ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ଇସ୍ରୋ ଗୋଟିଏ ପରେ ଗୋଟେ ମିଶନରେ ଇତିହାସ ରଚି ଚାଲିଛି । ଆଜି ଆପଣଙ୍କୁ କହିଦେଉଛୁ କିଭଳି ଇସ୍ରୋ ଭାରତର ସାଟେଲାଇଟ ପ୍ରକ୍ଷେପଣ ସହ ଅନ୍ତରାଷ୍ଟ୍ରୀୟ ସ୍ତରର କୌଣସି ଦେଶର ଭରସା ଜିତିବାକୁ ସଫଳ ରହିଛି ।


COMMERCIAL BREAK
SCROLL TO CONTINUE READING

କମର୍ସିଆଲ୍ ଲଞ୍ଚିଂକୁ ନେଇ ଇସ୍ରୋର କ୍ଷମତାରେ ପ୍ରତ୍ୟେକ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଯାହାର ଶୁଭାରମ୍ଭ ଇସ୍ରୋ ୧୯୯୯ ମସିହା ମେଁ ୨୬ ତାରିଖରେ  କରିଥିଲା । ସେବେଠାରୁ ସବୁଠୁ ପ୍ରଥମ କମର୍ସିଆ ଲଞ୍ଚିଂ ପିଏସଏଲଭି-ସି୨ ଦ୍ୱାରା କରାଯାଇଥିଲା । ପିଏସଏଲଭି-ସି୨ ମାଧ୍ୟମରେ ଜର୍ମାନୀ ଏବଂ ଦକ୍ଷିଣ କୋରିଆର ଗୋଟିଏ ପରେ ଗୋଟିଏ ସାଟେଲାଇଟ ମହାକାଶର କକ୍ଷପଥରେ ଛଡ଼ା ଯାଇଥିଲା । ଏହି ଲଞ୍ଚିଂ ପ୍ରାୟ ଏକ ଦଶକ ମଧ୍ୟରେ ୨୦୧୦ ମସିହା ଯାଏଁ ଇସ୍ରୋ ୨୦ ବିଦେଶୀ ଉପଗ୍ରହକୁ ମହାକାଶର କକ୍ଷପଥରେ ସ୍ଥାପିତ କରିଛି । ଏହାକୁ ଛାଡ଼ି ୨୦୧୦ରୁ ବର୍ତ୍ତମାନ ଯାଏଁ ୨୯୭ ବିଦେଶୀ ଉପଗ୍ରହ ଲଞ୍ଚ କରିଛି ।  ଇସ୍ରୋର କ୍ଷମତା ଏତେ ବଢ଼ିଯାଇଛି, ସେ ପ୍ରତ୍ୟେକ ବର୍ଷ ୫୦ରୁ ଅଧିକ ବିଦେଶୀ ଉପଗ୍ରହ ମହାକାଶ ଛାଡ଼ିପାରିବ ।


ବର୍ତ୍ତମାନ ସୁଦ୍ଧା ଇସ୍ରୋ କେଉଁ କେଉଁ ଦେଶର ସାଟେଲାଇଟ ଲଞ୍ଚ କରିସାରିଛି...


