ଜାନୁଆରୀ ୧୭ରେ ଦିଲ୍ଲୀ ଯିବିନି...
Advertisement
Article Detail0/zeeodisha/odisha625313

ଜାନୁଆରୀ ୧୭ରେ ଦିଲ୍ଲୀ ଯିବିନି...

ଆସନ୍ତା ୧୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଏନପିଆର ବୈଠକ

ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର) ବୈଠକ । ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିମନ୍ତ୍ରଣ କରିଛନ୍ତି । ତେବେ ବୈଠକରେ ସାମିଲ ହେବ ନାହିଁ ପଶ୍ଚିମବଙ୍ଗ । ଆରମ୍ଭରୁ ହିଁ ବୈଠକରେ ସାମିଲ ହେବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 

ବୁଧବାର ଏକ ରାଲିକୁ ସମ୍ବୋଧିତ କରି ଏନେଇ ସୂଚନା ଦେଇଥିଲେ ମମତା ବାନାର୍ଜୀ । କହିଥିଲେ, ''କେନ୍ଦ୍ର ସରକାରଙ୍କ ଦ୍ୱାରା ଏନପିଆର ନେଇ ଡକାଯାଇଥିବା ବୈଠକରେ ସେ ସାମିଲ ହେବେ ନାହିଁ । ଏପରିକି ପଶ୍ଚିମବଙ୍ଗ ସରକାରର କୌଣସି ପ୍ରତିନିଧି ମଧ୍ୟ ଏଥିରେ ଉପସ୍ଥିତ ରହିବେ ନାହିଁ । ମୋ ଉପରେ ଯାହା କରାଗଲେ ମଧ୍ୟ ସିଏଏ, ଏପିଆର ଏବଂ ଏନଆରସିକୁ ପଶ୍ଚିମବଙ୍ଗରେ ଲାଗୁ କରିବାକୁ ଦେବି ନାହିଁ ।''

ଆହୁରି ପଢ଼ନ୍ତୁ; ଚୀନ ଉଠାଉଥିଲା କାଶ୍ମୀର ପ୍ରସଙ୍ଗ, ମନା କରିଦେଲେ...

ସେହିପରି ମମତା ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ମଧ୍ୟ ଚେରଛା ତୀର ମାରିଥିଲେ । ଯଦି ମୁଁ ବୈଠକରେ ସାମିଲ ହେଉନାହିଁ, ତେବେ କୋଲକତାରେ ଥିବା କେନ୍ଦ୍ର ସରକାରଙ୍କ ପ୍ରତିନିଧି(ରାଜ୍ୟପାଳ) ମୋ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିପାରନ୍ତି । ମାତ୍ର ମୋର ସେଥିରେ କିଛି ଯାଏ ଆସେ ନାହିଁ । ଯେତେ ଯାହା ହୋଇଗଲେ ବି ମୁଁ ପଶ୍ଚିମବଙ୍ଗରେ ଏସବୁକୁ ଲାଗୁ ହେବାକୁ ଦେବି ନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । 

ଆହୁରି ପଢ଼ନ୍ତୁ; ପରିବାର ସହ କେବେ ଅନ୍ତିମ ସାକ୍ଷାତ କରିବେ ନିର୍ଭାୟା ଦୋଷୀ ?