ମାସକୁ ମିଳିବ ୧୦ ହଜାର ଟଙ୍କା ପେନସନ
ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ପୁଞ୍ଜି ବିନିଯୋଗ ପରେ ଆପଣ ପରବର୍ତ୍ତୀ ବର୍ଷ ବିନିଯୋଗରୁ ୧୦ ହଜାର ଟଙ୍କା ଯାଏ ପେନସନ ଲାଭ ଉଠାଇପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଯୋଜନାରେ ସାମିଲ ହେବାକୁ ମାର୍ଚ୍ଚ ୩୧, ୨୦୨୦ଯାଏ ସମୟ ଅଛି । ତେବେ ଆସନ୍ତୁ ଜାଣିବା ସେହି ଯୋଜନା ବିଷୟରେ ।
ପ୍ରଦ୍ୟୁମ୍ନ ମାଝୀ, ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ ଏକ ନିରାପଦ ଭବିଷ୍ୟତ ପାଇଁ ବିନିଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଆପଣମାନେ କିଛି ଏପରି ବିନିଯୋଗ ବ୍ୟବସ୍ଥା କରିବା ଉଚିତ୍, ଯାହା ଦ୍ୱାରା ଆପଣମାନଙ୍କୁ ବୃଦ୍ଧାବସ୍ଥାରେ ଟଙ୍କାର କୌଣସି ଅସୁବିଧା ଯେପରି ହେବନାହିଁ । କିଛି ଲୋକ ବୃଦ୍ଧ ସମୟ ମଧ୍ୟରେ କୌଣସି ବିନିଯୋଗ କରିପାରନ୍ତିନାହିଁ । ଏପରି ଲୋକଙ୍କୁ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ନାହିଁ ।
ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ପୁଞ୍ଜି ବିନିଯୋଗ ପରେ ଆପଣ ପରବର୍ତ୍ତୀ ବର୍ଷ ବିନିଯୋଗରୁ ୧୦ ହଜାର ଟଙ୍କା ଯାଏ ପେନସନ ଲାଭ ଉଠାଇପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଯୋଜନାରେ ସାମିଲ ହେବାକୁ ମାର୍ଚ୍ଚ ୩୧, ୨୦୨୦ଯାଏ ସମୟ ଅଛି । ତେବେ ଆସନ୍ତୁ ଜାଣିବା ସେହି ଯୋଜନା ବିଷୟରେ ।
ବାସ୍ତବରେ LIC ଦ୍ୱାରା ସରକାରଙ୍କ 'ପ୍ରଧାନ ମନ୍ତ୍ରୀ ଭନ୍ଦନ ଯୋଜନା' ପରିଚାଳିତ ହେଉଛି । ଏହି ଯୋଜନା ଅଧୀନରେ ବୃଦ୍ଧମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରାଯାଇଛି । ତଥାପି, ଏହି ଯୋଜନାର ସର୍ବନିମ୍ନ ବୟସ ସୀମା ୬୦ ବର୍ଷ ଅଟେ । ସହଜ ଭାଷାରେ ବୁଝିଲେ ୬୦ ବର୍ଷ ବୟସ ପରେ ଏହି ଯୋଜନାର ଲାଭ ଉଠାଇଯାଇପାରିବ । କେବଳ 60 ବର୍ଷ ବୟସ ପରେ ମିଳିପାରିବ ।
ତେବେ ଏହି ଯୋଜନାରେ ୧ ବର୍ଷ ବିନିଯୋଗ ପରେ ପେନସନର ପ୍ରଥମ କିସ୍ତି ମିଳିଥାଏ । ଏଥି ସହିତ, ମାସିକ ଭିତ୍ତିରେ ସର୍ବନିମ୍ନ ପେନସନ ପରିମାଣ ୧ ହଜାର ଟଙ୍କା ହୋଇଥିବାବେଳେ ସର୍ବାଧିକ ୧୦ ହଜାର ଟଙ୍କା ରହିଛି । ଏହି ଯୋଜନାରେ ଜଣେ ବ୍ୟକ୍ତି ଅତି କମରେ ୧.୫୦ ଲକ୍ଷ ଏବଂ ସର୍ବାଧିକ ୧୫ ଲକ୍ଷ ଟଙ୍କା ବିନିଯୋଗ କରିପାରିବେ ।
ପେନ୍ସନ୍ କିପରି ନିଆଯିବ:
ପେନ୍ସନ୍ ପାଇଁ 'ପ୍ରଧାନମନ୍ତ୍ରୀ ବନ୍ଦନ ଯୋଜନା' ଅଧୀନରେ ନିବେଶକଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ, ବ୍ୟାଙ୍କ ଆକାଉଣ୍ଟ ଏବଂ ଅବଧି ବାଛିବାକୁ ପଡିଥାଏ । ଉଦାହରଣ ସ୍ୱରୂପ, ଯଦି ଆପଣ ପ୍ରତ୍ୟେକ ମାସର ୩୦ ତାରିଖରେ ପେନସନ ଚାହୁଁଛନ୍ତି, ତେବେ ଏହି ତାରିଖ ଚୟନ କରିବାକୁ ପଡିବ । ସେହିଭଳି, ନିବେଶକମାନେ ମାସିକ, ତ୍ରୟମାସିର, ୫ ମାସକୁ ଏବଂ ବାର୍ଷିକ ବିକଳ୍ପ ସହିତ ପେନସନର କ୍ରେଡିଟ୍ ପାଇଁ ସମୟ ବିକଳ୍ପ ଚୟନ କରିପାରିବେ ।