍ଦାଫାଶ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଆଉ ଏହାର କାରଣ ହେଉଛି ବିଦେଶୀ ଟିକା କମ୍ପାନୀ ଦ୍ୱାରା କରାଯାଉଥିବା ଦାଦାଗିରି। Moderna ଏବଂ Pfizer ଭଳି ଟିକା କମ୍ପାନୀ ଭାରତକୁ ଏକ ବଡ ବଜାର ଭାବରେ ଦେଖୁଥିଲେ। ଏହି ୨ ଆମେରିକୀୟ କମ୍ପାନୀ ଅନୁଭବ କରିଥିଲେ ଯେ ଭାରତ ଏହାର ୧୩୬ କୋଟିରୁ ଅଧିକ ଜନସଂଖ୍ୟାକୁ କୋରୋନ ମହାମାରୀ କବଳରୁ ରକ୍ଷା କରିବା ଲାଗି ଟିକାକରଣ କରିବା ଲାଗି ସକ୍ଷମ ହେବ ନାହିଁ।
ଗତ ବର୍ଷ ନଭେମ୍ବରରେ ଦେଶରେ କୋରାନା ମହମାରୀର ପ୍ରଥମ ଲହର ଶିଖରରେ ଥିଲା। ଦୈନିକ ପ୍ରାୟ ୧ ଲକ୍ଷ ମାମଲା ଆସୁଥିଲା। ସେହି ସମୟରେ Moderna ଏବଂ Pfizer ମଧ୍ୟ ଟିକା କିଣିବା ପାଇଁ ଭାରତ ସରକାରଙ୍କ ସହ ଆଲୋଚନା କରୁଥିଲେ। ମାତ୍ର ଟିକା ବିକ୍ରୟ ନାମରେ ଏହି ଆମେରିକୀୟ କମ୍ପାନୀ ଭାରତକୁ ବ୍ଲାକମେଲ କରୁଥିଲେ। ଏହି ବିଦେଶୀ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ସମ୍ମୁଖରେ ଏପରି ସର୍ତ୍ତ ରଖିଥିଲେ ଯେ ଏହାକୁ ଗ୍ରହଣ କରିବା ସହଜ ନଥିଲା। ଏହା ପରେ ଭାରତ ସ୍ଥିର କରିଲା ଯେ ବିଦେଶୀ ଟିକା ନିର୍ମାଣକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟକଳାପ ଆଗରେ ମୁଣ୍ଡ ନୂଆଁଇବ ନାହିଁ। ଏହି ନିଷ୍ପତ୍ତି ନେବାବେଳେ ଭାରତ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଅନେକ ସମାଲୋଚନାର ଶୀକାର ହୋଇଥିଲା। ଏନେଇ କୁହାଯାଉଥିଲା ଭାରତୀୟଙ୍କୁ ଟିକା ପ୍ରଦାନ କିରିବା ସହଜ ନୁହେଁ। ହେସଲେ ଭାରତ କେବଳ ନିଜ ଦ୍ୱାରା ବିକଶିତ ହୋଇଥିବା ସ୍ୱଦେଶୀ ଟିକା ନିର୍ମାଣ କରିନାହିଁ ବରଂ ଅନେକ ଦେଶରେ ଏହି ଟିକା ବଣ୍ଟନ କରିଛି। ଭାରତ ସରକାର ଚାହୁଁଥିଲେ ଯେ ବିଦେଶୀ ଟିକା କମ୍ପାନୀ ନିଜେ ଭାରତରେ ଟିକା ପ୍ରସ୍ତୁତ କରନ୍ତୁ। କିନ୍ତୁ ଏହା କୌଣସି ବିଦେଶୀ କମ୍ପାନୀ ପାଇଁ ଗ୍ରହଣୀୟ ନଥିଲା।
Also Read: ଦୁଇ ଡୋଜ ଟିକାକରଣ ପରେ ଦେଶରେ ଲଗାଯିବକି Booster Shot? ଜାଣନ୍ତୁ ବିଶ୍ୱର ସ୍ଥିତି
