ନୂଆଦିଲ୍ଲୀ: ଆମେରିକାର ସେନ ଫ୍ରାନ୍ସିସ୍କୋରେ ୧୯୭୬ ମସିହାରେ ଜଣେ ବ୍ୟକ୍ତି ତାର ସାଥୀମାନଙ୍କ ସହ ମିଶି ବସ୍ ଡ୍ରାଇଭର ସହ ୨୬ଜଣ ପିଲାଙ୍କୁ ଅପହରଣ କରିନେଇଥିଲେ । ଏହାସହିତ ପିଲାଙ୍କ ମୁକ୍ତି ପାଇଁ ସେହି ସମୟରେ ୫ ମିଲିୟନରୁ ଅଧିକ ଅର୍ଥାତ ୩୭ କୋଟିରୁ ଅଧିକ ଟଙ୍କା ଡିମାଣ୍ଡ କରିଥିଲା । ସେହି ଅପରାଧିକୁ ଏବେ ପାରୋଲରେ ଯିବାକୁ ଅନୁମତି ମିଳିଛି । ସେହି ଦୁର୍ଦ୍ଦାନ୍ତ ଅପରାଧୀର ନା ହେଉଛି ଫେଡେରିକ ନ୍ୟୁହଲ୍ ୱଡସ୍ । ଏବେ ସେହି ନୃଶଂସ ଅପରାଧୀ ବୃଦ୍ଧ ଅବସ୍ଥାରେ ପହଞ୍ଚିଛି । ଯାହାଙ୍କ ବୟସ ଏବେ ପ୍ରାୟ ୭୦ ବର୍ଷ । ୱଡସ୍ ଠାରୁ ଆଉ ବିପଦ ନଥିବାରୁ ତାକୁ କମିଶନ ପାରୋଲ ଅନୁମତି ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଫିଲ୍ମ ଦେଖିବା ପରେ ଆସିଥିଲା ଅପହରଣ ଷଡ଼ଯନ୍ତ୍ର ଯୋଜନା
୧୯୭୧ ମସିହାରେ 'ଡର୍ଟି ହ୍ୟାରି' ନାମକ ଏକ ଫିଲ୍ମ ରିଲିଜ୍ ହୋଇଥିଲା । ଯେଉଁ ଫିଲ୍ମକୁ ଦେଖି ୱଡସ୍ ଅପହରଣ ଷଡ଼ଯନ୍ତ୍ର ରଚିଥିଲା । ତା ସହିତ ଷଡ଼ଯନ୍ତ୍ରରେ ସାମିଲ୍ ଥିବା ତାର ଭାଇ ରିଚର୍ଡ ଓ ଜେମ୍ସ ଅନେକ ବର୍ଷ ପୂର୍ବରୁ ଜେଲରୁ ମୁକୁଳି ସାରିଛନ୍ତି । ସମସ୍ତ ଅପରାଧୀ ଫ୍ରାନ୍ସିସ୍କୋ ଖାଡ଼ି ପାଖରେ ରହୁଥିଲେ । ଯେଉଁମାନେ ୨୬ଜଣ ପିଲାଙ୍କୁ ଅପହରଣ କରିନେଇଥିଲେ ଯ ଏହା ପରେ ଅପରାଧୀମାନେ ଅପହୃତା ପିଲାମାନଙ୍କୁ ମାଟିତଳେ ଥିବା ଏକ ବଙ୍କରରେ ଜିଅନ୍ତା ପୋତି ଦେଇଥିଲେ । ଉକ୍ତ ବଙ୍କରଟି ପୂର୍ବ ସେନ୍ ଫ୍ରାନ୍ସିସ୍କୋରେ ରହିଛି । ଉକ୍ତ ବଙ୍କରରେ ଅପହୃତ ପିଲା ଓ ବସ୍ ଡ୍ରାଇଭରକୁ ଲୁଚାଇ ରଖାଯାଇଥିଲା | ସେଠାରେ ବାୟୁ ଚଳପ୍ରଚଳ ପାଇଁ ବ୍ୟବସ୍ଥା ଥିଲା | ଅପହରଣର ୧୬ ଘଣ୍ଟା ପରେ ଅପହରଣକାରୀ ଶୋଇଯିବା ପରେ ସମସ୍ତ ଅପହୃତ ପିଲା ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ।


Also Read: କୋଲକାତା ଆକାଶର ଏଲିଏନ୍! ସାମନାକୁ ଆସିଲା ଭିଡିଓ


୧୯୭୬ ମସିହା ଜୁଲାଇ ୧୫ ତାରିଖରେ ଡେରିଲ୍ୟାଣ୍ଡ ପ୍ରାଥମିକ ବିଦ୍ୟାଳୟରୁ ସ୍କୁଲ ବସରେ ୨୬ଜଣ ପିଲା ଫେରୁଥିବା ବେଳେ ସମସ୍ତ ପିଲାଙ୍କୁ ଅପହରଣ (Kidnap) କରି ନିଆଯାଇଥିଲା । ସନ୍ଧ୍ୟା ୪ଟା ସମୟରେ ଅପହରଣକାରୀମାନେ ୨ଟି ଧଳା ଭ୍ୟାନକୁ ବସ୍ ଆଗରେ ରଖିଦେଇଥିଲେ । ରାସ୍ତା ଉପରେ ବସ୍ ଅଟକିଯିବା ପରେ ପିଲାମାନଙ୍କୁ ଅପହରଣ କରି ନିଆଯାଇଥିଲା । ସେହି ସମୟରେ ଅପହରଣର ଶିକାର ପିଲାମାନଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ଥିଲା । ସମସ୍ତ ପିଲାଙ୍କୁ ଅପହରଣ ପରେ ୧୨ ଫୁଟ୍ ମାଟିତଳେ ପୋତିଦିଆଯାଇଥିଲା  । ଭ୍ୟାନରୁ ସିଡି ସାହାଯ୍ୟରେ ସେହି ମାଟିତଳେ ଥିବା ବଙ୍କର ମଧ୍ୟରୁ ଓହ୍ଲାଯାଇଥିଲା  । ୱଡସ୍ ୧୯୮୨ ମସିହାରେ ପାରୋଲ ନେବାକୁ ଯୋଗ୍ୟ ହୋଇଥିଲା । ତଥାପି ତାର ପାରୋଲ୍ (Parole) ଆବେଦନ ୧୭ଥର ଖାରଜ ହୋଇଥିଲା ।