ନୂଆଦିଲ୍ଲୀ: ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ କରି ମାରିବା ପରେ ପ୍ରତିଶୋଧ ନିଆଁରେ ଜଳୁଥିବା ଇରାନ ବଦଲା ନେଇଛି । ଇରାକ୍ ସ୍ଥିତ ଆମେରିକାର ଏୟାରବେସ ଉପରେ ରକେଟ ମାଡ଼ କରିଛି ଇରାନ । ଦୁଇଟି ପୃଥକ ସ୍ଥାନରେ ଏକ ଡର୍ଜନରୁ ଅଧିକ ରକେଟ ମାଡ଼ ହୋଇଥିବା ବେଳେ ଏଥିରେ ୮୦ରୁ ଉର୍ଦ୍ଧ୍ୱ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଇରାନର ପ୍ରେସ ଟିଭିରୁ ଏହି ସୂଚନା ମିଳିଛି । 


COMMERCIAL BREAK
SCROLL TO CONTINUE READING

ରକ୍ତମୁଖା ଇରାନ । ରକ୍ତରଞ୍ଜିତ ଇରାକ୍ । ଇରାକ ସ୍ଥିତ ଆମେରିକା ଏୟାରବେସ ଉପରେ ଇରାନର ହମଲା । ୧୨ରୁ ଉର୍ଦ୍ଧ୍ୱ ରକେଟ ମାଡ଼ । ଥରି ଉଠିଲା ଆମେରିକା ସେନା କ୍ୟାମ୍ପ । ଧ୍ୱସ୍ତବିଧ୍ୱସ୍ତ ଆମେରିକାର ଲଢ଼ୁଆ ବିମାନ । ଇରାନର ସରକାରୀ ଖବର ସରବରାହ ସଂସ୍ଥା ଇସଲାମିକ ରିପବ୍ଲିକ ନ୍ୟୁଜର ସୂଚନା ଏଭଳି କିଛି କହୁଛି । ଯାହା କୁହାଯାଉଛି, ଇରାନର ରକେଟ ମାଡ଼ ପରେ ଇରାକ ସ୍ଥିତ ଆମେରିକାର ଏୟାରବେସରେ ଥିବା କିଛି ଲଢ଼ୁଆ ବିମାନରେ ନିଆଁ ଲାଗିଯାଇଥିଲା । 



ମଙ୍ଗଳବାର ରାତିରେ ଇରାକ୍ ସ୍ଥିତ ଆମେରିକାର ସେନା କ୍ୟାମ୍ପରେ ବଡ଼ ହମଲା କରିଛି ଇରାନ୍ । ଆମେରିକା ଏୟାରବେସ ଅଲ ଅସଦ ଏବଂ ଡରାବିଲ ଉପରେ ଏକ ଡର୍ଜନରୁ ଉର୍ଦ୍ଧ୍ୱ ମିସାଇଲ ମାଡ଼ ହୋଇଛି । ଆମେରିକ୍ଷା ପ୍ରତିରକ୍ଷା ମନ୍ତ୍ରାଳୟ ଘଟଣାକୁ ସ୍ୱୀକାର କରିଛି । ତେବେ କ୍ଷୟକ୍ଷତି ନେଇ ଆମେରିକା ପକ୍ଷରୁ କିଛି କୁହାଯାଇନାହିଁ । ଆଉ ଏହି ଆକ୍ରମଣ ପରେ ଇରାନକୁ କଡ଼ା ଚେତାବନୀ ମଧ୍ୟ ଦେଇଛି । ନିଜ ଦେଶର ସୈନିକଙ୍କ ସୁରକ୍ଷା ପାଇଁ ଆମେରିକା ସବୁପ୍ରକାର ପଦକ୍ଷେପ ନେବ ବୋଲି ରୋକ୍ ଠୋକ୍ କହିଛି ଯୁକ୍ତରାଷ୍ଟ୍ର । 


ସେପଟେ ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ''ସବୁ ଠିକ୍ ଅଛି(All is well)। ଆମ ପାଖରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା ରହିଛି । ଆସନ୍ତାକାଲି ସକାଳୁ ବିବୃତ୍ତି ରଖିବି।''



ତେବେ ଏସବୁ ଭିତରେ ଉଭୟ ଦେଶ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଉଗ୍ରରୂପ ଧାରଣ କରୁଛି । ଆଉ ଏହାକୁ ନେଇ ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶ ଚିନ୍ତାବ୍ୟକ୍ତ କଲେଣି । ବିଶ୍ୱର ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ଯୁଦ୍ଧ ହେଲେ , ପରିଣାମ କେତେ  ଭୟାବହ ହୋଇପାରେ, ଏକଥା ସହଜରେ ଅନୁମେୟ । 


ଆହୁରି ପଢ଼ନ୍ତୁ; ଆମେରିକା ସେନା କ୍ୟାମ୍ପ ଉପରେ ଏମିତି ରକେଟ୍ ମାଡ଼ କଲା ଇରାନ।।।