ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ରାଜ୍ୟରେ ବିଗତ ୩ ଦିନ ଧରି ଜାରି ରହିଛି ଶୀତ ଲହରୀ। ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁସାରେ ଆସନ୍ତାକାଲି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଏହାର ପ୍ରକୋପ ବଳବତ୍ତର ରହିବ। ଏହାକୁ ଦୃଷ୍ଟିରେ ରଖି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।


COMMERCIAL BREAK
SCROLL TO CONTINUE READING

ଶୀତ ଲହରୀ (Cold Wave) ନେଇ ରାଜ୍ୟର ୮ ଜିଲ୍ଲା ଯଥା ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ନବରଙ୍ଗପୁର ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି। ଏହି ଜିଲ୍ଲାରେ ଥଣ୍ଡା ସହ୍ୟ ହେଲେ ମଧ୍ୟ ଛୋଟ ଶିଶୁ ଓ ଗର୍ଭବତୀ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ପରେ ଆସନ୍ତାକାଲି ଠାରୁ ରାଜ୍ୟରେ ଶୀତ ଲହରୀ କମିବା ସହ ହାଲୁକା କୁହୁଡି ଦେଖାଯିବାର ସମ୍ଭାବନା ରହିଛି।


Also Read: ରାଜ୍ୟରେ ଶୀତ ଲହରୀ ଜାରି


 


ସେପଟେ ଆଜି ରାଜ୍ୟର ୯ଟି ସ୍ଥାନରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ୩.୫ ଡ଼ିଗ୍ରୀ, ଫୁଲବାଣୀରେ ୫ ଡ଼ିଗ୍ରୀ, ଦାରିଙ୍ଗବାଡି ୭, କେନ୍ଦୁଝରରେ, କୋରାପୁଟ ଓ ବୌଦ୍ଧରେ ୯ ଡିଗ୍ରୀ ଏବଂ ଝାରସୁଗୁଡାରେ ଓ ଭବାନୀପାଟଣାରେ ୯.୨ ଡିଗ୍ରୀ ଏବଂ ବଲାଙ୍ଗୀର ୯.୪ ଡ଼ିଗ୍ରୀ ରାତିର ତାପମାତ୍ର ରେକର୍ଡ ହୋଇଛି। ଏହାସହ ଫୁଲବାଣୀ, ଭବାନୀପାଟଣା, କେନ୍ଦୁଝର, ଝାରସୁଗୁଡାରେ ଶୀତ ଲହରୀ ଅନୁଭୂତ ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।