କରାଚି: ପାକିସ୍ତାନର ସିନ୍ଧ ଅଞ୍ଚଳର ଛାଛରୋ ସହର ନିକଟରେ ହିନ୍ଦୁ ମନ୍ଦିରରେ ଚୋରି ଏବଂ ଭଙ୍ଗାରୁଜା କରିଥିବା ୪ଜଣ ନାବାଳକ ଅଭିଯୁକ୍ତଙ୍କୁ ହିନ୍ଦୁ ସମୁଦାୟ ସଦ୍ଭାବନା ଦେଖାଇ କ୍ଷମା କରିଦେଇଛି ।  ଏହି ନାବାଳକମାନଙ୍କ ବିରୋଧରେ ଦାୟର କରାଯାଇଥିବା ମାମଲାକୁ ପ୍ରତ୍ୟାହାର କରି ନିଆଯାଇଛି । ଏହାପରେ କୋର୍ଟ ୪ଜଣ ଅଭିଯୁକ୍ତ ନାବାଳକଙ୍କୁ ଛାଡ଼ିଦେଇଥିଲେ । ଛାଛରୋ ନିକଟ ଗାଁ ପ୍ରେମୋ-ଜୀ-ବେରିରେ ଥିବା ଏକ ହିନ୍ଦୁ ମନ୍ଦିରରେ ଜାନୁଆରୀ ୨୬ରେ ଚୋରି କରାଯାଇଥିଲା । ଏବଂ ମନ୍ଦିରକୁ ଅପବିତ୍ର କରାଯାଇଥିଲା ।   ଦେବୀ ପ୍ରତିମାକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ମାମଲାର ନିନ୍ଦା:
ଏହି ମାମଲାରେ ଚାରିଆଡେ ନିନ୍ଦା ହୋଇଥିଲା । ହିନ୍ଦୁ ସମୁଦାୟ ସହ ରାଜନେତା ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ଏହା ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସ୍ଥାନୀୟ ନାଗରିକ ପ୍ରେମ କୁମାର ପୋଲିସରେ ମାମଲା ଦାୟର କରିଥିଲେ । ଯାଞ୍ଚ ପରେ ପୋଲିସ ୧୨ରୁ ୧୫ ବର୍ଷ ବୟସର ୫ଜଣ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମସ୍ତ ଗିରଫ ନାବାଳକ ପ୍ରେମୋ-ଜୀ-ବେରି  ଗାଁର ଥିଲେ  । ସେମାନେ ପ୍ରାଇମେରୀ ସ୍କୁଲର ଛାତ୍ର ରହିଥିଲେ । ପିଲାମାନେ ସ୍ୱିକାର କରିଥିଲେ କି ସେମାନେ ମନ୍ଦିରର ଦାନବାକ୍ସରୁ ଟଙ୍କା ଚୋରି କରିଥିଲେ ।


ସ୍କୁଲ ପିଲାଙ୍କୁ କ୍ଷମା କଲା ହିନ୍ଦୁ ସମୁଦାୟ:
୪ ନାବାଳକ ଅଭିଯୁକ୍ତଙ୍କୁ ସ୍ଥାନୀୟ ନ୍ୟାୟାଳୟ ଜୁବେନାଇଲ୍ ସ୍କୁଲକୁ ପଠାଇଦେଇଥିଲେ ।  ସେମାନଙ୍କୁ ଶନିବାର ଦିନ ନ୍ୟାୟାଳୟରେ ହାଜର କରାଯାଇଥିଲା ।  ଯେଉଁଠି ଆବେଦନ କର୍ତ୍ତା ପ୍ରେମ କୁମାର କହିଥିଲେ କି ସେ ସଦ୍ଭାବନା ଦେଖାଇ ଚାରିଜଣ ବିରୋଧରେ ଦାୟର ମାମଲାକୁ ଫେରାଇ ନେଉଛନ୍ତି । ଏହାପରେ ନ୍ୟାୟାଳୟ ୪ଜଣ ଅଭିଯୁକ୍ତ ନାବାଳକଙ୍କୁ ମୁକ୍ତ କରିଦେଇଥିଲେ ।  ସିନ୍ଧର ମାନବାଧିକାର ମାମଲାରେ ବିଶେଷ ସହାୟକ ଏବଂ ଓକିଲ ବିରଜୀ କୋଲ୍ହୀ କହିଥିଲେ ହିନ୍ଦୁ ପଞ୍ଚାୟତରେ ସାମିଲ ବରିଷ୍ଠ ପଞ୍ଚ, ଆବେଦନକର୍ତ୍ତା ପ୍ରେମ କୁମାରଙ୍କୁ ଅନୁରୋଧ କରିଥିଲେ ସେ ସଦ୍ଭାବନା  ଦେଖାଇ ଏହି ସ୍କୁଲ ପିଲାଙ୍କୁ କ୍ଷମା କରିଦିଅନ୍ତୁ ।


ମୁସଲିମ୍ ସମୁଦାୟଙ୍କଠାରୁ ଏମିତି ଆଶା:
ସଦ୍ଭାବନାର ଏପରି ପଦକ୍ଷେପ ମୁସଲିମ୍ ସମୁଦାୟ ଠାରୁ ଆଶା କରିଛନ୍ତି ବରିଷ୍ଠ ପଞ୍ଚ । ସେ  କହିଛନ୍ତି ଘୋଟକୀ ଜିଲ୍ଲାର ହିନ୍ଦୁ ଶିକ୍ଷକଙ୍କ ମାମଲାରେ ମଧ୍ୟ ଏପରି ସଦ୍ଭାବନା ଆଶା କରାଯାଉଛି, ହିନ୍ଦୁ ଶିକ୍ଷକ ଇସନିନ୍ଦା ଅଭିଯୋଗରେ ବନ୍ଦୀ ଅଛନ୍ତି । ତାଙ୍କର ବିଶ୍ୱାସ ଯେ, ହିନ୍ଦୁ ଶିକ୍ଷକ ବିରୋଧରେ ମଧ୍ୟ ଏହିପରି ଭାବେ ମାମଲା ପ୍ରତ୍ୟାହାର କରିନିଆଯିବ ।  ହିନ୍ଦୁ ପଞ୍ଚାୟତର ନେତାଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି କୋହ୍ଲୀ ଏବଂ ଏହାକୁ ଛାର ଅଞ୍ଚଳରେ ସାମ୍ପ୍ରଦାୟିକ ସଦ୍ଭାବନା ପାଇଁ ଭଲ ବୋଲି କହିଛନ୍ତି ।