ଲେଖିକା ପ୍ରିୟମ ଗାନ୍ଧୀ ମୋଦିଙ୍କ ଦ୍ୱାରା ଲିଖିତ "A nation to protect - Leading India through the covid crisis" ନାମକ ପୁସ୍ତକ ଉନ୍ମୋଚନ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା କୋରୋନା ଟିକାକରଣ ପ୍ରସଙ୍ଗରେ ମତ ରଖିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହା ହେଉଛି ନୂଆ ଭାରତ ଯିଏ ସର୍ତ୍ତ ଅନୁସାରେ ଚାଲିଥାଏ। ଆମକୁ ବିଦେଶୀ ଟିକା ଉତ୍ପାଦନକାରୀ କମ୍ପାନୀ ଆଗରେ ମୁଣ୍ଡ ନୂଆଁଇବା ପସନ୍ଦ ନଥିଲା। ଆମେ ଆମର ସ୍ୱଦେଶୀ ଟିାକ ନିର୍ମାଣ କରୁଥିଲୁ।
କୋରୋନା ଟିକା ବିକ୍ରୟ ପ୍ରସଙ୍ଗରେ ଆମେରିକୀୟ କମ୍ପାନୀ Moderna ଭାରତ ସରକାରଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଥିଲା। ତାହା ହେଉଛି "indemnity against liability clause"। ଯାହାର ଅର୍ଥ ହେଉଛି ଏହି କମ୍ପାନୀ ଦ୍ୱାରା ନିର୍ମିତ କୋରୋନା ଟିକା ନେବା ଫଳରେ ଯଦି କାହାର ମୃତ୍ୟୁ ହୁଏ କିମ୍ବା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ସେଥିପାଇଁ Moderna ଦାୟୀ ରହିବ ନାହିଁ। ସେହିଭଳି Pfizer କମ୍ପାନୀ ସର୍ତ୍ତ ଥିଲା ଯେ ସେମାନଙ୍କୁ "Sovereign immunity waiver" ପ୍ରଦାନ କରାଯାଉ। ଯାହାର ଅର୍ଥ ହେଉଛି ଭାରତୀୟ ଆଇନ ଅନୁଯାୟୀ କମ୍ପାନୀ ବିରୋଧରେ କୌଣସି ମାମଲା କରାଯାଇ ପାରିବ ନାହିଁ।
Also Read: ଟିକାକରଣ ହୋଇପାରେ ପ୍ରଭାବିତ; ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନାହିଁ Sputnik V Covid19 Vaccine
ବର୍ତ୍ତମାନ ଭାରତରେ ଯେଉଁ କୋରୋନା ଟିକା ନିର୍ମାଣ ତାହା ସ୍ୱଦେଶୀ। ଉଭୟ Covaxin ଏବଂ CoviShield ଟିକା ଦେଶରେ ନିର୍ମାଣ କରାଯାଉଛି। ଅନ୍ୟପଟେ ସିଙ୍ଗଲ ଡୋଜ କୋରୋନା ଟିକା () ନିର୍ମାଣ କରୁଥିବା ୨ ବିଦେଶୀ ଟିକା କମ୍ପାନୀ ଦେଶକୁ ଆସିଛନ୍ତି। ସେମାନେ ହେଉଛି Johnson & Johnson ଏବଂ Sputnik। ଟିକା ନିର୍ମାଣ ପାଇଁ ଏହି ୨ କମ୍ପାନୀ ଭାରତ ସରକାରଙ୍କ ଅନୁମୋଦନ ପାଇଛନ୍ତି। ବର୍ତ୍ତମାନ ଦେଶରେ କେବଳ ସେହି କମ୍ପାନୀ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାନ୍ତି ଯିଏ ଭାରତ ସରକାରଙ୍କ ସର୍ତ୍ତ ଅନୁସାରେ ପରିଚାଳିତ ହୋଇଥାନ୍ତି। ସେହି କମ୍ପାନୀ କାମ କରିବାକୁ ସକ୍ଷମ ହୋଇନାହାଁନ୍ତି ଯେଉଁମାନେ ଟିକା ବିକ୍ରୟ ନାମରେ ଦେଶକୁ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି।
