ହଜିବାକୁ ବସିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ଗୁଁଡିଖାଇ
Advertisement
Article Detail0/zeeodisha/odisha874370

ହଜିବାକୁ ବସିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ଗୁଁଡିଖାଇ

ଜଙ୍ଗଲ ଜାତ ଫଳମୂଳ ନିଜେ ଖାଇବା ପୂର୍ବରୁ ନିଜର ଇଷ୍ଟ ଦେବୀଙ୍କ ଠାରେ ଅର୍ପଣ କରିଥାନ୍ତି । 

ହଜିବାକୁ ବସିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ଗୁଁଡିଖାଇ

ଅଜୟ ନାଥ, ସମ୍ବଲପୁର: ଆଜି ହେଉଛି  ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା । ପଶ୍ଚିମାଞ୍ଚଳରେ ଏହାକୁ ଫଗୁନ ପୁନୀ ବୋଲି କୁହାଯାଉଥିବା ବେଳେ ଏହି ଦିନକୁ ଏହି ଅଞ୍ଚଳରେ "ଗୁଁଡିଖାଇ" ଭାବେ  ପାଳନ  କରାଯାଇଥାଏ । ଜଙ୍ଗଲ ଜାତ ଫଳମୂଳ ନିଜେ ଖାଇବା ପୂର୍ବରୁ ନିଜର ଇଷ୍ଟ ଦେବୀଙ୍କ ଠାରେ ଅର୍ପଣ କରିଥାନ୍ତି । ନୂଆଁଖାଇ ଭଳି ପଶ୍ଚିମାଞ୍ଚଳରେ ଗୁଁଡିଖାଇ ପର୍ବ ଏକ ସ୍ବତନ୍ତ୍ର ମର୍ଯ୍ୟାଦା  ରଖୁଥିବା ଏକ ପର୍ବ ।

ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି । ତା ସହ ବଣ ଜଙ୍ଗଲ ସହଯୋଗ ଜଡ଼ିତ ପର୍ବପର୍ବାଣି ମଧ୍ୟ ହଜିବାକୁ ବସିଛି । ପଶ୍ଚିମାଞ୍ଚଳର ସ୍ବତନ୍ତ୍ର ପରିଚୟ ଭାବେ ନୂଆଁଖାଇ, ପୁଅ ଜିଉଁତିଆ , ଭାଇ ଜିଉଁତିଆ ଭଳି ଗୁଁଡିଖାଇ(GundiKhai Festival) ମଧ୍ୟ ଏକ ସ୍ବତନ୍ତ୍ର ପର୍ବ। ପୂର୍ବରୁ ଏହି ଅଞ୍ଚଳରେ ବଣଜଙ୍ଗଲ ଭରି ରହିଥିଲା । ସାଧାରଣ ଲୋକଙ୍କ ପାଇଁ ଫଳମୂଳର ଅଭାବ ନଥିଲା । ସେଥିପାଇଁ ସେହି ଫଳମୂଳ ନିଜେ ଖାଇବା  ପୂର୍ବରୁ ନିଜର ଇଷ୍ଟ ଦେବାଦେବୀଙ୍କୁ ସମର୍ପିତ କରୁଥିଲେ । ମହୁଲ ଜାତୀୟ ଫୁଲ, ଫଳକୁ ସମ୍ବଲପୁରୀ ଭାଷା (Sambalpuri Language) ରେ ଗୁଁଡି କୁହାଯାଉଥିବାରୁ ଏହି ଉତ୍ସବ ଗୁଁଡିଖାଇ ଭାବରେ ପରିଚିତ । ଆମ୍ବ, ଚାର ,ମହୁଲ ଆଦି ଫଳମୂଳ ଆଜି ଇଷ୍ଟଙ୍କ ଠାରେ ଅର୍ପଣ ପରେ ଲୋକେ ଖାଇବା ଆରମ୍ଭ କରିଥାନ୍ତି।

Also Read: Pipili ByPoll 2021: ରୁଦ୍ରଙ୍କୁ ଟିକେଟ ମିଳିବା ପରେ ନବୀନଙ୍କୁ ଭେଟିଲେ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ

ଗୁଁଡିଖାଇ ଏବଂ ନୂଆଁଖାଇ (Nuakhai) ରେ ସମସ୍ତ ପରମ୍ପରା ସମାନ ରହିଥିବା ବେଳେ ନବାନ୍ନ ବଦଳରେ ଆମ୍ବ , ମହୁଲ, ଚାର ଭଲି ଫଳମୂଳ ଚଣା ଏବଂ ସାକରପଟି ଆଦି ପ୍ରସାଦ ଭାବେ ବ୍ୟବହାର ହୁଏ । ଫଳମୂଳର ପ୍ରସାର ଲାଗି ପରେ ବଡମାନଙ୍କୁ ଜୁହାର କରି ଅବିରତ ଲଗାଇ  ଆଶୀର୍ବାଦ ଭିକ୍ଷା କରାଯାଇଥାଏ । ତେବେ ଧିରେ ଧିରେ ଜଙ୍ଗଲ ଜାତ ଫଳମୂଳର ଅଭାବ ଦେଖିବାକୁ ମିଳୁଥିବା ବେଳେ ଗୁଁଡିଖାଇ ପରମ୍ପରା ବି ହଜିବାକୁ ବସିଛି ।

fallback

Also Read: ଲାଗୁନି ବ୍ରେକ: ରାଜ୍ୟରୁ ପୁଣି ୨୯୦ କୋରୋନା ସଂକ୍ରମିତ ଚିହ୍ନଟ

ତେବେ ଏହି ପର୍ବ ଆଗକୁ ଲୋକଙ୍କ ମନରେ କେତେ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବ ତାହା ଦେଖିବାକୁ ବାକି ରହିଲା।

Edited: Zee Odisha Desk