କୋଲକାତା: ବରିଷ୍ଠ ସାମ୍ବାଦିକ ତଥା ପଶ୍ଚିମ ବଙ୍ଗଳାର ଲୋକପ୍ରିୟ ଟିଭି ଆଙ୍କର୍ ଅଞ୍ଜନ୍ ବନ୍ଦୋପାଧ୍ୟାୟ (Anjan Bandopadhyay) ଆଉ ନାହାଁନ୍ତି । ରବିବାର ରାତିରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବାସ୍ତବରେ ସେ ଏକ ମାସ ପୂର୍ବରୁ କୋରୋନା (Coronavirus) ରେ ଆକ୍ରାନ୍ତ ହୋଇଥିଲେ । ୫୬ ବର୍ଷୀୟ ବନ୍ଦୋପାଧ୍ୟାୟ ବଙ୍ଗୀୟ ନ୍ୟୁଜ୍ ଚ୍ୟାନେଲ ଜୀ-୨୪ ଘଣ୍ଟା (Zee-24 Ghanta) ର ସମ୍ପାଦକ ଥିଲେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ୪,୧୦୬ ମୃତ୍ୟୁ


ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା କହିଛନ୍ତି । ଅଞ୍ଜନ ବନ୍ଦୋପାଧ୍ୟାୟଙ୍କ ଦେହାନ୍ତରେ ଅନ୍ୟ ସହଯୋଗୀ ସାମ୍ବାଦିକମାନେ ସ୍ତବ୍ଧ ହୋଇଯାଇଛନ୍ତି । ସେପଟେ ତାଙ୍କ ନିଧନ ଜୀ ଗ୍ରୁପ୍ ପାଇଁ ଅପୂରଣୀୟ କ୍ଷତି । ତାଙ୍କ ମୃତ୍ୟୁରେ ରାଜ୍ୟର ସିଏମ ମମତା ବାନାର୍ଜୀ ଓ ରାଜ୍ୟପାଳ ଗଭୀର ସମବେଦନା ଜଣାଇଛନ୍ତି ।


ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO


ଭେଣ୍ଟିଲେଟରରେ ଥିଲେ ବନ୍ଦୋପାଧ୍ୟାୟ 

 

ସୂଚନାନୁସାରେ, ଅଞ୍ଜନ ବନ୍ଦୋପାଧ୍ୟାୟ ରବିବାର ରାତି ୯.୨୫ରେ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପରିବାର ସଦସ୍ୟ କହିଛନ୍ତି ଯେ ଏପ୍ରିଲ ମଧ୍ୟଭାଗରେ ଅଞ୍ଜନ କୋରୋନା ପଜିଟିଭ ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା । ସାମାନ୍ୟ ସୁସ୍ଥ ହେବା ପରେ ସେ ଥରେ ଘରକୁ ଫେରିଥିଲେ, କିନ୍ତୁ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।

 

ତାଙ୍କୁ ଭେଣ୍ଟିଲେଟର ଏବଂ ପରେ ଏକ୍ସଟ୍ରାକୋରୋରାଲ୍ ମେମ୍ବ୍ରେନ୍ ଅମ୍ଳଜାନ ସପୋର୍ଟରେ ରଖାଯାଇଥିଲା, କିନ୍ତୁ ତାଙ୍କ ଅବସ୍ଥା ବିଗିଡି ଚାଲିଥିଲା । ୫୬ ବର୍ଷୀୟ ଅଞ୍ଜନ ବନ୍ଦୋପାଧ୍ୟାୟ ETV ବଙ୍ଗଳା, 24 ଘଣ୍ଟା ସହିତ କାମ କରିଥିଲେ ଏବଂ ପରେ ଆନନ୍ଦ ବାଜାର ପତ୍ରିକାର ଡିଜିଟାଲ ୟୁନିଟକୁ ଚାଲିଯାଇଥିଲେ । ଏହା ପରେ TV9 ବଙ୍ଗଳାରେ ଯୋଗ ଦେଇଥିଲେ ।

 

ପ୍ରେସ କ୍ଲବ ମଧ୍ୟ ଦୁଃଖ ପ୍ରକାଶ କରିଛି

 

ପଶ୍ଚିମବଙ୍ଗରେ ଚଳିତ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ସେ ଜୀ-୨୪ ଘଣ୍ଟାର ସମ୍ପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରେସ କ୍ଲବ କୋଲକାତା ମଧ୍ୟ ଅଞ୍ଜନ ବନ୍ଦୋପାଧ୍ୟାୟଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛି । ଅଞ୍ଜନ ରାଜ୍ୟ ମୁଖ୍ୟ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କ ଭାଇ ଥିଲେ ।

 

ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ବଙ୍ଗଳାର ଅନ୍ୟତମ ପ୍ରସିଦ୍ଧ ଟେଲିଭିଜନ ଆଙ୍କର୍ ଅଞ୍ଜନ ବନ୍ଦୋପାଧ୍ୟାୟଙ୍କ ଦେହାନ୍ତରେ ମୁଁ ଦୁଃଖିତ । ସେ ଜଣେ ଉଜ୍ଜ୍ୱଳ, ଯୁବକ ଏବଂ ଗତିଶୀଳ ସାମ୍ବାଦିକ ଥିଲେ । ମୋ ପାଖରେ ସମବେଦନା ଜଣାଇବାକୁ ଶବ୍ଦ ନାହିଁ ।