ଟିକା ବିକ୍ରୟ ନାମରେ କିପରି ଅନ୍ୟ ଦେଶକୁ ଶୋଷଣ କରିଛନ୍ତି ଏହି କମ୍ପାନୀ
Pfizer କମ୍ପାନୀ ଆର୍ଜେଣ୍ଟିନା ସରକାରଙ୍କୁ କହିଛି ଯେ ଯଦି ଏହା କୋରୋନା ଟିକା ଚାହୁଁଛି ତାହେଲେ ଏହା ଏପରି ଏକ ବୀମା କ୍ରୟ କର ଯାହା ଟିକା ଲଗାଇବା ଫଳରେ ଯଦି ଜଣଙ୍କର କୌଣସି କ୍ଷତି ହୁଏ କିମ୍ବା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ତାହେଲେ କମ୍ପାନୀକୁ ସୁରକ୍ଷା ପ୍ରଦାନ କରାଯିବ। ଏ କ୍ଷେତ୍ରରେ କମ୍ପାନୀ ବଦଳରେ ରୋଗୀକୁ ଟଙ୍କା ଦେବ ବୀମା କମ୍ପାନୀ।
ଯେତେବେଳେ ଆର୍ଜେଣ୍ଟିନା ସରକାର କମ୍ପାନୀ ସର୍ତ୍ତ ମାନି ନେଇଥିଲେ ସେତେବେଳେ Pfizer ପକ୍ଷରୁ ଅନେକ ନୂଆ ନୂଆ ସର୍ତ୍ତ ରଖାଯାଇଥିଲା। ଏପରିକି କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଆନ୍ତର୍ଜାତୀୟ ବ୍ୟାଙ୍କରେ କମ୍ପାନୀ ନାମରେ ଟଙ୍କା ରଖାଯାଉ। ଦେଶର ରାଜଧାନୀରେ ଏକ ସାମରିକ ଭିତ୍ତିଭୂମି ନିର୍ମାଣ କରାଯାଉ ଯେଉଁଠାରେ ଟିକାକୁ ସୁରକ୍ଷିତ ରଖି ଯାଇପାରିବ। ଅନ୍ୟପଟେ ଏକ ଦୂତାବାସ ଗଠନ କରାଯାଉ ଯେଉଁଠି କମ୍ପାନୀ କର୍ମଚାରୀଙ୍କୁ ରଖାଯିବା। ଯାହା ଦ୍ୱାରା ଦେଶର ଆଇନ ସେମାନଙ୍କ ଉପରେ ଲାଗୁ ହେବ ନାହିଁ।
Also Read: Covid19 ଔଷଧ ନିର୍ମାଣ କରିବା ଲାଗି ଅନ୍ୟ କମ୍ପାନୀକୁ ଅନୁମତି ଦେବ Pfizer
ସେହିପରି ବ୍ରାଜିଲ ସହିତ Pfizer କମ୍ପାନୀ ଟିକା ବଦଳରେ ଏଭଳି ତିନୋଟି କଠିନ ସର୍ତ୍ତ ରଖିଥିଲା। ପ୍ରଥମ ସର୍ତ୍ତ ହେଉଛି ଟିକା ବ୍ରିକୟ ଟଙ୍କା ଆନ୍ତର୍ଜାତୀୟ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉ। ଦ୍ୱିତୀୟ ସର୍ତ୍ତ ହେଉଛି ଯଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ତାହେଲେ କମ୍ପାନୀ ବିରୋଧ କୌଣସି ମାମଲା କରାଯିବ ନାହିଁ। ତୃତୀୟ ସର୍ତ୍ତ ହେଉଛି ବ୍ରାଜିଲ ଦେଶର ସରକାରୀ ସମ୍ପତ୍ତି ଗ୍ୟାରେଣ୍ଟି ଭାବେ କମ୍ପାନୀ ପାଖରେ ରଖିବା ଆବଶ୍ୟକ। ଯାହା ଦ୍ୱାରା ଭବିଷ୍ୟତରେ ଯଦି ଟିକା ସମ୍ବନ୍ଧରେ କୌଣସି ଆଇନଗତ ବିବାଦ ସୃଷ୍ଟି ହୁଏ ତାହେଲେ କମ୍ପାନୀ ଏହି ସମ୍ପତ୍ତି ବିକ୍ରୟ କରି ଟଙ୍କା ସଂଗ୍ରହ କରିପାରିବ।