First Car Collection: ସଚିନଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନା, ନିଜର ପ୍ରଥମ କାର୍ ର ଫଟୋ ସହ ଦେଇଥିଲେ ଖାସ୍ ପୋଜ୍

First Car Collection : ପ୍ରଥମ କାର୍ ହେଉ କିମ୍ବା ବାଇକ୍ ସମସ୍ତଙ୍କ ପାଇଁ ବେଶ ଖାସ୍ ହୋଇଥାଏ। ତେବେ ଆପଣ ସାଧାରଣ ନାଗରିକ ହୁଅନ୍ତୁ ବା ସେଲିବ୍ରିଟି । ବର୍ତ୍ତମାନର ସମୟରେ ଅଧିକାଂଶ ଭାରତୀୟ ବିଦେଶୀ ବ୍ରାଣ୍ଡର କାର୍ ସହ ନଜର ଆସୁଛନ୍ତି। ଭାରତୀୟ ଖେଳାଳିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଶାନଦାର କଲେକ୍ସନ କାର୍ ସହ ନଜର ଆସିଥାନ୍ତି । ଆଉ ଏହି କାର୍ କିଣିବା ପାଇଁ ଏମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ସେଲିବ୍ରିଟିଙ୍କ ପ୍ରଥମ କାର ବିଷୟରେ କିଛି ଖାସ୍ କଥା...

Fri, 20 Jan 2023-6:46 pm,
1/10

ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ଗ୍ୟାରେଜ ଆଜି ପୋର୍ସେ ଏବଂ ବିଏମଡବ୍ଲୁ ପରି ମହଙ୍ଗା ବିଳାସପୂର୍ଣ୍ଣ କାରରେ ପରିପୂର୍ଣ୍ଣ । କିନ୍ତୁ, "ମାଷ୍ଟର ବ୍ଲାଷ୍ଟର" ଅଧିକାଂଶ ଭାରତୀୟଙ୍କ ପରି ପ୍ରଥମେ ମାରୁତି ୮୦୦ କାରରେ ନିଜର ସଫର ଆରମ୍ଭ କରିଥିଲେ।

 

2/10

ଜଣାଶୁଣା ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀଙ୍କ ପାଖରେ ମହଙ୍ଗା କାର୍ ରହିଛି ହେଲେ ଇମତିଆଜ ପ୍ରଥମେ ନିଜ ପାଇଁ ମାରୁତି ଏସଏସ 80 କିଣିଥିଲେ। ଯାହାର ଏକ ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି।

3/10

ବଲିଉଡ ଅଭିନେତ୍ରୀ କାଜୋଲ ବର୍ତ୍ତମାନ ଏକ BMW X7 ର ମାଲିକାଣୀ ଅଟନ୍ତି । ପ୍ରାୟତଃ ତାଙ୍କ ପରିବାର ସହିତ ଏହି SUV ରେ ଯାତ୍ରା କରୁଥିବା ଦେଖାଯାଏ । ତେବେ ତାଙ୍କର ପ୍ରଥମ କାର ଥିଲା ମାରୁତି 1000, ଯାହାକି ଭାରତରେ କମ୍ପାନୀର ପ୍ରଥମ ସେଡାନ ଥିଲା ।୧୯୯୦ ଦଶକରେ ଏହାର ମୂଲ୍ୟ ପ୍ରାୟ ଚାରି ଲକ୍ଷ ଟଙ୍କା ଥିଲା।

4/10

ସାରା ଅଲ୍ଲୀ ଖାନ ସାଧାରଣତଃ ଭାବେ ଏକ ଧଳାରଙ୍ଗର ପୁରୁଣା ପୀଢିର Honda CR-V ରେ ବୁଲିବାର ଅନେକ ସମୟରେ ସ୍ପଟ୍ କରାଯାଇଛି। ଯାହା ୨.୪ ଲିଟର ପେଟ୍ରୋଲ ଇଞ୍ଜିନ୍ ସହିତ ଆସିଥାଏ। ହେଲେ ନିକଟରେ ସେ ଓଲ ନ୍ୟୁ ଜିପ୍ କମ୍ପାସ ନେଇଛନ୍ତି ଯେଉଁଥିରେ ସେ ଯାତ୍ରା କରୁଛନ୍ତି।

5/10

ଦୀପିକା ପାଦୁକୋଣଙ୍କ ପାଖରେ ଏବେ ମର୍ସିଡିଜ୍ ମେ ବ୍ୟାକ ବି ଅଛି । ହେଲେ ସେ ପ୍ରାୟତଃ ନିଜ କାର୍ ଅଡି କ୍ୟୁ 7 ରୁ ଯାତ୍ରା ଆରମ୍ଭ କରିଥିଲେ।ଯାହାକୁ ସେ ୨୦୧୧ ରେ କିଣିଥିଲେ ।  ଏବେ ସେ ବିଭିନ୍ନ କାର ବ୍ୟବହାର କରୁଥିବା ନେଇ ନଜରକୁ ଆସିଛନ୍ତି। ତାଙ୍କ ପାଖରେ ବହୁ ଦାମୀ କାର୍ ମଧ୍ୟ ରହିଛି।

6/10

ଶ୍ରଦ୍ଧା କପୁରଙ୍କ ପ୍ରଥମ କାର୍ ଥିଲା ମର୍ସିଡିଜ୍ ବେଞ୍ଜ ଏମଏଲ କ୍ଲାସ। 

7/10

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରଥମ କାର୍ ଥିଲା ଅଡି କ୍ୟୁ 7 

8/10

ସେହିପରି ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପ୍ରଥମ କାର୍ ଥିଲା BMW 7 Series

9/10

ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ କାର୍ ଥିଲା ମର୍ସିଡିଜ୍ ବେଞ୍ଜ ଏସ୍ କ୍ଲାସ୍

10/10

ଅନ୍ୟପଟେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଙ୍କ ପ୍ରଥମ କାର୍ ଅଡି କ୍ୟୁ 7  ରହିଥିଲା। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link