ରାଜ୍ୟରେ ଶୀତ ଲହରୀ ଜାରି
Advertisement

ରାଜ୍ୟରେ ଶୀତ ଲହରୀ ଜାରି

ଖସୁଛି ପାରଦ, ୧୦ ଡିଗ୍ରୀ ତଳେ ତିନି ସହର, ୧୨ ତାରିଖ ଯାଏଁ ହାଲକା ବର୍ଷା ସମ୍ଭାବନା । ଆଜି ରାଜ୍ୟର ୧୦° ତଳେ ୩ଟି ଏବଂ ୧୨° ତଳେ ୬ଟି ସହରରେ ତାପମାତ୍ରା ରେକର୍ଡ ହୋଇଛି । ୯.୨° ସେଲସିୟସ ସହ ସୋନପୁର ଆଜି ବି ଓଡ଼ିଶାର ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । 

ରାଜ୍ୟରେ ଶୀତ ଲହରୀ ଜାରି

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଖସୁଛି ପାରଦ, ୧୦ ଡିଗ୍ରୀ ତଳେ ତିନି ସହର, ୧୨ ତାରିଖ ଯାଏଁ ହାଲକା ବର୍ଷା ସମ୍ଭାବନା । ଆଜି ରାଜ୍ୟର ୧୦° ତଳେ ୩ଟି ଏବଂ ୧୨° ତଳେ ୬ଟି ସହରରେ ତାପମାତ୍ରା ରେକର୍ଡ ହୋଇଛି । ୯.୨° ସେଲସିୟସ ସହ ସୋନପୁର ଆଜି ବି ଓଡ଼ିଶାର ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ଏହାସହ ଦାରିଙ୍ଗବାଡିରେ ୯ ଦଶମିତ ୫ ଡିଗ୍ରୀ ସେଲସିୟସ, ଫୁଲବାଣୀରେ ୯ ଦଶମିକ ୮ ଡିଗ୍ରୀ, କୋରାପୁଟରେ ୧୦ ଦଶମିକ ୬ ଡିଗ୍ରୀ, ଅନୁଗୁଳରେ ୧୦ ଦଶମିକ୮ ଡିଗ୍ରୀ ଏବଂ ଭବାନୀପାଟଣା ୧୧° ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । 

ସେହିପରି ରାଜଧାନୀ ଭୁବନେଶ୍ୱର ରେ ଆଜି ୧୭ ଦଶମିକ୪ ଡିଗ୍ରୀ ଏବଂ କଟକ ରେ ୧୬ ଦଶମିକ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ଭୁବନେଶ୍ବର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ସର୍ବନିମ୍ନ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି, ତେବେ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ର ହ୍ରାସ ପାଇବା ପରେ ସ୍ବାଭାବିକ ହେବ । 

ସେପଟେ ଦକ୍ଷିଣପଶ୍ଚିମ ଓ ଏହାର ଆଖପାଖ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ ଲମ୍ବିଛି । ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲକା ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ୮ଟା ୩୦ ଭିତରେ ଗଜପତି, ଗଂଜାମ, ପୁରୀ, ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ କେନ୍ଦ୍ର ଆକଳନ କରିଛନ୍ତି । ଅନ୍ୟସ୍ଥାନରେ ପାଗ ଶୁଖିଲା ରହିବ । ତେବେ ରାଜ୍ୟରେ ଆସନ୍ତା ପାଂଚ ଦିନ ମଧ୍ୟରେ କୌଣସି ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇନାହିଁ ।