Chandra Gochar 2024: ମିଥୁନ ରାଶିର ଚନ୍ଦ୍ର ଚଳନ!ଏହି ୪ ରାଶି ଉପରେ ବର୍ଷିବ ପ୍ରଚୁର ଧନ

Chandra Gochar 2024: ନଅଟି ଗ୍ରହ ମଧ୍ୟରୁ ଚନ୍ଦ୍ର ହେଉଛନ୍ତି ସେହି ଗ୍ରହ ଯିଏ ନିଜର ବେଗକୁ ଦ୍ରୁତ ଗତିରେ ପରିବର୍ତ୍ତନ କରିଥାଆନ୍ତି । ଚନ୍ଦ୍ର ଗୋଟିଏ ଗ୍ରହରେ ମାତ୍ର ଅଢ଼େଇ ଦିନ ବସି ରହିଥାଆନ୍ତି। ଚନ୍ଦ୍ରକୁ ମନ, ସୁଖ ଓ ମା`ର କାରକ ବୋଲି ବିବେଚନା କରାଯାଏ, ଯାହାର ଗୋଚର ୧୨ଟି ରାଶିର ବ୍ୟକ୍ତିଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ବୈଦିକ ପଞ୍ଚାଙ୍ଗ ଅନୁଯାୟୀ, ଆଜି ଅର୍ଥାତ୍ ନଭେମ୍ବର ୧୮, ୨୦୨୪ ଭୋର ସାଢ଼େ ୪ଟାରେ ଚନ୍ଦ୍ର ମିଥୁନ ରାଶିରେ ଅବତରଣ କରିଛନ୍ତି। ଯେଉଁଠି କି ସେ ୨୦ ନଭେମ୍ବର ୨୦୨୪ ସକାଳ ୮.୪୬ ପର୍ଯ୍ୟନ୍ତ ଅବସ୍ଥାପିତ ହୋଇ ରହିବେ। ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ, ଯେଉଁମାନଙ୍କ ପାଇଁ ଏଥର ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ ଖୁବ୍ ଶୁଭ ହେବାକୁ ଯାଉଛି।

Rashmita Sahoo Nov 18, 2024, 20:47 PM IST
1/4

ମେଷ ରାଶି ଚନ୍ଦ୍ରଙ୍କ ଆଶୀର୍ବାଦ ରେ ମେଷ ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଚାକିରି କରୁଥିବା ଲୋକଙ୍କ ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇବ, ଯାହା ସେମାନଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ସୁଦୃଢ଼ କରିବ। ବ୍ୟବସାୟୀମାନେ ବ୍ୟବସାୟରେ ପ୍ରଚୁର ଲାଭ ପାଇବାର ସମ୍ଭାବନା ରହିଛି। ଗତବର୍ଷ ହୋଇଥିବା ନିବେଶରୁ ଦୋକାନୀମାନେ ଭଲ ଲାଭ ପାଇପାରିବେ। ନବଗ୍ରହଙ୍କ କୃପାରେ ପାରିବାରିକ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ ରୋମାନ୍ସ ବଢ଼ିବ।

Also Read:  Gold Price: ଭାରତରେ ଦିନକୁ ଦିନ ଶସ୍ତା ହେଉଛି ସୁନା ଦର, ଜାଣନ୍ତୁ କିଛି ପଏଣ୍ଟରେ ସବୁକିଛି...

Also Read: Weekly Love Horoscope: ଶନିଙ୍କ ଓଲଟା ଚଳନ ପ୍ରେମୀଯୁଗଳଙ୍କ ପାଇଁ ଆଣିବ ଖୁସିଖବର, ଜାଣନ୍ତୁ କେମିତି କଟିବ ଆଗାମୀ ସପ୍ତାହ?

2/4

କର୍କଟ ରାଶି ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଏହା ସହିତ କର୍ମକ୍ଷେତ୍ରରେ ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ। ପ୍ରେମ ଜୀବନରେ ଉନ୍ନତି ହେବ ଓ ସମ୍ପର୍କ ସୁଦୃଢ଼ ହେବ। ଆଗାମୀ କିଛି ଦିନ ବୟସ୍କଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ଏହାବ୍ୟତୀତ ବୟସ୍କ ଲୋକଙ୍କୁ ଥଣ୍ଡା ଓ ଥଣ୍ଡାଜନୀତ ରୋଗରୁ ମଧ୍ୟ ମୁକ୍ତି ମିଳିବ। ଚାକିରି କରୁଥିବା ଲୋକମାନେ ଅର୍ଥ ଅଭାବରୁ ମୁକ୍ତି ପାଇବେ। ବ୍ୟାବସାୟିକ ଯାତ୍ରା ସଫଳ ହେବ। ଭବିଷ୍ୟତରେ ପ୍ରଚୁର ଲାଭ ହେବାର ସମ୍ଭାବନା ରହିଛି।

3/4

ମିଥୁନ ରାଶି ପାରିବାରିକ ଜୀବନ ସୁଖମୟ ରହିବ। ପ୍ରେମ ସମ୍ବନ୍ଧରେ ଦିନ ଗୁଡିକ ଭଲରେ କଟିବ। କୌଣସି ପୁରୁଣା ବିବାଦରୁ ମୁକୁଳି ପାରନ୍ତି। ଚାକିରି କ୍ଷେତ୍ରରେ ଶୁଭଫଳ ପାଇବେ।  ବ୍ୟାବସାୟିକ ଯାତ୍ରା ସଫଳ ହେବ। ବିଭିନ୍ନ ଉତ୍ସରୁ ଟଙ୍କା ପାଇପାରନ୍ତି। ତେବେ କିଛି ଟା ରିଷ୍ଟ ପାଇଁ ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତୁ । କିଛି ପୁରୁଣା ମାନସିକ ପୂରା କରିପାରନ୍ତି।

4/4

ଧନୁ ରାଶି ଚନ୍ଦ୍ର ଗ୍ରହର ବିଶେଷ କୃପା ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଧନୁ ରାଶିର ବ୍ୟକ୍ତିଙ୍କ ଉପରେ ରହିବ। ପ୍ରେମୀଯୁଗଳଙ୍କୁ ରୋମାଣ୍ଟିକ୍ ସମୟ ବିତାଇବାର ସୁଯୋଗ ମିଳିବ। ଚାକିରି କରୁଥିବା ବ୍ୟକ୍ତିମାନେ ଅଫିସର ଟେନସନରୁ ମୁକ୍ତି ପାଇବେ, ଯାହା ମାନସିକ ଶାନ୍ତିର ଅନୁଭବ ଦେବ। ବ୍ୟବସାୟୀ ଓ ଦୋକାନୀଙ୍କ କାର୍ଯ୍ୟ ବୃଦ୍ଧି ପାଇବ, ଯାହା ଭବିଷ୍ୟତରେ ବଡ଼ ଲାଭ କରିବାର ସମ୍ଭାବନା ରହିଛି। ପରିବର୍ତ୍ତିତ ଋତୁରେ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link