ରାଜ୍ୟରେ ବଢିବ ଶୀତ ଲହରୀ

ଦୁଇଦିନରେ ଉପକୂଳ ଓଡିଶା ସହ ମୟୂରଭଞ୍ଜ, ଫୁଲବାଣୀ, କନ୍ଧମାଳ ଓ ଅନୁଗୁଳ ଆଦି ଜିଲ୍ଲାରେ ଘନ କୁହୁଡି ପରିଲକ୍ଷିତ ହେବାର ସମ୍ଭାବନା ରହିଛି । 

ରାଜ୍ୟରେ ବଢିବ ଶୀତ ଲହରୀ

ଭୁବନେଶ୍ୱର: ବଢିବ ଶୀତ । ଦୁଇ ଦିନ ପରେ ଆହୁରି କମିବ ତାପମାତ୍ର । ରାଜ୍ୟରେ ଆସନ୍ତା ଦୁଇ ଦିନ ପାଗ ପ୍ରାୟତଃ ଶୁଖିଲା ରହିବା ସହ ଏହାପରେ ଧିରେ ଧିରେ ରାତି ତାପମାତ୍ର କମିବ ସହ ଶୀତ ପ୍ରକୋପ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । 

ଦୁଇଦିନରେ ଉପକୂଳ ଓଡିଶା ସହ ମୟୂରଭଞ୍ଜ, ଫୁଲବାଣୀ, କନ୍ଧମାଳ ଓ ଅନୁଗୁଳ ଆଦି ଜିଲ୍ଲାରେ ଘନ କୁହୁଡି ପରିଲକ୍ଷିତ ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଅନୁଗୁଳ ଓ କନ୍ଧମାଳରେ ଅଧିକ କୁହୁଡି ଦେଖାଦେବା ସହ ଫୁଲବାଣୀରେ ସର୍ବନିମ୍ନ ୧୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୨ ଦିନ ପରେ ଆହୁରି ତାପମାତ୍ରା ଖସିବ ସହ ଶୀତ ବଢିବାର ସମ୍ଭାବନା ରହିଛି ।