ଇସ୍ରୋ ୧୯୯୯ରୁ ବର୍ତ୍ତମାନ ଯାଏଁ ପ୍ରାୟ ୩୧୯ ସାଟେଲାଇଟ ଲଞ୍ଚ କରିସାରିଛି । ଯେଉଁଥିରୁ ପ୍ରାୟ ୩୩ ଦେଶର ସାଟେଲାଇଟ ସାମିଲ୍ ଅଛି । ଇସ୍ରୋ ଗତବର୍ଷ ୨୦୧୬ ମସିହାରୁ ୨୦୧୮ ଯାଏ କମର୍ସିଆଲ୍ ଲଞ୍ଚିଂ ଅର୍ଥାତ୍ ବିଦେଶୀ ଦେଶର ଉପଗ୍ରହର ଉତକ୍ଷେପଣରୁ ପ୍ରାୟ ୬୨୮୭ କୋଟି ଟଙ୍କା ଆୟ କରିଛି । ଏହି ୩୩ ଦେଶ ମଧ୍ୟରେ ଆମେରିକା, ଜାପାନ, ଇଜ୍ରାଏଲ୍, ଜର୍ମାନୀ, କାନାଡା, ସିଙ୍ଗାପୁର, କୋରିଆ, ୟୁକେ, ଫ୍ରାନ୍ସ, ଅଷ୍ଟ୍ରିଆ, ଫିନଲ୍ୟାଣ୍ଡ, କଲମ୍ୱିଆ, ଅଷ୍ଟ୍ରେଲିଆ, ବେଲଜିୟମ୍, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ଏବଂ ଇଟାଲି ପରି ଦେଶ ସାମିଲ ଅଛନ୍ତି ।


ଇସ୍ରୋ ଏକା ଆମେରିକାର ୧୯୮ ସାଟେଲାଇଟ ପ୍ରକ୍ଷେପଣ କରିସାରିଛି । ଏଥିରୁ ଅନୁମାନ  ଲାଗାଯାଇପାରେ କି ଆମେରିକା ପରି ଦେଶ ଯାହା ପାଖରେ ନିଜର ସ୍ପେସ୍ ଏଜେନ୍ସି ରହିଛି,  ନିଜର ମହାକାଶ ଗବେଷଣା ସଂସ୍ଥା ଥାଇ ମଧ୍ୟ ନିଜ କ୍ଷମତା ବଢ଼ାଇବାକୁ ଭାରତ ଆଡ଼କୁ ଦେଖୁଛି । ଆମେରିକା ପାଇଁ ଭାରତରେ ଲଞ୍ଚିଂ ଏଥିପାଇଁ ମଧ୍ୟ ଲାଭକାରୀ ଅଟେ ଯେ,  ଭାରତ କମ୍ ଖର୍ଚ୍ଚରେ ବଡ଼ ବଡ଼ ଉତକ୍ଷେପଣ କରି ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ପକ୍କା କରିପାରିଛି ।


କମ୍ ଖର୍ଚ୍ଚରେ ମଙ୍ଗଳ ଗ୍ରହରେ ପହଞ୍ଚିଥିବା ପ୍ରଥମ ଦେଶ


ଭାରତ ମଙ୍ଗଳ ମିଶନ । ଯେଉଁଥିରେ ଗ୍ରାଭିଟି ଫିଲ୍ମ ଖର୍ଚ୍ଚ ଠାରୁ ମଧ୍ୟ କମ୍ ଖର୍ଚ୍ଚରେ ଅର୍ଥାତ ୪୫୦ କୋଟି ଟଙ୍କାରେ ପ୍ରଥମ ପ୍ରଚେଷ୍ଠାରେ ହିଁ ମଙ୍ଗଳ ଗ୍ରହରେ ପହଞ୍ଚିଥିବାରେ ସଫଳ ହୋଇଥିଲା । ଆଉ କମ ଖର୍ଚ୍ଚରେ ପହଞ୍ଚିବାରେ ପ୍ରଥମ ଦେଶ ମଧ୍ୟ ବନିଯାଇଥିଲା । ଇସ୍ରୋ ସାରା ବିଶ୍ୱକୁ ଦେଖାଇ ଥିଲା କେଉଁଭଳି କମ୍ ଖର୍ଚ୍ଚରେ ଭାରତ ରେକର୍ଡ ବନାଇବା ପାଇଁ ପୂର୍ଣ୍ଣ ମାତ୍ରାରେ ସକ୍ଷମ ଅଟେ । ପିଏସଏଲଭି-ସି୩୭ ମାଧ୍ୟମରେ ୨୦୧୭ ମସିହା ଫେବ୍ରୁୟାରୀ ୧୫ ତାରିଖରେ ପ୍ରଥମ ଉଡ଼ାଣରେ ୧୦୪ ଉପଗ୍ରହକୁ ସଫଳତା ପୂର୍ବକ ପ୍ରକ୍ଷେପଣ କରି ଇସ୍ରୋ ବିଶ୍ୱରେ ରେକର୍ଡ ସୃଷ୍ଟି କରିଥିଲା ।


