Lucky Zodiac Sign: ଜୁଲାଇ ୩ରେ ଗଜକେଶରୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 1st July 2024: ଆଜି ଜୁଲାଇ ୩ ବୁଧବାର। ଆଜି ଚନ୍ଦ୍ର ମେଷ ଉପରାନ୍ତ ବୃଷ ରାଶିରେ ଚଳନ କରିବେ। ଯେଉଁଠାରେ ପୂର୍ବରୁ ଗୁରୁ ବିରାଜମାନ ରହିଛନ୍ତି। ଏହା ସହିତ ଆଜି ଆଷାଢ ମାସ କୃଷ୍ଣପକ୍ଷ ଦ୍ୱାଦଶ ତିଥି। ଏହି ଦିନ ଗୁରୁ ଓ ଚନ୍ଦ୍ରମା ଗୋଟିଏ ରାଶିରେ ଅବସ୍ଥାନ ହେତୁ ଗଜକେଶରୀ ଯୋଗର ଶୁଭ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି। ଏହି ଶୁଭ ସଂଯୋଗ ଫଳରେ ୫ଟି ରାଶିକୁ ଧନ ସହିତ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି। ଏହି ୫ ରାଶିଙ୍କ ପାଇଁ ସମସ୍ତ ପ୍ରକାରର ଆୟର ରାସ୍ତା ଖୋଲିବ। ମାଲେମାଲ ହେବେ ଏହି ୫ ରାଶି।

Prabhudatta Moharana Tue, 02 Jul 2024-9:00 pm,
1/5

ମିଥୁନ ରାଶି ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ସାହପୂର୍ଣ୍ଣ ରହିବ। ମିଥୁନ ରାଶିର ଲୋକମାନଙ୍କୁ ଆଜି ପ୍ରତିଟି କ୍ଷେତ୍ରରେ ସହଯୋଗର ହାତ ଲମ୍ବି ଆସିବ। ଫଳରେ ସମସ୍ୟା ହ୍ରାସ ପାଇବ। ଜୀନବଶୈଳୀରେ ପରିବର୍ତ୍ତନ ଆସିବ। ପ୍ରତି କାର୍ଯ୍ୟରେ ସଫଳତା ମିଳିବ। ଫଳରେ ଆପଣ ଦିନ ତମାମ ଉତ୍ସାହପୂର୍ଣ୍ଣ ରହିବେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ବେଶ ଭଲ ରହିବ। ଛାତ୍ରଛାତ୍ରୀଙ୍କୁ ଗୁରୁଜନଙ୍କ ସମର୍ଥନ ମିଳିବ। ଚାକିରିଆଙ୍କୁ କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ। ସମ୍ମାନ ବୃଦ୍ଧି ହେବ। କ୍ୟାରିୟରରେ ସନ୍ତୋଷଜନକ ଫଳ ମିଳିବ। ବ୍ୟବସାୟୀମାନେ ନିଜକୁ ଏକ ଭଲ ବ୍ୟବସାୟୀଭାବେ ପ୍ରମାଣିତ କରିପାରିବେ। ବୈବାହିକ ଜୀବନରେ ଜୀବନସାଥୀଙ୍କ ସମର୍ଥନ ମିଳିବ। 

2/5

ସିଂହ ରାଶି ଆଜି ସିଂହ ରାଶିର ଲୋକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ ରହିବ। ଅଧୁରା ଇଚ୍ଛା ପୂରଣ ହୋଇପାରେ। ସୁଖ ସୁବିଧା ମଧ୍ୟ ବୃଦ୍ଧି ପାଇବ। ଭଗବାନ ଗଣେଷଙ୍କର କୃପା ଲାଭ କରିବେ। ବ୍ୟକ୍ତିଗତ ଓ ବୃତିଗତ ଜୀବନରେ ସୁଧାର ଆସିବ। ପରିବାରର ବୟଜ୍ୟେଷ୍ଠଙ୍କ ସେବାରେ ଦିନଟି ଅତିବାହିତ ହେବ। ପିଲାଙ୍କ ପାଇଁ କିଣାକିଣି ମଧ୍ୟ କରିପାରନ୍ତି। ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସଫଳତାର ଦିନ ରହିବ। ସମାଜରେ ସମ୍ମାନ ବୃଦ୍ଧି ହେବ। ଜୀବନସାଥିଙ୍କ ସହିତ ସମ୍ପର୍କ ମଜବୁତ ହେବ। ଜମିବାଡି କିମ୍ବା ସମ୍ପତିରେ ନିବେଶ କରିପାରନ୍ତି। ଘରକୁ ନୂଆ ଯାନବାହନ କିଣି ପାରନ୍ତି। 

