ନୂଆଦିଲ୍ଲୀ: ଆଉ ଗୋଟିଏ ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ଶାସକ ଆପ୍ ପୁଣିଥରେ କ୍ଷମତାକୁ ଫେରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି । ଅନ୍ୟପଟେ ବିଜେପି ଏଥର ଆପକୁ ବିଦା କରିବାକୁ ଉଦ୍ୟମ କରୁଛି । ଏପଟେ କଂଗ୍ରେସ ବି ମୌକା ଦେଖି ଛକ୍କା ମାରିବା ଚକ୍କରରେ । ଆଉ ଏହାରି ଭିତରେ ଆପ୍ ପ୍ରସ୍ତୁତ କରୁଛି ନିର୍ବାଚନ ରଣନୀତି । 


COMMERCIAL BREAK
SCROLL TO CONTINUE READING

ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଅଷ୍ଟମ କାଉନସିଲ ମିଟିଂ ବସିଥିଲା । ତେବେ ଆଗମୀ ନିର୍ବାଚନରେ ଦଳର ରଣନୀତି କ'ଣ ହେବ, ସେନେଇ ବୈଠକରେ ଆଲୋଚନା ହୋଇଛି । କେଜ୍ରିୱାଲ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧନ କରି କହିଥିଲେ, ''ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସେ ରହିଲା । ଗତଥର ପରି ଏଥର ମଧ୍ୟ ଆମକୁ ଫୁଲ୍ ଦମରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ପଡିବ । ଆମ ଟାର୍ଗେଟ ବି ବଡ । ଗତଥର ୬୭ ଆସନରେ ଆମେ ବିଜୟୀ ହୋଇଥିଲେ । ହେଲେ ଏଥର ୟା ଠାରୁ କମ୍ ନୁହେଁ, ଆହୁରି ଅଧିକ ଆସନରେ ବିଜୟୀ ହେବାକୁ ହେବ । ଆମକୁ ସମସ୍ତ ଆସନରେ ବିଜୟୀ ହେବାକୁ ପଡିବ ।'' ଆଉ ଏଥିପାଇଁ ୭୦ ମେଁ ସେ ୭୦ ନାରା ଦେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । 


କେଜ୍ରିୱାଲ ଆହୁରି ମଧ୍ୟ କହିଥିଲେ, ମୋ ଦଳର ସମସ୍ତ ସଦସ୍ୟ ଓ ବାହାରୁ ଆସୁଥିବା ସ୍ୱେଚ୍ଛେସେବୀ, ସମସ୍ତଙ୍କୁ ପୁରା ଶକ୍ତିର ସହ କାମ କରିବାକୁ ପଡିବ । ଯାହାକୁ ଦଳ ଯେଉଁ ଦାୟିତ୍ୱ ଦେବ, ତାକୁ ନିଭାଇବାକୁ ପଡିବ । ସୂତ୍ର ଅନୁସାରେ, ଦିଲ୍ଲୀ ନିର୍ବାଚନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଡକାଯାଇଛି । ଆହୁରି ମଧ୍ୟ ଏହି ନିର୍ବାଚନ ପାଇଁ ଆପର ରଣନୀତି ପ୍ରସ୍ତୁତ କରିବେ ବିଶିଷ୍ଟ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର । ଶାସକ ଆପକୁ ହରାଇବା ବିଜେପି ପାଇଁ ଏତେ ସମ୍ଭବ ନୁହେଁ ବୋଲି କୁହାଯାଉଛି । 


ଆହୁରି ପଢନ୍ତୁ; ବିରୋଧୀଙ୍କ ମୁହଁବନ୍ଦ ! ସିଏଏକୁ ସମର୍ଥନ ଦେଲେ ଜମ୍ମୁବାସୀ