ଅମିତ ଶାହ ଏବଂ ରାହୁଲ ଗାନ୍ଧୀଙ୍କୁ ନେଇ ଏମିତି ଉପଦେଶ ଦେଲେ ସଞ୍ଜୟ ରାଉତ
ମୋଦିଙ୍କୁ ପାଳି ପଡ଼ିବାରୁ ହାତ ଟେକିଦେଲେ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ସଞ୍ଜୟଙ୍କ ଟିପ୍ପଣୀ । ଶିବସେନା ମୁଖପାତ୍ରଙ୍କ ମୁହଁରେ ମୋଦି-ଶାହ ପ୍ରଶଂସା । କାହାକୁ ପରିଶ୍ରମୀ କହିଲେ ତ ଆଉ କାହାକୁ କଟ୍ଟର ରାଷ୍ଟ୍ରବାଦୀ । ରାହୁଲ ଗାନ୍ଧୀଙ୍କୁ ନେଇ ମଧ୍ୟ ରଖିଲେ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ।
ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କିଛି ପ୍ରତିକ୍ରିୟା ରଖିଥିଲେ ଶିବସେନା ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ । 'ମହା' ନାଟକ ବେଳେ ଶିବସେନା ପାଇଁ କୁହାଳିଆ ବନିଥିବା ସଞ୍ଜୟ ଏଥର ବି ମଜାଦାର ଟିପ୍ପଣୀ ରଖିଛନ୍ତି । କାର୍ଯ୍ୟକ୍ରମରେ ଯେତେବେଳେ ସଞ୍ଜୟଙ୍କୁ କିଛି ଲୋକପ୍ରିୟ ବ୍ୟକ୍ତିଙ୍କ ବିଷୟରେ ଟିପ୍ପଣୀ ଏବଂ ଉପଦେଶ ଦେବାକୁ କୁହାଯାଇଥିଲା, ସେତେବେଳେ ମୋଦି, ଶାହ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ କହିଥିଲେ ସଞ୍ଜୟ ।
ସଞ୍ଜୟ ରାଉତଙ୍କ କହିବା କଥା ହେଲା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜଣେ କଟ୍ଟର ରାଷ୍ଟ୍ରବାଦୀ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ଅନ୍ୟକିଛି ମାମଲାରେ ଶାହ ବୁଝିବା ଦରକାର, ଦେଶରେ ଗଣତନ୍ତ୍ର ଶାସନ ଚାଲିଛି । ତେଣୁ ବିରୋଧୀଙ୍କ ବିଚାରକୁ ମଧ୍ୟ ବୁଝିବାକୁ ପଡ଼ିବ ।
ଆହୁରି ପଢ଼ନ୍ତୁ; ଜେଲରେ ବେଶି ନିୟମ ଭାଙ୍ଗୁଥିଲା ବିନୟ, କାମ କରୁନଥିଲା ମୁକେଶ...
ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସଞ୍ଜୟ କହିଥିଲେ, ପ୍ରଧାନମନ୍ତ୍ରୀ ଜଣେ ପରିଶ୍ରମୀ ମଣିଷ । ତାଙ୍କୁ ଉପଦେଶ ଦେବା ପାଇଁ ମୋ ପାଖରେ ଅଧିକାର ନାହିଁ, ସେ ପ୍ରଧାନମନ୍ତ୍ରୀ ।
ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ବିଷୟରେ ସଞ୍ଜୟ ରାଉତ କହିଥିଲେ, ରାହୁଲ ଜଣେ ହୃଦୟବାନ ମଣିଷ । ମାତ୍ର ତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ଅତିକମରେ ୧୫ ଘଣ୍ଟା ରହିବାକୁ ପଡ଼ିବ ।
ଆହୁରି ପଢ଼ନ୍ତୁ; ଜାନୁଆରୀ ୧୭ରେ ଦିଲ୍ଲୀ ଯିବିନି...