ଖୁବଶୀଘ୍ର କେନ୍ଦ୍ର ସରକାର ଖୋଲିବାକୁ ଯାଉଛନ୍ତି ଏକ ବିଶେଷ ବ୍ୟାଙ୍କ, ଯେଉଁଠି ମିଳିବ ମାଆ କ୍ଷୀର
ବିଶ୍ୱ ବ୍ୟାଙ୍କ ପରି କାମ କରୁଛନ୍ତି ମାଆ କ୍ଷୀର ଉପଲବ୍ଧ କରୁଥିବା ବ୍ୟାଙ୍କ, ମହିଳା କରିପାରନ୍ତି ଦାନ । ମାଆ କ୍ଷୀର ବ୍ୟାଙ୍କ ନିର୍ମାଣର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ମାଆ କ୍ଷୀର ଉପଲବ୍ଧ କରାଇବା । ଯେଉଁ ପିଲାମାନଙ୍କ ମାଆମାନେ କ୍ଷୀର ପାଇବାକୁ ଶାରୀରିକ ସ୍ତରରେ ଅକ୍ଷମ ଅଟେ, ସେମାନଙ୍କ ପିଲାଙ୍କ ପାଇଁ ଏହା ଏକ ବିକଳ୍ପ ହେବ ।
ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ନବଜାତ ଶିଶୁ ପାଇଁ ମାଆ କ୍ଷୀରଠାରୁ ବଳି ଆଉ କୌଣସି ମୂଲ୍ୟବାନ ଜିନିଷ ନାହିଁ । ମାଆ କ୍ଷୀର ସବୁ ପିଲାଙ୍କୁ ଯେମିତି ମିଳିପାରିବ, ସେଥିପାଇଁ କେନ୍ଦ୍ର ସରକାର ଏକ ବିଶେଷ ପଦକ୍ଷେପ ନେଉଛନ୍ତି । ସେଥିପାଇଁ ଏକ ବିଶେଷ ବ୍ୟାଙ୍କ ଖୋଲିବାକୁ ଯାଉଛି, ଯେଉଁଠି ମାଆ କ୍ଷୀର ଉପଲବ୍ଧ ହେବ । କେନ୍ଦ୍ର ସରକାର ଏହି ପ୍ରକାରରେ ବ୍ୟାଙ୍କ ତିଆରି କରିବାକୁ ଧନରାଶି ଏବଂ ଅନ୍ୟ ସୁବିଧା ଉପଲବ୍ଧ କରାଉଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ଶୁକ୍ରବାର ଦିନ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଦାବି ଅନୁଯାୟୀ ଦୁଗ୍ଧ ବ୍ୟାଙ୍କ ତିଆରି କରିବାକୁ କେନ୍ଦ୍ର ସରକାର ଆର୍ଥିକ ସହାୟତା କରୁଛନ୍ତି ।
ଏକାଧିକ ମାମଲାରେ ପ୍ରସବ ପରେ ନବଜାତ ପାଇଁ କେତେକ ମାଆଙ୍କ କ୍ଷୀର ଆସି ନ ଥାଏ କିମ୍ୱା କମ୍ ଆସିଥାଏ । ଏପରି ସ୍ଥିତିରେ ସେହି ନବଯାତ ଶିଶୁ ସ୍ତନ୍ୟପାନରୁ ବଞ୍ଚିତ ହୋଇଥାନ୍ତି । ଏହାକୁ ଛାଡ଼ିଦେଲେ ଜନ୍ମ ସମୟରେ ମହିଳାଙ୍କ ମୃତ୍ୟୁ ହୋଇଯିବା ସ୍ଥଳେ ମଧ୍ୟ ଏହି ଦୁଗ୍ଧ ବ୍ୟାଙ୍କ ନବଜାତ ଶିଶୁଙ୍କ ପାଇଁ ଉପଯୋଗୀ ହେବ । କେତେକ ମାଆ ଗମ୍ଭୀର ରୋଗ କାରଣରୁ ନିଜ ପିଲାକୁ ସ୍ତନ୍ୟପାନ୍ୟ କରାଇପାରନ୍ତି ନାହିଁ ।
ମାଆର ଦୁଗ୍ଧ ଉପଲବ୍ଧ କରାଇବା ବ୍ୟାଙ୍କ, ବ୍ଲଡ୍ ବ୍ୟାଙ୍କ ପରି କାମ କରୁଛି । ଏଠାରେ ମହିଳା ତାଙ୍କ ବଞ୍ଚିତ କ୍ଷୀରକୁ ଭରଣ ପୋଷଣ ପାଇଁ ଦାନ କରିପାରିବେ । ବୈଜ୍ଞାନିକ ପ୍ରକ୍ରିୟା ଦ୍ୱାରା ଦୁଗ୍ଧକୁ ସାମାନ୍ୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯିବ । ବର୍ତ୍ତମାନ ଏପରି ବ୍ୟାଙ୍କର ଉପଲବ୍ଧ ରାଜ୍ୟ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟସେବା ସ୍ତରରେ ନିର୍ଭର କରେ ।
କିଛିଦିନ ତଳେ ଆସିଥିବା ଏକ ପରୀକ୍ଷାରୁ ଜଣାପଡ଼ିଛି ମାଆ କ୍ଷୀର (ଶିଶୁ ପାଇଁ ସମ୍ପୂର୍ଣ୍ଣ ଭୋଜନ ଭାବେ ଗ୍ରହଣ କରାଯାଏ) ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁଙ୍କ ମଧ୍ୟରେ ହୃଦରୋଗ ରୋକିବାକୁ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ମାଆ କ୍ଷୀର ।
ଏକ ରିସର୍ଚ୍ଚରେ ୩୦ ପ୍ରିମ୍ୟାଚିଅର ନବଜାତ ଶିଶୁଙ୍କୁ ସାମିଲ କରାଯାଇଥିଲା । ଯେଉଁ ମାନଙ୍କୁ ମାଆ କ୍ଷୀର ଦିଆଯାଇଥିଲା ଏବଂ ୧୬ ଜଣ ପ୍ରିମ୍ୟାଚିଓର ନବଜାତ ପିଲାଙ୍କୁ ମାଆ କ୍ଷୀର ଦିଆଯାଇ ନ ଥିଲା । ପରୀକ୍ଷାରୁ ଜଣାପଡ଼ିଲା, ଯେଉଁ ନବଜାତ ଶିଶୁଙ୍କୁ ମାଆ କ୍ଷୀର ଦିଆଯାଇଥିଲା ସେମାନଙ୍କୁ ହାର୍ଟ ସମ୍ୱନ୍ଧୀୟ ରୋଗ ହେବା ସମ୍ଭାବନା କମ୍ ଥିଲା ।
ପରୀକ୍ଷାରୁ ଜାଣିବାକୁ ମିଳିଲା ମାଆ କ୍ଷୀର ବିଭିନ୍ନ ହର୍ମୋନ ଏବଂ ବିକାଶ କାରକ ଦ୍ୱାରା ରୋଗକୁ ପ୍ରତିରୋଧ କରିବାକୁ ସାହାଯ୍ୟ କରିଥାଏ । ଏହା ଶିଶୁର ପ୍ରତିରକ୍ଷା ପ୍ରଣାଳୀକୁ ମଜଭୂତ କରିଥାଏ । ଶିଶୁକୁ ସଙ୍କ୍ରମଣକୁ କମ୍ କରିଥାଏ । ଏହି କଥା ପରୀକ୍ଷାରୁ ଆସିଥିବା ରିପୋର୍ଟକୁ ନେଇ ଦାବି କରାଯାଇଛି ।