ଇସ୍ରୋ ପାଇଁ କମର୍ସିଆଲ୍ ଲଞ୍ଚିଂ ମାର୍କେଟିଂ ଇସ୍ରୋର ACL ଅର୍ଥାତ ମହାକାଶ କର୍ପୋରେସନ ଲିମିଟେଡ୍ କରିଥାଏ । ଏହାର ଶୁଭାରମ୍ଭ  ୧୯୯୨ ମସିହାରେ ଭାରତ ସରକାର ବିଦେଶୀ ସାଟେଲାଇଟ ର ପ୍ରମୋସନ୍ ଏବଂ ମାର୍କେଟିଂ ପାଇଁ କରିଥିଲା । ଇସ୍ରୋର ଏହି ମହାକାଶ କର୍ପୋରେସନ୍ ଲିମିଟେଡ୍ ବର୍ତ୍ତମାନ ଯାଏ ଅନେକ ଦେଶକୁ ଭାରତ ଆଡକୁ ଆକର୍ଶିତ କରିବାରେ ସଫଳ ହୋଇପାରିଛି । ଇସ୍ରୋ ବୈଜ୍ଞାନିକମାନେ ମଧ୍ୟ ଗୋଟିଏ ପରେ ଗୋଟିଏ ସଫଳ ପ୍ରକ୍ଷେପଣ କରି ସାରା ବିଶ୍ୱରେ ନିଜର ଶକ୍ତି ଦେଖାଇସାରିଛନ୍ତି । ଏହିଭଳି ଭାବେ ଅନେକ କାରଣ ପାଇଁ ଆମେରିକା ପରି ଦେଶ ମଧ୍ୟ ଆଜି ନିଜର କ୍ଷମତା ବଢ଼ାଇବାକୁ ଭାରତ ଆଡ଼କୁ ଦେଖୁଛନ୍ତି ।


ଇସ୍ରୋ ପ୍ରକ୍ଷେପଣ କରିଥିବାର ବିଦେଶୀ ସାଟେଲାଇଟ: ୧୯୯୯ରେ ୨ ସାଟେଲାଇଟ, ୨୦୦୧ରେ ୨ ସାଟେଲାଇଟ, ୨୦୦୭ରେ ୩ ସାଟେଲାଇଟ, ୨୦୦୮ରେ ୯ ସାଟେଲାଇଟ, ୨୦୦୯ରେ ୬ ସାଟେଲାଇଟ, ୨୦୧୦ରେ ୩ ସାଟେଲାଇଟ, ୨୦୧୧ରେ ୨ ସାଟେଲାଇଟ, ୨୦୧୨ରେ ୨ ସାଟେଲାଇଟ୍, ୨୦୧୩ରେ  ୬ ସାଟେଲାଇଟ, ୨୦୧୪ରେ ୫ ସାଟେଲାଇଟ, ୨୦୧୫ରେ ୧୭ ସାଟେଲାଇଟ, ୨୦୧୬ରେ ୨୨ ସାଟେଲାଇଟ, ୨୦୧୭ରେ ୧୩୦ ସାଟେଲାଇଟ, ୨୦୧୮ରେ ୬୦ ସାଟେଲାଇଟ ଓ ୨୦୧୯ରେ ୫୦ ବିଦେଶୀ ସାଟେଲାଇଟ ଉତକ୍ଷେପଣ କରିସାରିଛି ଇସ୍ରୋ ।