3/5

ତୁଳା ରାଶି ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଦମଦାର ରହିବ। ଆଜି ଧନସମ୍ପତ୍ତି ଓ ଭାଗ୍ୟରେ ମଧ୍ୟ ବୃଦ୍ଧି ଘଟିବ। ନୂଆ ଯାନବାହନ କିମ୍ବା ଜମିବାଡି କିଣିପାରନ୍ତି। ଜୀବନସାଥୀ ସହିତ ରହିଥିବା ବିବାଦର ଅନ୍ତ ହେବ। ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସି ରହିବେ। ସନ୍ତାନଙ୍କ ତରଫରୁ ଖୁସି ଖବର ମିଳିପାରେ। ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେଠାରୁ ଶୁଭ ଖବର ସାମ୍ନାକୁ ଆସିପାରେ। ନିବେଶ କରିଥିଲେ ବଡ଼ ଲାଭ ମିଳିପାରେ। ତୁମେ ତୁମର ସାହସିକତାର ବୃଦ୍ଧି ଦେଖିବାକୁ ପାଇପାରନ୍ତି। ଘରେ କିଛି ଶୁଭ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇପାରେ। ତୁମର ଖର୍ଚ୍ଚ ହ୍ରାସ ପାଇବ ଏବଂ ତୁମେ ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସଫଳତା ପାଇବ।

4/5

ବିଛା ରାଶି ବିଛା ରାଶିର ଲୋକଙ୍କ ପାଇଁ ଦିନଟି ବେଶ ଫଳପ୍ରଦ ରହିବ। ଏହି ରାଶିର ଲୋକଙ୍କ ପାଇଁ ଆଜି ଆଧ୍ୟାତ୍ମିକରେ ମନୋନିବେଶ କରିବେ। ସରକାରୀ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ। ଗଣେଶ ମହାପ୍ରଭୁଙ୍କ କୃପାରୁ ଘର କିମ୍ବା ଯାନବାହନ କିଣିପାରନ୍ତି। ଆୟ ସହିତ ସଞ୍ଚୟ ମଧ୍ୟ ବୃଦ୍ଧି ପାଇବ। ବ୍ୟବସାୟୀଙ୍କୁ ଭାଗ୍ୟର ସମର୍ଥନ ମିଳିବ। ବ୍ୟବସାୟରେ ଲାଭ ବଢିବ। ଅନ୍ୟ କୌଣସି ବ୍ୟବସାୟରେ ନିବେଶ କରିପାରନ୍ତି। ଚାକିରି କରୁଥିବା ଲୋକଙ୍କର କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ। ପରିବାରର କୌଣସି ସଦସ୍ୟଙ୍କର ବିବାହ ସ୍ଥିର ହୋଇପାରେ। ଭାଇମାନଙ୍କର ସହଯୋଗ ମିଳିପାରେ। 

5/5

ଧନୁ ରାଶି ଧନୁ ରାଶିର ଲୋକଙ୍କ ପାଇଁ ଦିନଟି ବହୁତ ଭଲରେ ଅତିବାହିତ ହେବ। ଧନୁ ରାଶିର ଲୋକଙ୍କୁ ପିତା ତଥା ଗୁରୁଜନଙ୍କ ସମର୍ଥନ ମିଳିବ। ସମ୍ମାନରେ ବୃଦ୍ଧି ଘଟିବ। କୌଣସି ନ୍ୟାୟିକ ଜାଲରେ ଛନ୍ଦି ହୋଇଥିଲେ ମାମଲାର ସମାଧାନ ହୋଇପାରେ। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଏହା ଫଳରେ ମାନସିକ ଶାନ୍ତି ମିଳିପାରେ। ଚାକିରି କରୁଥିବା ବ୍ୟକ୍ତିବିଶେଷ ନୂଆ ଚାକିରିରେ ଯୋଗଦାନ କରିପାରନ୍ତି। ବ୍ୟବସାୟୀମାନେ ବୁଝି ବିଚାରି କାର୍ଯ୍ୟ କଲେ ଲାଭରେ ରହିବେ। ପାରିବାରିକ ଜୀବନ ଖୁସିରେ ଅତିବାହିତ ହେବ। ପରିବାର ସଦସ୍ୟଙ୍କ ସହିତ ବୁଲିବାକୁ ଯାଇପାରନ୍ତି। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link