ନୂଆଦିଲ୍ଲୀ: ଦିନେ ସେଠି ୧୧ ଜଣ ଆତ୍ମହତ୍ୟା କରିଥିଲେ । ଏକାସାଙ୍ଗରେ, ତାହା ପୁଣି ଗୋଟିଏ ପରିବାରର । ସେବେଠୁ ସେହି ଘର ହୋଇ ଯାଇଥିଲା ଭୂତଖାନା । ହେଲେ ଆଜି ତାହା ଡାଇଗ୍ନୋଷ୍ଟିକ ସେଣ୍ଟର । ରୋଗୀଙ୍କୁ ଔଷଧ ଦେବ ଅଭିଶପ୍ତ ଘର । ଆମେ କହୁଛି ବହୁ ଚର୍ଚ୍ଚିତ ବୁରାରୀ ଗଣଆତ୍ମହତ୍ୟା ଘଟଣା ଘଟିଥିବା ଘରର କାହାଣୀ । 


COMMERCIAL BREAK
SCROLL TO CONTINUE READING

ଜଣେ ଡାଇଗ୍ନୋଷ୍ଟିକ ସେଣ୍ଟରର ମାଲିକ ଏବେ ସେହି ଘର ନେଇଛନ୍ତି । ଆହୁରି ମଧ୍ୟ ହିନ୍ଦୁ ଧର୍ମ ରୀତିନୀତିରେ ପୂଜାପାଠ କରି ଦୋକାନ ଆରମ୍ଭ କରିଛନ୍ତି । ଗୌରୀ, ଗଣେଶଙ୍କ ପୂଜା ସହ ଅଭିଶପ୍ତ ଘରେ ଆରମ୍ଭ ହୋଇଛି ଔଷଧ ଦୋକାନ । ମାଲିକଙ୍କ କହିବା କଥା ହେଲା, ଭୂତ ପ୍ରେତକୁ ସେ ବିଶ୍ୱାସ କରନ୍ତି ନାହିଁ । ଯଦି ବିଶ୍ୱାସ କରୁଥାନ୍ତେ ତେବେ ଏପରି ଅଭିଶପ୍ତ ଘରେ କେବେ ଡାଇଗ୍ନୋଷ୍ଟିକ ସେଣ୍ଟର କରିନଥାନ୍ତେ । ସେହିପରି ପଡୋଶୀମାନେ ମଧ୍ୟ ମାଲିକଙ୍କ ଏପରି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । 


ବୁରାରୀ ଗଣଆତ୍ମହତ୍ୟା କ'ଣ ? 



୧ ଜୁଲାଇ ୨୦୧୮ । ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏକ ଗଣଆତ୍ମହତ୍ୟା ଖବର । ଗୋଟିଏ ପରିବାରର ସମୁଦାୟ ୧୧ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲେ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସମସ୍ତେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା । ମୃତକଙ୍କ ମଧ୍ୟରେ ୭ ମହିଳା ଏବଂ ୪ ପୁରୁଷ ରହିଥିଲେ । ତେବେ ସେବେଠୁ ଆତ୍ମହତ୍ୟା କରିଥିବା ଘର ଭୂତଖାନା ପାଲଟି ଯାଇଥିଲା । କେହି ମଧ୍ୟ ସେଠି ରହିବାକୁ ସାହାସ ଜୁଟାଇ ପାରୁନଥିଲେ, ଯାହା ଡାଇଗ୍ନୋଷ୍ଟିକ ସେଣ୍ଟରର ମାଲିକ କରି ଦେଖାଇଛନ୍ତି ।  


ଆହୁରି ପଢ଼ନ୍ତୁ; ହେମନ୍ତ ସରକାର ଅଢ଼େଇ ଦିନିଆ ନୁହେଁ ତ ?