Monsoon Vegetables: ବର୍ଷାଦିନେ ଏହିସବୁ ପରିବା ଖାଆନ୍ତୁ, ସାରାଜୀବନ ଫିଟ୍ ରୁହନ୍ତୁ

Monsoon Vegetables: ଏବେ ବର୍ଷା ଋତୁ ଚାଲିଛି। ଏହି ଋତୁରେ ସଂକ୍ରମଣ ର ଆଶଙ୍କା ବହୁଗୁଣିତ ହୋଇଯାଏ । ଏହି ଋତୁରେ ଏଭଳି ପନିପରିବା ଖାଇବା ଉଚିତ, ଯାହା ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଶକ୍ତି ପ୍ରଦାନ କରିଥାଏ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଆଜିକାଲି ଋତୁକାଳୀନ ରୋଗର ଆଶଙ୍କା ଅଧିକ ଥାଏ, ଏଥିରୁ ରକ୍ଷା ପାଇବା ପାଇଁ ଏହି ପନିପରିବା ନିଜ ଖାଦ୍ୟରେ ବ୍ୟବହାର କରନ୍ତୁ।

Rashmita Sahoo Sat, 10 Aug 2024-7:39 pm,
1/5

ବର୍ଷାଦିନେ ବଜାରରେ ବହୁ ପରିମାଣରେ କାଙ୍କଡ଼ ମିଳେ। ଏହି ପରିବା ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହେବା ସହ ଶରୀର ଋତୁକାଳୀନ ରୋଗରୁ ମଧ୍ୟ ରକ୍ଷା ପାଇଥାଏ। ଏଥିରେ ସୋଡିୟମ, ପୋଟାସିୟମ, ଫାଇବର, କ୍ୟାଲସିୟମ, ପ୍ରୋଟିନ, ଫୋଲେଟ ଓ କାର୍ବୋହାଇଡ୍ରେଟ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏହାର ସେବନ ଯକୃତକୁ ସୁସ୍ଥ ରଖିବା ସହ ଆଖିର ଦୃଷ୍ଟିଶକ୍ତି ମଧ୍ୟ ତୀବ୍ର ରହିଥାଏ।

2/5

ଛତୁ ବା ମସରୁମରେ ଏଭଳି ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ। ଯାହାକୁ ଶରୀରକୁ ବହୁତ ଦରକାର ହେବା ସହିତ ଏହା ଫାଇବରର ଏକ ଭଲ ମାଧ୍ୟମ ମଧ୍ୟ ଅଟେ । ଛତୁକୁ ଅନେକ ରୋଗରେ ଔଷଧ ଭାବେ ବ୍ୟବହାର କରାଯାଏ । ଛତୁରେ ଅନେକ ଗୁରୁତ୍ୱପୂର୍ଣ୍ଣ ମିନେରାଲ୍ସ ଓ ଭିଟାମିନ୍ ମିଳିଥାଏ, ଏଥିରେ ଭିଟାମିନ୍ ବି ଓ ଡି, ପୋଟାସିୟମ୍, କପର୍, ଆଇରନ୍ ଏବଂ ସେଲେନିୟମ୍ ପ୍ରଚୁର ମାତ୍ରାରେ ରହିଥାଏ।

3/5

ବର୍ଷା ଋତୁ ପାଇଁ ମଧ୍ୟ ପରୱଲ ବା ପୋଟଳ ପନିପରିବା ଭଲ ହୋଇଥାଏ। ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଭରପୂର ମାତ୍ରାରେ ରହିଛି ଏବଂ ଏଥିରେ ମାଇକ୍ରୋବିୟଲ ଗୁଣ ମଧ୍ୟ ରହିଛି। ପୋଟଳରେ ଭିଟାମିନ୍ ଏ, ଭିଟାମିନ୍ ବି-୧, ଭିଟାମିନ୍ ବି-୨ ଓ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ। ଏହା ବ୍ୟତୀତ ଏହା କ୍ୟାଲସିୟମର ଏକ ଭଲ ଉତ୍ସ ମଧ୍ୟ ଅଟେ ।

4/5

କଲରାରେ ଭିଟାମିନ୍ ସି ରହିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ରୋଗରୁ ରକ୍ଷା କରିଥାଏ। ମୌସୁମୀ ଋତୁରେ କଲରା ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ। କଲରା ପାଚନ କ୍ରିୟାରେ ଉନ୍ନତି ଆଣିବା ସହ ଅନେକ ରୋଗକୁ ଭଲ କରିଥାଏ। କଲରା ଅନେକ ପ୍ରକାରର ପରଜୀବୀ ଓ ବ୍ୟାକ୍ଟେରିଆକୁ ଦୂର କରିଥାଏ।

5/5

ଲାଉ ପନିପରିବାରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ। ଲାଉରେ ଭିଟାମିନ୍ ବି, ଫସଫରସ୍ ଏବଂ ଆଇରନ୍ ଭରପୂର ମାତ୍ରାରେ ରହିଥାଏ। ଏଥିରେ ପାଣିର ମାତ୍ରା ଅଧିକ ରହିଥାଏ, ଯାହା ଶରୀରକୁ ହାଇଡ୍ରେଟ୍ ରଖିଥାଏ। ମୌସୁମୀରେ ଲାଉ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ, ପାଚନ କ୍ରିୟା ଠିକ୍ ରହିଥାଏ ଓ ରୋଗରୁ ରକ୍ଷା ମିଳିଥାଏ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link