ଅଜୟ ନାଥ, ସମ୍ବଲପୁର: ବର୍ଷକ ଥରେ ଆନନ୍ଦ ଉଲ୍ଲାସ ନେଇ ଆସେ ହୋଲି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ହୋଲି ଖେଳକୁ ନେଇ ଲାଗି ରହିଛି ଦ୍ଵନ୍ଦ୍ୱ। ରଙ୍ଗ ବେପାରୀ କ୍ଷତିରେ ଥିବା ବେଳେ ଲୋକେ ମଧ୍ୟ ସତର୍କତା ବେଶ ଅବଲମ୍ବନ କରୁଛନ୍ତି ।ସେପଟେ ପୋଲିସ କହିଛି ସର୍ବସାଧାରଣରେ ହୋଲି ଖେଳିବା ମନା । କୋରୋନାର ନୂଆ ଷ୍ଟ୍ରେନ ଏପର୍ଯ୍ୟନ୍ତ ଓଡ଼ିଶାରେ ସଠିକ ଭାବରେ ଜଣାପଡିନଥିବା ବେଳେ ମଧ୍ୟ କୋରୋନା ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। 


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର (Sambalpur) ରେ ମଧ୍ୟ ୧୦ ରୁ ଉପରେ ପ୍ରତ୍ୟେକଦିନ ସଂକ୍ରମିତ ହେଉଛନ୍ତି। ତାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଏକ ଗାଇଡ଼ଲାଇନ ଜାରି କରିଛନ୍ତି। ହୋଲି (Holi) କେବଳ ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ଖେଳିବେ । ସମ୍ପୂର୍ଣ୍ଣ କୋଭିଡ ଗାଇଡ଼ଲାଇନ ପାଳନ କରି ରଙ୍ଗ ଖେଳିବେ। ଗାଇଡଲାଇନ (Corona GuideLine) ପାଳନ ନହେଲେ ମୋଟା ଅଙ୍କରେ ଫାଇନ ଗଣିବେ ବୋଲି ପୋଲିସ ଚେତେଇ ଦେଇଛି । ତା ସହ ବୁର୍ଲା ହୀରାକୁଦ ସହ ବିଭିନ୍ନ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଗାଡ଼ି ବୁଲିବ ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତାଙ୍କୁ ତୁରନ୍ତ ଗିରଫ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ। 



Also Read: ହଜିବାକୁ ବସିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ଗୁଁଡିଖାଇ


ପ୍ରଶାସନର କଟକଣା ପରେ ଲୋକେ ମଧ୍ୟ ବେଶ ସତର୍କତା ଅବଲମ୍ବନ କରିବେ ବୋଲି କହିଛନ୍ତି। ରଙ୍ଗ କିଣିବାକୁ ଆସୁଛନ୍ତି ହେଲେ କେଉଁଠି ନା କେଉଁଠି ମନ ଭିତରେ ଡ଼ର ରହିଛି । ନିଜ ପରିବାର ବର୍ଗଙ୍କ ସହ ହୋଲି ଖେଳିବେ ଏବଂ ସମ୍ପୂର୍ଣ୍ଣ କୋଭିଡ ଗାଇଡ଼ ଲାଇନ ପାଳନ କରି ଏହି ରଙ୍ଗର ପର୍ଵକୁ ପାଳନ କରିବେ ବୋଲି କହିଛନ୍ତି। କୋରୋନା ଯୋଗୁଁ ରଙ୍ଗ ବ୍ୟବସାୟୀ ମାନଙ୍କର ବ୍ୟବସାୟ ଚଳିତ ବର୍ଷ ମଧ୍ୟ ମାନ୍ଦା ରହିଛି । ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହୁଏ କିନ୍ତୁ କୋରୋନା (Corona) ସବୁ ଲୁଟି ନେଇଥିବା କହିଛନ୍ତି ବ୍ୟବସାୟୀ । ଚଳିତ ବର୍ଷ ମଧ୍ୟ କୋରୋନା ଯୋଗୁଁ ଭାଇଚାରାର ପର୍ଵ ହୋଲି (Holi) ଫିକା ପଡିବ।


Edited: Zee Odisha Desk